ad
ଓଡ଼ିଶା

ଆଲୋକ ବର୍ମା ମୁହଁ ଖୋଲିଲେ : ମୁଁ CBI ର ପ୍ରତିଷ୍ଠା ଅକ୍ଷୂର୍ଣ୍ଣ ରଖିବାକୁ ଚେଷ୍ଟା କରୁଥିଲି, ମିଥ୍ୟା ଆରୋପ ଆଧାରରେ ମୋତେ ହଟାଇଦିଆଗଲା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) : ସୁପ୍ରୀମ କୋର୍ଟଙ୍କର ନିଷ୍ପତିର ମାତ୍ର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଧ୍ୟକ୍ଷତାରେ ଏକ ହାଇ ପାୱାର ସେଲେକ୍ସନ କମିଟି ଦ୍ଵାରା ହଟାଯିବା ଉପରେ ଆଲୋକ ବର୍ମା ନିଜର ମୁହଁ ଖୋଲିଛନ୍ତି। ସିବିଆଇ ମୁଖ୍ୟ ପଦରୁ ହଟାଯିବା ପରେ ଆଲୋକ ବର୍ମା କହିଲେ କି ମିଥ୍ୟା, ଅପ୍ରମାଣିତ ଏବଂ ଅତ୍ୟନ୍ତ ହାଲୁକା ଆରୋପକୁ ଆଧାର କରି ତାଙ୍କୁ ଟ୍ରାନ୍ସଫର କରାଯାଇଛି। ଆଗକୁ ସେ କହିଲେ କି ଏହି ସବୁ ଆରୋପ ସେହି ବ୍ୟକ୍ତି ଲଗାଇଛନ୍ତି ଯିଏକି ତାଙ୍କ ସହିତ ବିରୋଧି ଭାବ ରଖିଛନ୍ତି। କୁହାଯାଇପାରେଯେ, ସିବିଆଇ ଅର୍ଥାତ୍ କେନ୍ଦ୍ରୀୟ ଜାଞ୍ଚ ବ୍ୟୁରୋ ନିର୍ଦେଶକ ପଦରୁ ହଟାଯିବା ପରେ ଆଲୋକ ବର୍ମାଙ୍କୁ ଅଗ୍ନିଶମ ସେବା, ନାଗରିକ ସୁରକ୍ଷା ଏବଂ ହୋମ ଗାର୍ଡର ମହାନିର୍ଦେଶକ ଭାବେ ନୂତନ ଦାୟିତ୍ତ୍ୱ ଦିଆଯାଇଛି।

ପ୍ରକୃତପକ୍ଷେ, ସୁପ୍ରୀମ କୋର୍ଟଙ୍କର ଆଦେଶ ପରେ ଗୁରୁବାରଦିନ ସେଲେକ୍ସନ କମିଟିର ବୈଠକରେ ୨:୧ ରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ୟାନେଲରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନ ବିଚାରପତିଙ୍କର ପ୍ରତିନିଧି ଭାବରେ ଉପସ୍ଥିତ ବିଚାରପତି ଏକେ ସିକ୍ରୀ ବର୍ମାଙ୍କୁ ହଟାଯିବା ପକ୍ଷରେ ଥିଲେ ଏବଂ ପ୍ୟାନେଲର ତୃତୀୟ ସଦସ୍ୟ ଭାବରେ ଲୋକସଭାର ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆଲୋକ ବର୍ମାଙ୍କୁ ହଟାଯିବାର ବିରୋଧ କରୁଥିଲେ। ସେ ସମିତିକୁ ବିରୋଧର ଚିଠି ମଧ୍ୟ ପଠାଇଛନ୍ତି।

ଏହି ମାମଲାରେ ଉପରେ ନିଜର ମୁହଁ ଖୋଲିଛନ୍ତି ଆଲୋକ ବର୍ମା। ଗୁରୁବାରଦିନ ରାତିରେ ପିଟିଆଇକୁ ଦେଇଥିବା ଏକ ବୟାନରେ କହିଛନ୍ତିଯେ, ସିବିଆଇ ଏକ ଉଚ୍ଚ ଗଣତାନ୍ତ୍ରିକ ସଂସ୍ଥା ଯାହାକି ଭ୍ରଷ୍ଟାଚାର ବିରୁଦ୍ଧରେ ଏକ ପ୍ରମୁଖ ଜାଞ୍ଚ ଏଜେନ୍ସି ଅଟେ। ଏହା ଏକ ଏପରି ସଂସ୍ଥା ଯାହାର ସ୍ଵତନ୍ତ୍ରତାକୁ ସଂରକ୍ଷିତ ଏବଂ ସୁରକ୍ଷିତ ରଖାଯିବା ଆବଶ୍ୟକ। ସେ କହିଲେ କି ଏଥିରେ ବିନା କୌଣସି ବାହ୍ୟ ପ୍ରଭାବ ଅର୍ଥାତ ବାହ୍ୟ ଚାପରେ କାର୍ଯ୍ୟ କରିବା ଆବଶ୍ୟକ। ମୁଁ ସଂସ୍ଥାର ପ୍ରତିଷ୍ଠା ଅକ୍ଷୂର୍ଣ୍ଣ ରଖିବାକୁ ଚେଷ୍ଟା କରୁଥିଲି, କିନ୍ତୁ ଏହାକୁ ନଷ୍ଟ କରିବାକୁ ପ୍ରୟାସ କରାଯାଉଛି।

ସିଲେକ୍ସନ ପ୍ୟାନେଲକୁ ଲାଗିଲା କି ଆଲୋକ ବର୍ମା ଯେଉଁପରି ଭାବରେର ସମ୍ବେଦନଶୀଳ ସଂସ୍ଥାର ପ୍ରମୁଖ ଥିଲେ, ସେ ସେପରି ଆଚରଣ କରିନାହାଁନ୍ତି। ପ୍ୟାନେଲ ମୁତାବକ ସିଭିସି ରିପୋର୍ଟ ଅନୁଯାୟୀ ମୋଇନ କୁରୈଶୀ ମାମଲାରେ ଆଲୋକ ବର୍ମାଙ୍କର ଭୂମିକା ସନ୍ଦେହ ଜନକ ଅଟେ। IRCTC କେସରେ ସିଭିସିକୁ ମଧ୍ୟ ସନ୍ଦେହକି ଜାଣିଶୁଣି ବର୍ମା ଗୋଟିଏ ନାମ ହଟାଇଛନ୍ତି। ଅପରପକ୍ଷରେ ସିଭିସିକୁ ଅନେକ ମାମଲାରେ ମଧ୍ୟ ବର୍ମାଙ୍କ ବିରୁଦ୍ଧରେ ପ୍ରମାଣ ମିଳିଛି। ବର୍ତ୍ତମାନ ତାଙ୍କୁ ଡିଜି ଫାୟାର ସର୍ଭିସେସ୍, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡର ଦାୟିତ୍ତ୍ୱ ଦିଆଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top