ଆଜି ରାତି ପୁଣି ଜେଲରେ କାଟିବେ ସଲମାନ ଖାନ, ବେଲ୍ ଉପରେ ନିଷ୍ପତି କାଲି

ସଲମାନ ଖାନଙ୍କୁ ଶୁକ୍ରବାରଦିନ ମଧ୍ୟ ଜେଲରେ ହିଁ ରହିବାକୁ ପଡ଼ିବ

ଜୋଧପୁର ୬-୪ (ଓଡ଼ିଆ ପୁଅ) କୃଷ୍ଣସାର ମୃଗ ଶିକାର ମାମଲାରେ ପାଞ୍ଚ ବର୍ଷର କାରାଦଣ୍ଡରେ ଜେଲ୍ ରେ ଥିବା ଅଭିନେତା ସଲମାନ ଖାନଙ୍କ ବେଲ୍ ଉପରେ ଏବେ ଶନିବାରଦିନ ନିଷ୍ପତି ଆସିବ। ଏହାର ଅର୍ଥ ସ୍ପଷ୍ଟ ଯେ, ସଲମାନ ଖାନଙ୍କୁ ଶୁକ୍ରବାରଦିନ ମଧ୍ୟ ଜେଲରେ ହିଁ ରହିବାକୁ ପଡ଼ିବ। ସଲମାନ ଖାନଙ୍କର ବେଲ ନିଷ୍ପତିକୁ ନେଇକରି ଶୁକ୍ରବାର ସକାଳେ ହିଁ ତାଙ୍କ ଭଉଣୀ ଅଲବିରା ଏବଂ ଅର୍ପିତା କୋର୍ଟରେ ପହଁଟି ଥିଲେ।

କୁହାଯାଇପାରେଯେ, ୨୦ ବର୍ଷ ପୁରୁଣା କୃଷ୍ଣସାର ମୃଗ ଶିକାର ମାମଲାରେ କାଲି (୫ ଅପ୍ରେଲ) ଜୋଧପୁର କୋର୍ଟ ନିଜର ନିଷ୍ପତି ଶୁଣାଇଥିଲେ। ଏଥିରେ ସଲମାନ ଖାନଙ୍କୁ ପାଞ୍ଚ ବର୍ଷର କାରାଦଣ୍ଡ ଶୁଣାଯାଇଥିଲା ଏବଂ ଅନ୍ୟ ଆରୋପି ସୈଫ ଅଲୀ ଖାନ, ନୀଲମ, ତବ୍ବୂ ଏବଂ ସୋନାଲୀ ବେନ୍ଦ୍ରେଙ୍କୁ ମୁକ୍ତ କରି ଦିଆଯାଇଛି। କାରାଦଣ୍ଡ ର ଘୋଷଣାର କିଛି ସମୟ ପରେ ସଲମାନ ଏବେ ସେଶନ କୋର୍ଟରେ ବେଲ୍ ପାଇଁ ଆବେଦନ କରିଥିଲେ। କୋର୍ଟ କହିଲେ କି ତାଙ୍କ ବେଲ୍ ଦରଖାସ୍ତ ଉପରେ ଶୁଣାଣି କିଲି ସକାଳେ ୧୦ଘ.୩୦ ମିରେ ହେବ। ଏମିତି ରେ ସଲମାନଙ୍କର କାଲି ରାତି ଜେଲରେ ହିଁ ବିତିଥିଲା। ତାଙ୍କୁ ଜୋଧପୁର ସେଣ୍ଟ୍ରାଲ ଜେଲର ବାରକ ନମ୍ବର-୧ ରେ ରଖା ଯାଇଥିଲା। ଫିଲ୍ମ ‘ହମ ସାଥ ସାଥ ହୈଂ’ ର ସୁଟିଙ୍ଗ ସମୟରେ ୧୯୯୮ ମସିହାରେ ତାଙ୍କ ଉପରେ ଦୁଇଟି କୃଷ୍ଣସାର ମୃଗ ଶିକାରର ମାମଲା ରୁଜୁ କରାଯାଇଥିଲା।

Leave a Reply

Your email address will not be published. Required fields are marked *