ଓଡ଼ିଶା

ରାଶିଫଳ ୧୯ ମାର୍ଚ୍ଚ ସୋମବାର : ପଢ଼ନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ (Aries): ଆପଣଙ୍କ ଦିନ ଅସୁସ୍ଥତା ଏବଂ ବ୍ୟଗ୍ରତା ଭରା ରହି ପାରେ। ଥଣ୍ଡା, କଫ, ଜ୍ୱରର ଆଶଂକା ଅଛି। କୌଣସି ଲୋକଙ୍କ ଭଲ କରିବାକୁଯାଇ ଆପଣଙ୍କ ଉପରେ ବିପତ୍ତି ଆସିପାରେ। କାହା ସହିତ ଟଙ୍କା ଦବା-ନବା କରନ୍ତୁ ନାହିଁ। ନିର୍ଣ୍ଣୟ ଶକ୍ତିର ଅଭାବରେ ମନରେ ଦ୍ୱନ୍ଦ୍ୱ ବଢ଼ି ପାରେ, ଯାହାଦ୍ୱାରା ଚିନ୍ତା ବୃଦ୍ଧି ହେବ। ଅଧିକ ଲାଭ, ଲୋଭରେ ହାନି ନ ହେଉ ଏହାର ଧ୍ୟାନ ରଖିବେ।

ବୃଷ (Taurus): ଧନ-ବୃଦ୍ଧି ତଥା ପ୍ରମୋଶନ ହେବାର ଯୋଗ ଅଛି। ବ୍ୟାପାରରେ କରାଯାଉଥିବା ସୌଦାରେ ସଫଳତା ମିଳିପାରେ। ପରିବାରଜନ ତଥା ମିତ୍ରମାନଙ୍କ ସହିତ ସୁଖ କ୍ଷଣର ଆନନ୍ଦ ପ୍ରାପ୍ତ କରି ପାରିବେ। ଛୋଟ ଯାତ୍ରା ହୋଇପାରେ ତଥା ନୂଆ ସଂପର୍କ ମଧ୍ୟ ହୋଇପାରେ।

ମିଥୁନ (Gemini): ଆଜିର ଦିନ ଶୁଭ ତଥା ଅନୁକୂଳ ହେବ। କାର୍ଯ୍ୟାଳୟରେ ଆପଣଙ୍କ ସହିତ କାମ କରୁଥିବା ତଥା ଉଚ୍ଚାଧିକାରିମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ। ସାମାଜିକ ଦୃଷ୍ଟିରେ ଆପଣଙ୍କ ମାନ-ସମ୍ମାନରେ ବୃଦ୍ଧି ହେବ। ପ୍ରମୋଶନର ଯୋଗ ଅଛି। ସ୍ନେହୀଜନମାନଙ୍କଠାରୁ ଭେଟି ବା ଉପହାର ମିଳିପାରେ। ସ୍ଵାସ୍ଥ୍ୟ ଭଲ ରହିବ। ସାଂସାରିକ ଜୀବନ ଆନନ୍ଦମୟ ରହିବ।

କର୍କଟ (Cancer): ଆଜି ଆପଣ ଧାର୍ମିକ କାର୍ଯ୍ୟ, ପୂଜା- ପାଠ ଆଦିରେ ବ୍ୟସ୍ତ ରହିବେ। ଧାର୍ମିକ ସ୍ଥାନର ଦର୍ଶନକରି ଆନନ୍ଦ ପ୍ରାପ୍ତି ହେବ। ପରିଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ ବିତିବ। ସ୍ଵାସ୍ଥ୍ୟ ଭଲ ରହିବ। ମନ ମଧ୍ୟ ଚିନ୍ତା ରହିତ ହେବ। ଅଚନାକ ଧନ ଲାଭ ହୋଇପାରେ। ଆଜି ଆପଣଙ୍କ ଭାଗ୍ୟରେ ଭଲ ପରିବର୍ତ୍ତନ ଯୋଗ ଅଛି।

ସିଂହ (Leo): ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ଵାସ୍ଥ୍ୟ ବିଗିଡ଼ି ଅଚାନକ ଖର୍ଚ୍ଚର ପ୍ରସଙ୍ଗ ଆସିପାରେ। ପରିଜନମାନଙ୍କ ସହିତ ନିୟନ୍ତ୍ରଣ ପୂର୍ବକ ବ୍ୟବହାର କରନ୍ତୁ। ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ। ଈଶ୍ଵର-ସ୍ମରଣ ତଥା ଆଧ୍ୟାତ୍ମିକତା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ।

କନ୍ୟା (Virgo): ସାମାଜିକ ତଥା ଅନ୍ୟ କ୍ଷେତ୍ରରେ ଖ୍ୟାତି କିମ୍ବା ସମ୍ମାନ ପ୍ରାପ୍ତ ହେବ। ସୁନ୍ଦର ବସ୍ତ୍ରାଭୁଷଣ କିଣିବାର ଯାଗ ଅଛି। ବାହନସୁଖ ପ୍ରାପ୍ତ ହେବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ। ପତି-ପତ୍ନୀଙ୍କ ମଧ୍ୟରେ ଯଦି ତର୍କ ହେବ ତେବେ ତାହା ଦୂର ହେବ ଏବଂ ଘନିଷ୍ଠତା ମଧ୍ୟ ବଢିବ।

ତୁଳା (Libra): ଆଜି ଘରେ ସୁଖ-ଶାନ୍ତିର ବାତାବରଣ ବନି ରହିବ। ଆପଣଙ୍କ ମନରେ ପ୍ରସନ୍ନତା ବଢ଼ିବ। କାର୍ଯ୍ୟାଳୟରେ ସାଥିରେ କାମ କରୁଥିବା ଲୋକମାନଙ୍କ ସହିତ ମିଳିତଭାବେ କାର୍ଯ୍ୟ କରି ପାରିବେ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ। ମାତା-ପିତାଙ୍କ ତରଫରୁ କୌଣସି ଭଲ ସମାଚାର ମିଳିବ। ଆରୋଗ୍ୟ ପ୍ରାପ୍ତି ହେବ। ରୋଗରୁ ପୀଡ଼ିତ ଲୋକମାନଙ୍କର ସ୍ଥିତି ସୁଧୁରିବ।

ବିଚ୍ଛା (Scorpio): ବିଦ୍ୟାର୍ଥିମାନେ ଅଭ୍ୟାସ କଲେ ସଫଳତା ମିଳିବ। ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ଆର୍ଥିକ ଆୟୋଜନ ପାଇଁ ଅନୁକୂଳ ଦିନ ହେବା ପାଇଁ ଆପଣଙ୍କ ପରିଶ୍ରମ ଫଳଦାୟୀ ସିଦ୍ଧ ହେବ। ତଥାପି ମଧ୍ୟ ଶେୟାର-ସଟ୍ଟାରୁ ଦୂରରେ ରହିଲେ ଭଲ। ଆଜି ଆପଣ ଯାତ୍ରା ଘୁଞ୍ଚାଇ ଦିଅନ୍ତୁ।

ଧନୁ (Sagittarius): ଶରୀରରେ ଫୁର୍ତ୍ତି ତଥା ମନ ପ୍ରଫୁଲ୍ଲିତ ରହିବ ନାହିଁ। ଦାମ୍ପତ୍ୟ ଜୀବନରେ ଯୁକ୍ତି ଏବଂ ବ୍ୟାପାର କ୍ଷେତ୍ରରେ ଭାଗିଦାରୀ ମଧ୍ୟରେ ମନମାଳିନ୍ୟ ହୋଇପାରେ। ଆପଣଙ୍କ ସ୍ଵାଭିମାନ ଭଙ୍ଗ ନହେଉ, ଏହାର ଧ୍ୟାନ ରଖିବେ। ଜମି ତଥା ବାହନର କାଗଜ ପତ୍ରକୁ ସାବଧାନ ପୂର୍ବକ ପ୍ରସ୍ତୁତ କରିବେ।

ମକର (Capricorn): ଆଜିର ଦିନ ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଶୁଭ ଅଟେ। ଚାକିରି, ବ୍ୟାପାର ତଥା ଦୈନିକ ପ୍ରତ୍ୟେକ କାର୍ଯ୍ୟରେ ଅନୁକୂଳ ପରିସ୍ଥିତି ରହିଲେ ମନରେ ପ୍ରସନ୍ନତା ବନି ରହିବ। ଭାଇ-ବନ୍ଧୁମାନଙ୍କଠାରୁ ଲାଭ ମିଳିବ। ଆର୍ଥିକ ଲାଭର ଯୋଗ ଅଛି। ବିଦ୍ୟାର୍ଥୀ ନିଜର ଅଭ୍ୟାସ ସରଳତା ପୂର୍ବକ କରି ପାରିବେ।

କୁମ୍ଭ (Aquarius): ଆଜି କୌଣସି ବାଦ-ବିବାଦ କରନ୍ତୁ ନାହିଁ। ପାରିବାରିକ ବାତାବରଣ ବିଗିଡ଼ି ପାରେ। କାର୍ଯ୍ୟରେ ଅସଫଳତା, ମନରେ ଅସନ୍ତୋଷ ତଥା ନିରାଶା ଭାବ ରହିବ। ଏଥିପାଇଁ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ନିର୍ଣ୍ଣୟ ଶକ୍ତିର ଅଭାବ ହେବ। ଗୃହଣୀମାନଙ୍କୁ କୌଣସି କାରଣବଶତଃ ମାନସିକ ଅଶାନ୍ତି ରହିବ। ବିଦ୍ୟାର୍ଥିମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ମୀନ (Pisces): ଆପଣଙ୍କର ଦିନ ଶୁଭ ଫଳଦାୟୀ ଅଟେ । ଉତ୍ସାହ ତଥା ସୁସ୍ଥ ରହିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଦିନ ଭଲ ଅଟେ। ପରିବାରର ସଦସ୍ୟମାନଙ୍କ ତଥା ମିତ୍ରମାନଙ୍କ ସହିତ ଭୋଜନର ଅବସର ପ୍ରାପ୍ତ ହେବ। ଧନ ଲାଭ ହେବ, ତଥାପି ମଧ୍ୟ ଅଧିକ ଖର୍ଚ୍ଚ ନହେଉ ଏହାର ଧ୍ୟାନ ରଖିବେ। ଧାର୍ମିକ କାର୍ଯ୍ୟ ତଥା ଯାତ୍ରାର ଯୋଗ ଅଛି। କାର୍ଯ୍ୟରେ-ସଫଳତା ମିଳିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top