ଆନ୍ତର୍ଜାତୀୟ

ଟ୍ରମ୍ପ-କିମଙ୍କର ଐତିହାସିକ ସାକ୍ଷାତ: ପରମାଣୁ ନିରସ୍ତ୍ରୀକରଣ ହେବ ମୁଖ୍ୟ ବିଷୟ – ଦୁନିଆର ନଜର ଏହା ଉପରେ

ସିଙ୍ଗାପୁର ୧୨ ଜୁନ୍ (ଓଡ଼ିଆ ପୁଅ) ଆମେରିକାର ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆର ନେତା କିମ ଜୋଂଗ-ଉନଙ୍କ ମଧ୍ୟରେ ପ୍ରଥମ ଐତିହାସିକ ବୈଠକ ଉପରେ ଦୁନିଆର ନଜର। ଏହି ମିଟିଂଗ ଭାରତୀୟ ସମୟାନୁସାରେ ପ୍ରାୟତଃ ୬:୩୦ ବେଳେ ହେବାର ସ୍ଥିର କରାଯାଇଥିଲା। ଦୁଇ ନେତାଙ୍କ ମଧ୍ୟରେ ଏହି ମିଟିଙ୍ଗ ସିଂଗାପୁର ସ୍ଥିତ କୈପେଲା ରେଜର୍ଟରେ ହେଉଛି।

ଏପି ମୁତାବକ, ଟ୍ରମ୍ପ ଏବଂ କିମ ଏହି ସମୟ ସିଂଗାପୁରର ଅଲଗା-ଅଲଗା ହୋଟଲରେ ଅଛନ୍ତି। କିମ ଯେଉଁଠାରେ ସେଣ୍ଟ ରୋଜସ ହୋଟଲରେ ଅଛନ୍ତି, କିଛି ଦୂରରେ ସାଙ୍ଗ୍ରିଲା ହୋଟଲରେ ଆମେରୀକାର ରାଷ୍ଟ୍ରପତି ଡନଲ୍ଡ ଟ୍ରମ୍ପ ଅଛନ୍ତି।

ଆମେରିକା ଯେଉଁଠାରେ ପୂର୍ବରୁ ହିଁ ଏହା ସ୍ପଷ୍ଟ କରିଛି କି ଏହି ବୈଠକରେ ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ତାହାର ପ୍ରମୁଖତା ଅଟେ, ତେବେ ଅନ୍ୟପକ୍ଷରେ ଉତ୍ତର କୋରିଆ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ବୈଠକର ଆଜେଣ୍ଡା ସ୍ପଷ୍ଟ କରାଯାଇନାହିଁ, କିନ୍ତୁ ଦିନକ ପୂର୍ବରୁ ସୋମବାର ହିଁ ଉତ୍ତର କୋରିଆର ସରକାରୀ ମିଡ଼ିଆ କିମଙ୍କର ଆଜେଣ୍ଡା ମଧ୍ୟ ସ୍ପଷ୍ଟ କରି ଦେଇଛି।

ଉତ୍ତର କୋରିଆ ମିଡ଼ିଆ ଖବରରେ କୁହାଯାଇଛି କି ଦୁଇ ନେତା ‘ସ୍ଥାୟୀ ଏବଂ ଦୀର୍ଘକାଳୀନ ଶାନ୍ତି ସ୍ଥାପିତ କରିବାପାଇଁ ବାର୍ତ୍ତା କରିବେ। ତା’ ସହିତ ହିଁ କୋରିଆର ପରମାଣୁ ନିରସ୍ତ୍ରୀକରଣ ଏବଂ ଅନ୍ୟ ବିଷୟଙ୍କ ଉପରେ ମଧ୍ୟ ବାର୍ତ୍ତାଳାପ ହେବ।’

ୱାଇଟ ହାଉସ ମୁତାବକ, ଦୁଇଜଣ ନେତାମାନଙ୍କ ସାକ୍ଷାତ ସମୟରେ ଟ୍ରମ୍ପଙ୍କ ସହିତ ତାଙ୍କ କ୍ୟାବିନେଟର ଦୁଇଜଣ ସଦସ୍ୟ ସେକ୍ରେଟାରୀ ଅଫ ଷ୍ଟେଟ ମାଇକ ପୈମ୍ପୋ ଏବଂ ଏନଏସଏ ଜନ ଆର. ବଲ୍ଟନ ଉପସ୍ଥିତ ରହିବେ। ଅବଶ୍ୟ ଉତ୍ତର କୋରିଆ ତରଫରୁ କିମଙ୍କ ସହିତ କିଏ ମିଟିଙ୍ଗରେ ଭାଗ ନେବେ, ଏହା ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top