ଓଡ଼ିଶା

ଆସନ୍ତା କାଲିର ରାଶିଫଳ: ୨୭ ସେପ୍ଟେମ୍ବର ଗୁରୁବାର

ମେଷ : ଆଜି ଆପଣ ସାମାଜିକ ତଥା ସାର୍ବଜନିକ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ଧନ ଲାଭର ଯୋଗ ଅଛି। ପାରିବାରିକ ଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭବ ହେବ। ବ୍ୟାପାର କ୍ଷେତ୍ରରେ ସଂପର୍କ ଏବଂ ପରିଚୟ ଲାଭ ହେବ।

ବୃଷ : ଆଜିର ଦିନ ଆନନ୍ଦପୂର୍ବକ ରହିବ। ମାନସିକ ରୂପରେ ସୁସ୍ଥ ରହିବେ। ଆପଣଙ୍କ କାର୍ଯ୍ୟ ଯୋଜନା ଅନୁସାରେ ପୂର୍ଣ୍ଣ ହେବ। ଆର୍ଥିକ ଲାଭର ସମ୍ଭାବନା ଅଛି। ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ସହକର୍ମିମାନଙ୍କଠାରୁ ଲାଭ ମିଳିବ।

ମିଥୁନ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। କୌଣସି ମଧ୍ୟ ପ୍ରକାର ବାଦ-ବିବାଦ କିମ୍ବା ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ଅପମାନ ନ ହେଉ, ଏହାର ଧ୍ୟାନ ରଖିବେ। ମିତ୍ରମାନଙ୍କ ପଛରେ ଖର୍ଚ୍ଚ ହେବାର ଆଶଂକା ଅଛି। ପେଟରେ ଅସୁବିଧା ହୋଇପାରେ।

କର୍କଟ : ପରିଜନମାନଙ୍କ ସହିତ ମତଭେଦ ହେବାର ଆଶଂକା ଅଛି। ଧନ ଖର୍ଚ୍ଚ ହୋଇପାରେ ତଥା ଅପଯଶ ମିଳିବାର ଆଶଂକା ଅଛି। ଅନିଦ୍ରାଯୋଗୁଁ ଅସୁବିଧା ହେବ ଏବଂ ସମୟରେ ଭୋଜନ ନ ମିଳିବାରୁ କ୍ରୋଧିତ ହେବେ। କାଗଜାପତ୍ରର ମାମଲାରେ ସାବଧାନ ରହିବେ।

ସିଂହ : ଆଜିର ଦିନ ସୁଖ-ଶାନ୍ତିପୂର୍ବକ କଟିବ। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଦିନ ଶୁଭ ଅଟେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ସାକ୍ଷାତକରିବେ। ପ୍ରିୟଜନମାନଙ୍କଠାରୁ ସୁଖ ଏବଂ ଆନନ୍ଦ ମିଳିବ। ଆଜି କରାଯାଇଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାର ଯୋଗ ଅଛି। ଆର୍ଥିକ ଲାଭ ମିଳିବ।

କନ୍ୟା : ଆପଣ ନିଜର ନିର୍ଦ୍ଧାରିତ କାର୍ଯ୍ୟ କରି ପାରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଆଜି ଆନନ୍ଦଦାୟକ ଭୋଜନ ମିଳିପାରେ। ଯାତ୍ରାର ସମ୍ଭାବନା ଅଛି। ବ୍ୟର୍ଥ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ରହିବ।

ତୁଳା : ଆପଣ ବ୍ୟବସ୍ଥିତ ରୂପରେ ଆର୍ଥିକ ଯୋଜନା ବନାଇ ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥତା ଅନୁଭବ ଆପଣ କରିବେ। ଦୃଢ଼ ବିଚାର ସହିତ ଆପଣ କାର୍ଯ୍ୟ ପୂର୍ଣ୍ଣ କରି ପାରିବେ। ଆତ୍ମବିଶ୍ଵାସରେ ବୃଦ୍ଧି ହେବ। ଆମୋଦ-ପ୍ରମୋଦ ତଥା ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହୋଇପାରେ।

ବିଚ୍ଛା : ବାହନ ଚଲାଇବା ସମୟରେ ସାବଧାନ ରହିବେ। ଯଦି ସମ୍ଭବ ତେବେ ଅପରେସନ ଆଜି ଟାଳି ଦିଅନ୍ତୁ ପରେ କରିବେ। ସ୍ନେହୀଜନମାନଙ୍କ ଏବଂ ପରିଜନମାନଙ୍କ ସହିତ ବାଦ-ବିବାଦ ହେବାର ଆଶଂକା ଅଛି। କୋର୍ଟ-କଚେରୀ କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ। ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବାର ଆଶଂକା ଅଛି।

ଧନୁ : ଆଜିର ଦିନ ଆପଣଙ୍କପାଇଁ ଲାଭଦାୟୀ ରହିବ। ଆର୍ଥିକ, ସାମାଜିକ ଏବଂ ପାରିବାରିକ କ୍ଷେତ୍ରରେ ମଧ୍ୟ ଲାଭ ହେବାର ସମ୍ଭାବନା ଅଛି। ମିତ୍ରମାନଙ୍କ ଏବଂ ପରିଜନମାନଙ୍କ ସହିତ ପର୍ଯ୍ୟଟନ ସ୍ଥଳକୁ ବୁଲି ଯିବାରେ ଆନନ୍ଦ ପ୍ରାପ୍ତ ହେବ। ବ୍ୟାପାରରେ ଲାଭଦାୟୀ ଦିନ ଅଟେ। ପରିବାରରେ ସୁଖ-ଶାନ୍ତି ରହିବ।

ମକର : ଭେଟ-ଉପହାର ମିଳିବାରୁ ଆନନ୍ଦିତ ହେବେ। ଅଗ୍ନି ଏବଂ ଜଲକ୍ଷେତ୍ରରୁ ସାବଧାନ ରୁହନ୍ତୁ। ଅଧିକାରୀ ପ୍ରସନ୍ନ ରହିବେ, ପ୍ରମୋସନର ସମ୍ଭାବନା ଅଛି। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ। ମାନ ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ।

କୁମ୍ଭ : ଆଜିର ଦିନ ମିଶ୍ରତ ଫଳଦାୟୀ ଅଟେ। ଶାରୀରିକ ରୂପରେ ଆପଣଙ୍କୁ ଅସୁସ୍ଥତାର ଅନୁଭବ ହେବ। ଆମୋଦ-ପ୍ରମୋଦ ପଛରେ ଧନ ଖର୍ଚ୍ଚ ହୋଇପାରେ। ଯାତ୍ରାର ସମ୍ଭାବନା ଅଛି। ବିଦେଶରୁ ଭଲ ସମାଚାର ମିଳିବ।

ମୀନ : ସ୍ଵାସ୍ଥ୍ୟ ଉପରେ ଆଜି ବିଶେଷ ଧ୍ୟାନ ଦିଅନ୍ତୁ। ଅଧିକ ଖର୍ଚ୍ଚ ହେବାର ଆଶଂକା ଅଛି। ପରିଜନମାନଙ୍କ ସହିତ ନିୟନ୍ତ୍ରଣ ରଖିବେ। ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଶୁଭ ଦିନ ଅଟେ। ସମ୍ବନ୍ଧିମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତକରି ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top