ଟ୍ରାକ ରକ୍ଷଣାବେକ୍ଷଣ ପାଇଁ ଭାରତୀୟ ରେଳବାଇରେ ୦୯-୩ଏକ୍ସ ଡାଇନାମିକ୍ ଟାମ୍ପିଙ୍ଗ ଏକ୍ସପ୍ରେସ୍ ମେସିନ୍ ବ୍ୟବହାର

– ଏହି ପ୍ରକାର ମେସିନ୍ ଏବେ ଭାରତ ସମେତ ୫ଟି ରାଷ୍ଟ୍ରରେ ଉପଲବ୍ଧ

ନୂଆଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ସମନ୍ୱିତ ଟ୍ରାକ୍ ରକ୍ଷଣାବେକ୍ଷଣ ପାଇଁ ଭାରତୀୟ ରେଳବାଇ ତିନୋଟି ୦୯-୩ଏକ୍ସ ଡାଇନାମିକ୍ ଟାମ୍ପିଙ୍ଗ ଏକ୍ସପ୍ରେସ୍ ମେସିନ୍ ସାମିଲ କରିଛି। ଫରିଦାବାଦରେ ରେଳବାଇ ବୋର୍ଡର ଇଞ୍ଜିନିୟରିଂ ବିଭାଗ ସଦସ୍ୟ ଏମ କେ ଗୁପ୍ତା ଏହି ମେସିନ୍ଗୁଡ଼ିକୁ ଉଦଘାଟନ କରିଛନ୍ତି। ଆଗାମୀ ୬ ମାସ ମଧ୍ୟରେ ଏଭଳି ୭ଟି ମେସିନ୍ ସାମିଲ କରିବାକୁ ଲକ୍ଷ୍ୟ ରହିଛି। ଭାରତୀୟ ରେଳବାଇରେ ଏବେ ଟ୍ରାକ୍ ରକ୍ଷଣାବେକ୍ଷଣ ପାଇଁ ୮୭୪ଟି ମେସିନ୍ ରହିଛି।

ପ୍ରତ୍ୟେକ ୦୯-୩ଏକ୍ସ ଡାଇନାମିକ୍ ଟାମ୍ପିଙ୍ଗ ମେସିନର ମୂଲ୍ୟ ୨୭ କୋଟି ଟଙ୍କା। ଏହା ବହୁମୁଖୀ କାର୍ଯ୍ୟ କରିବାକୁ ସକ୍ଷମ। ଭିନ୍ନ ଭିନ୍ନ ମେସିନ ଦ୍ୱାରା ହେଉଥିବା କାର୍ଯ୍ୟ ଏକକାଳୀନ ଏହି ମେସିନ୍ ଦ୍ୱାରା ସମ୍ଭବ, ଯଦ୍ୱାରାକି ସମୟ ଏବଂ ଖର୍ଚ୍ଚ ହ୍ରାସ ପାଇଥାଏ। ଆମଦାନୀ ହୋଇଥିବା ବିଦେଶୀ ଯନ୍ତ୍ରାଂଶ ସହାୟତାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ମେସିନ୍ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ଅଂଶବିଶେଷ। ଆଗାମୀ ୩ ବର୍ଷ ମଧ୍ୟରେ ରେଳବାଇରେ ଏଭଳି ୪୨ଟି ମେସିନ୍ ସାମିଲ କରିବାକୁ ଲକ୍ଷ୍ୟ ରହିଛି।

୨୦୨୪ ମସିହା ସୁଦ୍ଧା ଭାରତୀୟ ରେଳବାଇ ଟ୍ରାକ୍ ରକ୍ଷଣାବେକ୍ଷଣ ସହିତ ନିରୀକ୍ଷଣ ଏବଂ ମନିଟରିଂ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ମେସିନ୍ ଦ୍ୱାରା କରିବାକୁ ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *