ରାଶିଫଳ ୮ ମାର୍ଚ୍ଚ: କେମିତି କଟିବ ଆଜିର ଆପଣଙ୍କ ଦିନ

ମେଷ (Aries): ଆଜିର ଦିନ ଆଧ୍ୟାତ୍ମିକ ଦୃଷ୍ଟିରେ ଅନନ୍ୟ ଅନୁଭୂତି କରାଇବା ଭଳିରହିବ। ଆପଣଙ୍କୁ ଗୁଢ଼ ଏବଂ ରହସ୍ୟମୟୀ ବିଦ୍ୟା ତଥା ସମ୍ବନ୍ଧିତ କଥାଗୁଡ଼କ ବିଶେଷ ଆକର୍ଷଣ ରହିବ। ଆଜି ଆଧ୍ୟାତ୍ମିକ ସିଦ୍ଧି ମିଳିବାର ମଧ୍ୟ ଯୋଗ ଅଛି। ବାଣୀ ତଥା ଘୃଣାର ଭାବନା ଉପରେ ସଂଯମତା ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ନାହିଁ ଏବଂ ହୋଇପାରିଲେ ତେବେ ଯାତ୍ରା ସ୍ଥଗିତ ରଖିବେ।

ବୃଷ (Taurus): ଆଜି ଆପଣଙ୍କ ଗୃହସ୍ଥ ଜୀବନରେ ସୁଖ ଅନୁଭବ ହେବ। ପରିବାର ଜନ ତଥା ନିକଟର ସ୍ନେହୀ ଜନମାନଙ୍କ ସାଥିରେ ପ୍ରସନ୍ନ ବାତାବରଣରେ ଭୋଜନର ଆନନ୍ଦ ନେଇ ପାରିବେ। ଏହା ସହିତ ଛୋଟ ଯାତ୍ରାର ଆୟୋଜନ ମଧ୍ୟ କରି ପାରିବେ। ବିଦେଶରେ ସ୍ଥିତ ବନ୍ଧୁମାନଙ୍କର ସମାଚାରରେ ମନ ପ୍ରଫୁଲ୍ଲିତ ହେବ। ଲକ୍ଷ୍ମୀଙ୍କର ଆକସ୍ମିକ କୃପା ଆପଣ ଉପରେ ହୋଇପାରେ।

ମିଥୁନ (Gemini): ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ବନି ରହିବ। ଆପଣଙ୍କ ପାଖରେ ଅଧୁରା କାର୍ଯ୍ୟ ସଂପନ୍ନ ହେବ। ଆପଣଙ୍କୁ ଯଶ ଏବଂ କୀର୍ତ୍ତି ମିଳିବ। ଆର୍ଥିକ ଲାଭ ମିଳିବ। ଖର୍ଚର ମାତ୍ରା ବଢ଼ି ପାରେ। ପରନ୍ତୁ ଖର୍ଚ ନିରର୍ଥକ ଯିବନାହିଁ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ କିନ୍ତୁ ସ୍ଵଭାବରେ କ୍ରୋଧର ମାତ୍ରା ବଢ଼ିପାରେ। ବାଣୀ ଉପରେ ସଂଯମତା ରଖିବେ।

କର୍କଟ (Cancer): ଆଜିର ଦିନ ଶାନ୍ତି ପୂର୍ବକ ବିତାଇବା ପାଇଁ ଉପଦେଶ। ପେଟରେ ଅସୁବିଧା ହୋଇପାରେ। ମାନସିକ ରୂପରେ ବିଚଳିତ ରହିବେ। ଆକସ୍ମିକ ଖର୍ଚ ହେବ। ବାଦ-ବିବାଦ ଟାଳିବାକୁ ଚେଷ୍ଟା କରନ୍ତୁ। ଯାତ୍ରା ତଥା ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଦିନ ଅନୁକୂଳ ନୁହେଁ।

ସିଂହ (Leo): ଆଜି ଆପଣ ଶାରୀରିକ ରୂପରେ ଅସ୍ଵସ୍ଥ ତଥା ମାନସିକ ରୂପରେ ବ୍ୟାକୁଳ ରହିବେ। ଘରେ ସ୍ଵଜନମାନଙ୍କ ସହିତ ଭୁଲ ବୁଝାବଣାରେ ମନ ଉଦାସ ରହିପାରେ। ମାତାଙ୍କ ସହିତ ମନମାଳିନ୍ୟ ସମ୍ଭବ। ତଥା ସ୍ଵାସ୍ଥ୍ୟର ଚିନ୍ତା ରହିବ। ସରକାରୀ ତଥା ସଂପତ୍ତିରେ ସଂବନ୍ଧିତ କାଗଜପତ୍ରର ମାମଲାରେରେ ସାବଧାନୀ ବର୍ତ୍ତନ୍ତୁ।

କନ୍ୟା (Virgo): କୌଣସି ମଧ୍ୟ କାର୍ଯ୍ୟ ବୁଝିଶୁଝି ଆଗକୁ ବଢ଼ିବା ପାଇଁ କୁହାଯାଉଛି। ଭାଇ-ଭଉଣୀମାନଙ୍କ ସହିତ ପ୍ରେମଭରା ସମ୍ବନ୍ଧ ବନି ରହିବ। ମିତ୍ରମାନଙ୍କ, ସ୍ଵଜନମାନଙ୍କ ସହିତ ସାକ୍ଷାତକରି ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବାର ସଂଭାବନା ଅଛି। ଆର୍ଥିକ ଲାଭର ସଂଭାବନା ଅଧିକ। ସମାଜରେ ମାନ-ସମ୍ମାନ ମିଳିବ।

ତୁଲା (Libra): ଆଜି ଆପଣଙ୍କ ମନୋବଳ କମଜୋର ହୋଇପାରେ। ନୂଆ କାର୍ଯ୍ୟର ଆରମ୍ଭ ତଥା ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ପାଇଁ ଦିନ ଅନୁକୂଳ ନୁହେଁ। ପରିଜନମାନଙ୍କ ସହିତ ବାଦ-ବିବାଦ ନହେଉ ସେଥିପାଇଁ ବାଣୀ ଉପରେ ସଂଯମତା ରଖିବେ। ଜିଦି ଛାଡ଼ିକରି ମିଳା-ମିଶି ହୋଇ କାମ କରିବାର ପ୍ରଯାସ କରନ୍ତୁ।

ବିଚ୍ଛା (Scorpio): ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପରିବାର ସଦସ୍ୟ ମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ ବିତାଇବେ। ସ୍ଵଜନମାନଙ୍କର ଭେଟ କିମ୍ବା ଉପହାର ମିଳିପାରେ। ଶୁଭ ସମାଚାର ମିଳିବ ତଥା ଆନନ୍ଦଦାୟୀ ଯାତ୍ରା ହୋଇପାରେ।

ଧନୁ (Sagittarius): ଆଜିର ଦିନ ଆପଣଙ୍କପାଇଁ ସଂଘର୍ଷ ପୂର୍ଣ୍ଣ ରହିବ। ପରିଜନମାନଙ୍କ ସହିତ ଯୁକ୍ତି ଯୋଗୁଁ ମନରେ ଅସୁବିଧା ହୋଇପାରେ। ବାଣୀ ଉପରେ ସଂଯମତା ରଖିବେ। ଅଚାନକ କୌଣସି ଘଟଣା ନ ହୋଇଯାଏ ସଜାଗ ରୁହନ୍ତୁ। ସ୍ଵାସ୍ଥ୍ୟରେ ଉପର ତଳ ହୋଇପାରେ। ଧନ ବ୍ୟୟ ହେବ।

ମକର (Capricorn): ମିତ୍ରମାନଙ୍କ, ସମ୍ବନ୍ଧିମାନଙ୍କର ଭେଟରେ ଆପଣଙ୍କ ଦିନ ଆନନ୍ଦପୂର୍ଣ୍ଣ ବିତିବ। ସାମାଜିକ କ୍ଷେତ୍ର, ବ୍ୟାପାର ତଥା ଅନ୍ୟ କ୍ଷେତ୍ରରେ ଆପଣଙ୍କପାଇଁ ଆଜିର ଦିନ ଲାଭଦାୟୀ ରହିବ। ଜୀବନସାଥୀଙ୍କ ଖୋଜିବାକୁ ସରଳତା ପୂର୍ବକ ସଫଳତା ମିଳିବ। ଯାତ୍ରା-ପର୍ଯଟନର ଯୋଗ ଅଛି। ଘରେ କୌଣସି ଶୁଭ ପ୍ରସଙ୍ଗର ସଂଭାବନା ଦେଖାଯାଉଛି।

କୁମ୍ଭ (Aquarius): ଆଜି ଆପଣଙ୍କ ଦିନ ଅନୁକୂଳ ରହିବ। ସବୁ କାର୍ଯ୍ୟ ସରଳତାପୂର୍ବକ ସଂପନ୍ନ ହେବ। ଯେଉଁ କାରଣରୁ ଆପଣ ପ୍ରସନ୍ନ ରହିବେ। ଅଫିସ ଏବଂ ବ୍ୟବସାୟ ସ୍ଥଳ ଉପରେ ଅନୁକୂଳ ପରିସ୍ଥିତିର ବାତାବରଣ ରହିବ ଏବଂ ବଡ ସଫଳତା ମିଳିପାରେ। ଉଚ୍ଚ ପଦାଧିକାରିମାନଙ୍କ ଏବଂ ବଡ଼ ବୃଦ୍ଧମାନଙ୍କର ଆଶୀର୍ଵାଦ ଆଜି ଆପଣଙ୍କ ସାଥିରେ ରହିବେ, ଯାହା ଫଳସ୍ଵରୂପ ଆପଣ ମାନସିକ ଚିନ୍ତାରୁ ମୁକ୍ତ ରହିବେ। ଗୃହସ୍ଥ ଜୀବନ ଆନନ୍ଦଦାୟୀ ରହିବ। ମାନ-ସମ୍ମାନରେ ବୃଦ୍ଧି ହେବ।

ମୀନ (Pisces): ମନରେ ବ୍ୟାକୁଲତା ଏବଂ ଅଶାନ୍ତି ଆଭାସ ସହିତ ଆପଣଙ୍କ ପାଖରେ ଦିନର ଆରମ୍ଭ ହେବ। ଶାରୀରିକ ରୂପରେ ଆପଣଙ୍କୁ ଆଳସ୍ୟ ଅନୁଭବ ହୋଇପାରେ। ଉଚ୍ଚ ଅଧିକାରୀମାନଙ୍କ ସହିତ ସଂଭାଳିକରି କାର୍ଯ୍ୟ କରିବାର ଉପଦେଶ ଦିଆଯାଉଛି। ସଂତାନଙ୍କର ବିଷୟରେ ଚିନ୍ତା ହେବ। ବ୍ୟର୍ଥ ଖର୍ଚ ହୋଇପାରେ। ପ୍ରତିସ୍ପର୍ଦ୍ଧାମାନଙ୍କ ସହିତ ବାଦ-ବିବାଦ ଟାଳିବେ।

Leave a Reply

Your email address will not be published. Required fields are marked *