ଓଡ଼ିଶା

ରାଶିଫଳ ୧୮ ମାର୍ଚ୍ଚ ରବିବାର : ନବରାତ୍ରି ଆରମ୍ଭ, କେମିତି ରହିବ ଆଜିର ଦିନ

ମେଷ (Aries) : ଆଜି ଦିନ ପୂରା ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶାରୀରିକ ଏବଂ ମାନସିକରୂପରେ ଆପଣ ଅସୁସ୍ଥତା ଅନୁଭବ କରିବେ। ବ୍ୟର୍ଥ ଖର୍ଚ୍ଚର ମାତ୍ରା ବଢ଼ିପାରେ। ପୁଞ୍ଜି-ନିବେଶ କରିବା ପୂର୍ବରୁ ଏହି କଥାଗୁଡ଼ିକର ଧ୍ୟାନ ରଖିବେ। ପରୋପକାର କରିବାରେ ଅବସର ପ୍ରାପ୍ତ ହେବ। ସମ୍ଭାଳିକରି ଦବା-ନବା କରବେ। ଆଧ୍ୟାତ୍ମିକତା ପ୍ରତି ରୁଚି ଅଧିକ ରହିବ। ଲୋଭ କରନ୍ତୁ ନାହିଁ।

ବୃଷ (Taurus): ଆଜିର ଦିନ ଆନନ୍ଦରେ କଟିବ। କାରବାରରେ ଲାଭ ବୃଦ୍ଧି ହେବ। ପରିଜନମାନଙ୍କର ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦର ବାତାବରଣ ଆନନ୍ଦମୟ ରହିବ। ନୂଆ ସଂପର୍କ ଏବଂ ପରିଚୟ ବ୍ୟାପାର କ୍ଷେତ୍ରରେ ଲାଭପ୍ରଦ ରହିବ। ଛୋଟ ଦୂର ଯାତ୍ରା କରିପାରନ୍ତି ଯାହା ସୁଖ ଏବଂ ଲାଭଦାୟକ ରହିବ।

ମିଥୁନ (Gemini): ଶାରୀରିକ ଏବଂ ମାନସିକରୂପରେ ଆଜି ପୂରା ଦିନ ପ୍ରସନ୍ନତା ରହିବ। ବ୍ୟବସାୟିକ କ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବାରେ କାର୍ଯ୍ୟ ପ୍ରତି ଉତ୍ସାହ ବଢ଼ିବ। ସହକର୍ମିମାନଙ୍କର ସାଥି ପ୍ରାପ୍ତ ହେବ। ସାମାଜିକ କ୍ଷେତ୍ରରେ ମଧ୍ୟ ମାନ-ସମ୍ମାନ ପ୍ରାପ୍ତ ହେବ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତାଇ ପାରନ୍ତି। ବ୍ୟବସାୟରେ ପଦୋନ୍ନତିର ସଂଭାବନା ଅଛି। ସରକାରୀ କ୍ଷେତ୍ରର କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ହେବ।

କର୍କଟ (Cancer) : ଆଜି ଭାଗ୍ୟ ବୃଦ୍ଧିର ଦିନ ଅଟେ। ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ। ଛୋଟ ଯାତ୍ରା କିମ୍ବା କୌଣସି ଧାର୍ମିକ ଯାତ୍ରାରେ ମନର ପ୍ରସନ୍ନତାରେ ବୃଦ୍ଧି ହେବ। ଶାରୀରିକ ରୂପରେ ଆଜି ସୁସ୍ଥ ରହିବେ। ମାନସିକ ରୂପରେ ଆଜି ପ୍ରସନ୍ନତା ଅନୁଭବ କରିବେ। ମିତ୍ରମାନଙ୍କ ଏବଂ ପରିଜନମାନଙ୍କ ସହିତ ଦିନ ଆନନ୍ଦର ସହିତ ବିତିବ। ବ୍ୟବସାୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ। ଆକସ୍ମିକ ଧନପ୍ରାପ୍ତିର ଯୋଗ ପ୍ରବଳ । ବିଦେଶ ଯିବାର ପ୍ରୟାସରେ ଏବଂ ଧାର୍ମିକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ।

ସିଂହ (Leo): ସ୍ଵାସ୍ଥ୍ୟ ପ୍ରତି ଆଜି ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ସ୍ଵାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହୋଇପାରେ। ଆଜି ବାହରର ଖାଦ୍ୟଠାରୁ ଦୂରରେ ରୁହନ୍ତୁ। ବୈଚାରିକ ସ୍ତରରେ ନକାରାତ୍ମକ ଛାୟା ରହିବ। ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗ ଉପରେ ନେବ ଏବଂ ମାନସିକ ଚିନ୍ତା କମ ହେବ।

କନ୍ୟା (Virgo): ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ଯଶ କୀର୍ତି ପ୍ରାପ୍ତ ହେବ। ବ୍ୟାପାର କ୍ଷେତ୍ରରେ ଭାଗିଦାରୀ ସହିତ ସମ୍ବନ୍ଧରେ ସକାରାତ୍ମକତା ବଢ଼ିବ। ବସ୍ତ୍ରାଭୂଷଣ କିଣି ମନ ଆନନ୍ଦିତ ହେବ। ମିତ୍ରମାନଙ୍କ ସହିତ ଯାତ୍ରାର ଆନନ୍ଦ ନେବେ।

ତୁଳା (Libra): ଆପଣଙ୍କର ସ୍ଵାସ୍ଥ୍ୟ ଆଜି ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ସହକର୍ମିମାନଙ୍କ ସାଥି ପ୍ରାପ୍ତ ହେବ। ପରିଜନମାନଙ୍କ ସହିତ ଆପଣ ଆନନ୍ଦପୂର୍ବକ ସମୟ ବିତାଇ ପାରିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଖର୍ଚ୍ଚର ମାତ୍ରା ଆଜି ନବଢ଼ୁ ଏହାର ମଧ୍ୟ ଧ୍ୟାନ ରଖିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ଏବଂ ଯଶ ମିଳିବ।

ବିଚ୍ଛା (Scorpio): ବାଦ-ବିବାଦଠାରୁ ଦୂରରେ ରୁହନ୍ତୁ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ଅଭ୍ୟାସରେ ସଫଳତା ପ୍ରାପ୍ତ ହେବ ଏବଂ ତାଙ୍କର ଉତ୍ସାହ ବୃଦ୍ଧି ହେବ। ଶେୟାର-ସଟ୍ଟାରେ ପୁଞ୍ଜି-ନିବେଶ ନ କରିବା ପାଇଁ ଉପଦେଶ। ସମ୍ଭବ ହେଲେ ଯାତ୍ରା ଆଜି ଘୁଞ୍ଚାଇ ଦିଅନ୍ତୁ। ଭବିଷ୍ୟତ ପାଇଁ ଆର୍ଥିକ ଯୋଜନା ବନାଇବା ପାଇଁ ସମୟ ଅନୁକୂଳ ଅଟେ।

ଧନୁ (Sagittarius): ମାନସିକରୂପରେ ଆଜି ଆପଣଙ୍କର ଉତ୍ସାହର ଅଭାବ ରହିପାରେ ଯେଉଁଥିରେ ମନରେ ଅଶାନ୍ତି ରହିବ। ପାରିବାରିକ ବାତାବରଣ କଳହପୂର୍ଣ୍ଣ ରହିପାରେ କାରଣ ପରିଜନମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ। ସ୍ଥାୟୀ ସଂପତ୍ତି କାଗଜପତ୍ର ମାମଲାରେ ବିଶେଷ ଧ୍ୟାନ ରଖିବେ। ଧନହାନିର ଯୋଗ ଅଛି। ମାନହାନି ନ ହେଉ ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟ ବିଷୟରେ ଚିନ୍ତା ରହିବ।

ମକର (Capricorn): ମିତ୍ରମାନଙ୍କ ଏବଂ ପରିଜନମାନଙ୍କ ସହିତ ଆଜିର ଦିନ ଆନନ୍ଦ ପୂର୍ବକ ବିତିବ। କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିପାରନ୍ତି। ସ୍ଥାୟୀ ସଂପତ୍ତିର କାର୍ଯ୍ୟ ଆଜି ଆପଣ କରି ପାରିବେ। ବ୍ୟବସାୟୀ ଲୋକମାନଙ୍କର ପାଇଁ ସମୟ ଅନୁକୂଳ ଅଟେ।। ଶତ୍ରୁ ପରାସ୍ତ ହେବେ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଠିକ ରହିବ। ଆଜି ଆର୍ଥିକ ଲାଭ ହେବାର ସଂକେତ ଅଛି। ନୂଆ କାର୍ଯ୍ୟର ଶୁଭାରମ୍ଭ ଆଜି କରି ପାରିବେ।

କୁମ୍ଭ (Aquarius): ମାନସିକ ରୂପରେ ଅସୁବିଧା ଅନୁଭବ ହେବାରେ କୌଣସି ନିଶ୍ଚିତ ନିର୍ଣ୍ଣୟ ନେବାରେ କଷ୍ଟ ହେବ। ନିରର୍ଥକ ଖର୍ଚ୍ଚରୁ ବଞ୍ଚନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ନରଖିଲେ ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାର ସଂଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ଅଭ୍ୟାସର ସମୟ। ମନର ଏକାଗ୍ରତା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାରେ ବିଳମ୍ବ ହୋଇପାରେ।

ମୀନ (Pisces): ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ। ଉତ୍ସାହପୂର୍ଣ୍ଣ ବାତାବରଣ ହେବାପାଇଁ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାର ପ୍ରେରଣା ମିଳିବ। ପାରିବାରିକ ବାତାବରଣରେ ସୁଖ-ଶାନ୍ତି ବନି ରହିବ। ମିତ୍ର ଏବଂ ପରିଜନମାନଙ୍କର ସହିତ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ଅଛି। ଧାର୍ମିକ ଯାତ୍ରା ଅଥବା ଧାର୍ମିକ କାର୍ଯ୍ୟର ଆଜି ଯୋଗ ଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top