Home ଆନ୍ତର୍ଜାତୀୟ ଗଛ କ’ଣ ମୋବାଇଲ ୟୁଜ କରୁଥିଲେ? :ରାଜନାଥ ସିଂ

ଗଛ କ’ଣ ମୋବାଇଲ ୟୁଜ କରୁଥିଲେ? :ରାଜନାଥ ସିଂ

1098

ନୂଆଦିଲ୍ଲୀ:ଗୃହ ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି,ନେସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନଟିଆରଓ)ର ପ୍ରାମାଣିକ ପ୍ରଣାଳୀ କହୁଛି ଏୟାର ଷ୍ଟ୍ରାଇକ ସମୟରେ ବାଲାକୋଟ ସ୍ଥଳରେ ୩୦୦ ମୋବାଇଲ ସକ୍ରିୟ ଥିଲା।କ’ଣ ଏହି ମୋବାଇଲ ଗଛ ବ୍ୟବହାର କରୁଥିଲେ?ଏବେ କ’ଣ ଆପଣ (ବିପକ୍ଷ) ଏନଟିଆରଓ ସଂସ୍ଥା ଉପରେ ମଧ୍ୟ ବିଶ୍ୱାସ କରିବେ ନାହିଁ?ଆଜି ନ’ହେଲେ କାଲି ମରିଥିବା ଆତଙ୍କିଙ୍କ ସଂଖ୍ୟା ଜଣାପଡ଼ିଯିବ,ବୋଲି କହିଛନ୍ତି ରାଜନାଥ।ସୂଚନାଯୋଗ୍ୟ ଯେ ମୃତାହତ ଆତଙ୍କିଙ୍କ ସଂଖ୍ୟା ନେଇ କଂଗ୍ରେସ ସମେତ କିଛି ବିପକ୍ଷ ପ୍ରଶ୍ନ ଉଠାଉଛନ୍ତି।କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଏୟାର ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ କହିଥିଲେ,”ଆତଙ୍କିଙ୍କୁ ମାରିବାକୁ ଯାଇଥିଲେ ନାଁ ଗଛ କାଟିବାକୁ ଯାଇଥିଲେ”?/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.