ଓଡ଼ିଶା

୦୯ ଅପ୍ରେଲ ସୋମବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ବ୍ୟବସାୟିକ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ଆବଶ୍ୟକ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ଆପଣଙ୍କ କୌଣସି ପରିଯୋଜନାକୁ ସରକାରୀ ଲାଭ ପ୍ରାପ୍ତି ହେବାର ସଂଭାବନା ଅଛି। କାର୍ଯ୍ୟାଳୟ ସଲଗ୍ନ କାର୍ଯ୍ୟ ପାଇଁ ଯାତ୍ରାର ମଧ୍ୟ ଯୋଗ ଅଛି। ପରିବାରରେ ଆନନ୍ଦର ବାତାବରଣ ରହିବ। ଘରର ସଜ୍ଜା ଏବଂ ଅନ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ କରି ଘରର ବାତାବରଣରେ ସକାରାତ୍ମକ ପରିବର୍ତ୍ତନ କରିବାର ପ୍ରୟାସ ଆଜି ଆପଣ କରିବେ। ପ୍ରତ୍ୟେକ କାର୍ଯ୍ୟର ନିର୍ଣ୍ଣୟ ତାହାକୁ ବ୍ୟବହାରିକ ରୂପରେ ବିଚାର କରିବା ପରେ ନିଅନ୍ତୁ। କାର୍ଯ୍ୟଭାର କାରଣରୁ ଶିଥିଳତା ଅନୁଭବ ହେବ। ମାତାଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ।

ବୃଷ (Taurus): ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ବ୍ୟାପାରୀ ନିଜର ବ୍ୟାପାରରେ ଧନ ଲଗାଇକରି ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ ଏବଂ ଭବିଷ୍ୟତ ପାଇଁ ଯୋଜନା ମଧ୍ୟ ବନାଇ ପାରିବେ। ବିଦେଶଗମନର ସଂଭାବନା ମଧ୍ୟ ଅଛି। କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିବାରେ ସାତ୍ଵିକତାରେ ବୃଦ୍ଧି ହେବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କାର୍ଯ୍ୟଭାର ଆଜି କିଛି ଅଧିକ ରହିବ।

ମିଥୁନ (Gemini): କ୍ରୋଧର ଭାବନା ଆପଣଙ୍କୁ ହାନି ପହଁଚାଇପାରେ। ମାନ-ସମ୍ମାନର ଧ୍ୟାନ ରଖିବେ। କମ କଥା କହିଲେ ବାଦ-ବିବାଦ କିମ୍ବା ମନମାଳିନ୍ୟ ଦୂର କରି ପାରିବେ। ଖର୍ଚ୍ଚର ମାତ୍ରା ବଢ଼ିବ। ସ୍ଵାସ୍ଥ୍ୟ ନରମ ରହିବ। ମାନସିକ ରୂପରେ ଆପଣଙ୍କ ମନରେ ହତାଶା ବ୍ୟାପ୍ତ ହେବ। ମନ୍ତ୍ର ଜପ ଏବଂ ପୂଜା ଭକ୍ତିରେ ମାନସିକ ଶାନ୍ତି ମିଳିବ।

କର୍କଟ (Cancer): ସମ୍ବେଦନଶୀଳତା ଏବଂ ପ୍ରେମର ଭାବନାରେ ଭରା ମନ ଆଜି ବିପରୀତ ଲିଙ୍ଗ ଆଡ଼କୁ ଅଧିକ ଆକର୍ଷିତ ହେବେ। ମଉଜ-ସଉକ ବସ୍ତୁ ନୂଆ ବସ୍ତ୍ରାଭୂଷଣ ତଥା ବାହନ ଆଦି କ୍ରୟ କରିପାରନ୍ତି। ଉତ୍ତମ ଦାମ୍ପତ୍ୟ ଜୀବନ ମିଳିବ। ବ୍ୟାପାରିମାନଙ୍କୁ ବିଦେଶ ସହିତ ସମ୍ପର୍କିତ ବ୍ୟାପାରରେ ଲାଭ ହେବ। ଭାଗିଦାରୀ ଲାଭଦାୟକ ପ୍ରମାଣିତ ହେବ। ପ୍ରେମୀଲୋକମାନଙ୍କୁ ପ୍ରଣୟରେ ସଫଳତା ମିଳିବ।

ସିଂହ (Leo): ଉଦାସୀନ ବୃତ୍ତି ଏବଂ ସନ୍ଦେହର ଭାବନା ଆପଣଙ୍କ ମନକୁ ଅଣନିଶ୍ୱାସୀ କରିବ। ଦୈନିକ କାର୍ଯ୍ୟ ବିଳମ୍ବରେ ସମ୍ପୂର୍ଣ୍ଣ ହେବ। ପରିଶ୍ରମ ଅଧିକ କରିବେ ପରନ୍ତୁ ଫଳ କମ ମିଳିବ। ଚାକିରିରେ ସମ୍ଭାଳିକରି ରୁହନ୍ତୁ ସାଥିମାନଙ୍କର ସହଯୋଗ କମ ମିଳିବ। ମାମୁଁ ଘର ତରଫରୁ ଚିନ୍ତାଜନକ ସମାଚାର ମିଳିପାରେ। ଅଧିକାରୀମାନଙ୍କଠାରୁ ବିବାଦକୁ ଟାଳିବାକୁ ଚେଷ୍ଟା କରିବେ।

କନ୍ୟା (Virgo): ଆଜିର ଦିନ ଚିନ୍ତା ଏବଂ ଉଦ୍ଵେଗରେ ପରିପୂର୍ଣ୍ଣ ହେବ। ପେଟର ବିଗିଡ଼ିବାରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ବାଧା ଆସିପାରେ। ଅଚାନକ ଧନ ଖର୍ଚ୍ଚ ହେବ। ବୌଦ୍ଧିକ ଚର୍ଚ୍ଚା ଏବଂ ବୁଝାମଣାରେ ଅସଫଳତା ମିଳିପାରେ। ପ୍ରିୟ ବ୍ୟକ୍ତିଙ୍କ ସହିତ ମେଳମିଳାପ ହେବ। ଅତ୍ୟଧିକ କାମୁକତାର କାରଣରୁ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପ୍ରତି ଆକର୍ଷଣ ଅନୁଭବ କରିବେ। ସେୟାର-ଜୁଆଠାରୁ ଦୂରରେ ରହିବାକୁ ଚେତାବନୀ।

ତୁଲା (Libra): ଆଜିର ଦିନ ସାବଧାନ ରହବାକୁ ଉପଦେଶ। ମାନସିକ ଅସ୍ଥିରତା ଅସୁବିଧା ଭୋଗି ପାରନ୍ତି। ମାତା ଏବଂ ମହିଳା ବର୍ଗ ସମ୍ବନ୍ଧୀତ ଚିନ୍ତା ରହିବ। ଆଜିର ଦିନ ଯାତ୍ରା ସ୍ଥଗିତ ରଖନ୍ତୁ। ସମୟରେ ଭୋଜନ ଏବଂ ପର୍ଯ୍ୟାପ୍ତ ନିଦ ଆସିବା କାରଣରୁ ଶରୀରରେ ଅସୁସ୍ଥତା ଅନୁଭବ କରିବେ।

ବିଚ୍ଛା (Scorpio): ଆଜି ଆପଣଙ୍କପାଇଁ ଲାଭଦାୟୀ ଦିନ ଅଟେ। ଆର୍ଥିକ ଲାଭ ହେବା ସହିତ ଦ୍ୱିତୀୟ କ୍ଷେତ୍ରରେ ମଧ୍ୟ ଭାଗ୍ୟ ଲାଭ ରହିବ। ସ୍ନେହୀଜନମାନଙ୍କ ସହିତ ସମ୍ବନ୍ଧରେ ପ୍ରେମର ଅଧିକ ଅନୁଭବ କରିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଶୁଭ ଅଟେ। ଛୋଟ ଯାତ୍ରାର ଆୟୋଜନ ଆପଣ କରି ପାରିବେ। ମାନସିକରୂପରେ ପ୍ରସନ୍ନତା ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ।

ଧନୁ (Sagittarius): ପରିଜନମାନଙ୍କ ସହିତ ହେବାକୁଥିବା ଭୁଲ ବୁଝାବଣାରୁ ବଞ୍ଚନ୍ତୁ। ବ୍ୟର୍ଥରେ ଧନ ଖର୍ଚ୍ଚ ହେବ। ମାନସିକ ଉଚାଟ ଏବଂ ଦ୍ୱନ୍ଦ୍ୱ କାରଣରୁ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇ ପାରିବେ ନାହିଁ। କାର୍ଯ୍ୟଗୁଡ଼ିକରେ ନିର୍ଦ୍ଧାରିତ ସଫଳତା ମିଳିବାରେ ଅସୁବିଧା ଆସିବ। ଦୂର ସ୍ଥାନକୁ ଦୂର ସଂଚାର ଦ୍ଵାରା ସଂପର୍କ ହେବ ଏବଂ ତାହା ଲାଭଦାୟକ ହେବ।

ମକର (Capricorn): ଈଶ୍ଵର ଭକ୍ତି ଏବଂ ପୂଜା-ପାଠରେ ଆଜି ଦିନର ପ୍ରାରମ୍ଭ କରନ୍ତୁ। ପରିବାରରେ ମଙ୍ଗଳକାରୀ ବାତାବରଣ ରହିବ। ସାଙ୍ଗ ଏବଂ ନିଜ ବନ୍ଧୁମାନଙ୍କ ତରଫରୁ ଭେଟ-ଉପହାର ମିଳିବାର ଆନନ୍ଦ ଅନୁଭବ କରିବେ। କାର୍ଯ୍ୟ ସରଲତାରେ ପୂର୍ଣ୍ଣ ହେବ। ଚାକିରି-ବ୍ୟବସାୟରେ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ଝୁଣ୍ଟିପଡ଼ି ଆଘାତ ଲାଗିବାର ସମ୍ଭାବନା ଅଛି।

କୁମ୍ଭ (Aquarius): ଅର୍ଥର ନେଣ ଦେଣ କିମ୍ବା କାହାକୁ ଜାମିନ୍ ରେ ଆଣିବାରେ ଆପଣ ଫସି ନ ଯାଆନ୍ତୁ ଏହାର ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ସଂବନ୍ଧୀତ ଯନ୍ତ୍ରଣା ହୋଇପାରେ। ଟଙ୍କାର ନିବେଶ ଭୁଲ୍ ଜାଗାରେ ନ ହେଉ, ଏହାର ଧ୍ୟାନ ରଖିବେ। ପରିବାରର ସଦସ୍ୟ ମାନଙ୍କ ସହିତ ମନମାଳିନ୍ୟ ସମ୍ଭାବନା ଅଛି। ଭୁଲ ବୁଝାବଣା ତଥା ଦୁର୍ଘଟଣା ଆଦିରୁ ବଞ୍ଚିତ ରୁହନ୍ତୁ। କାହାର ଭଲ କରିବାରେ କ୍ଷତି ହେବାର ସମୟ ଆସିପାରେ।

ମୀନ (Pisces): ସମାଜରେ ଅଗ୍ରିମ ସ୍ଥାନ ପ୍ରାପ୍ତ କରି ପାରିବେ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାକୁ ହେବ। ବରିଷ୍ଠ ନାଗରୀକମାନଙ୍କ ଏବଂ ମିତ୍ରମାନଙ୍କର ସହଯୋଗ ମିଳିବ। ମିତ୍ରମଣ୍ଡଳରେ ନୂଆ ମିତ୍ର ଯୋଡ଼ିହେବେ। ଚାକିରି-ବ୍ୟବସାୟରେ ଆୟ ବୃଦ୍ଧିର ଯୋଗ ଅଛି। ସନ୍ତାନ ଏବଂ ଜୀବନସାଥୀଙ୍କ ତରଫରୁ ଲାଭ ହେବ। ମାଙ୍ଗଳିକ ପ୍ରସଙ୍ଗ ଆୟୋଜିତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top