TRAI କମ କଲା ଇଣ୍ଟରକନେକ୍ସନ ଚାର୍ଜ ୧ ଅକ୍ଟୋବରରୁ କମ ହୋଇପାରେ କଲ ରେଟ

ନୂଆଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) ୧ ଅକ୍ଟୋବରରୁ ମୋବାଇଲ ରେ କଥା ହେବା ଆପଣଙ୍କ ପାଇଁ ଆହୁରି ଶସ୍ତା ହୋଇପାରେ। ଟେଲିକମ ନିୟାମକ ଟ୍ରାଇ ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ (ଆଇୟୁସି) ୧୪ ପଇସା ପ୍ରତି ମିନଟରୁ କମ କରି ୬ ପଇସା ପ୍ରତି ମିନଟ କରିଛି। ୧ ଅକ୍ଟୋବରରୁ ଏହା ଲାଗୁ ହେବ ଏବଂ ଏହି ନୂଆ ଚାର୍ଜ ୧ ଜାନୁଆରୀରୁ ପୂରା ଉଠିଯିବ। ଟ୍ରାଉର ଏହି ଫଇସଲା ପରେ ମୋବାଇଲ କଲ ଦରରେ ଆହୁରି କମ ହୋଇପାରେ।
ଆଇୟୁସି ଚାର୍ଜ କଣ?
ଆଇୟୁସି ଚାର୍ଜ ହେଉଛି ଏକ ମୋବାଇଲ ସର୍ଭିସ ପ୍ରୋଭାଇଡର ଅନ୍ୟ ଏକ ସର୍ଭିସ୍ ପ୍ରୋଭାଇଡର ଯାହାର ନେଟୱର୍କ ଉପରେ କୌଣସି କଲକୁ ଲିଙ୍କକ କରିବାପାଇଁ ଦିଆଯାଇଥାଏ।

ରିଲାଂଏନ୍ସ ଜିୟୋକୁ ମିଳିବ ସବୁଠାରୁ ବେଶୀ ଲାଭ
ଆଇୟୁସିକୁ କମ କଲେ ରିଲାଏନ୍ସ ଜିୟୋ ଭଳି ନୂଆ କଂପାନୀଙ୍କୁ ସବୁଠାରୁ ଅଥିକା ଫାଇଦା ହେବ। ରିଲାଏନ୍ସ ଏହାକୁ କମ କରିବା ପାଇଁ ବିଶେଷକରି ଏହାକୁ ହଟାଇବା ପାଇଁ ବହୁ ସମୟ ଧରି ଚେଷ୍ଟା କରୁଛି। ଏହା ଫଳରେ ଏଆରଟେଲ ଭୋଡାଫୋନ ଏବଂ ଆଇଡିୟା ସେଲ୍ୟୁଲରକୁ ଝଟକା ଲାଗିବ।

ପୁରୁଣା ରଥିଙ୍କ ବିରୋଧ ସତ୍ତ୍ୱେ ଫଇସଲା
ଟ୍ରାଇ ଭାରତୀ ଏଆରଟେଲ ସମେତ ଅନେକ ସ୍ଥାପିତ ମୋବାଇଲ ଅପରେଟରମାନଙ୍କ ବିରୋଧ ସତ୍ତ୍ୱେ ଆଇୟୁସିକୁ କମ କରିବାର ଫଇସଲା କିରିଛି। ଏହି ଅପରେଟରମାନଙ୍କର କହିବା ଅନୁଯାୟୀ ଏହି ରେଟକୁ ଅଧିକ ବଢାଇବା କଥା ଏହାକୁ ବଢାଇ ମିନିଟ ପ୍ରତି ୩୫ ରୁ ୪୦ ପଇସା ରଖିବାକୁ କହିଥିଲେ।

One thought on “TRAI କମ କଲା ଇଣ୍ଟରକନେକ୍ସନ ଚାର୍ଜ ୧ ଅକ୍ଟୋବରରୁ କମ ହୋଇପାରେ କଲ ରେଟ

Leave a Reply

Your email address will not be published. Required fields are marked *