ଓଡ଼ିଶା

୧୫ ମଇ ମଙ୍ଗଳବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ : ଦିନର ପ୍ରାରମ୍ଭରେ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆପଣ ଉତ୍ସାହିତ ରହିବେ। ଶରୀର ଏବଂ ମନର ସୁସ୍ଥତା ମଧ୍ୟ ଆପଣଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିବ। ସ୍ନେହୀ ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସ୍ନେହ ମିଲନ ସମାରୋହରେ ଯିବାକୁ ପଡ଼ିପାରେ।

ବୃଷ : ଘରର ସଦସ୍ୟମାନଙ୍କ ସହିତ ଆପଣ ଆବଶ୍ୟକ ଚର୍ଚ୍ଚା କରିବେ। ଘରର ସାଜସଜ୍ଜାରେ ଏବଂ ଅନ୍ୟ ବିଷୟଗୁଡ଼ିକରେ ପରିବର୍ତ୍ତନ କରିବାରେ ଆପଣଙ୍କ ରୁଚି ବଢ଼ିବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।

ମିଥୁନ : ପାରିବାରିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଦିନ ବହୁତ ଭଲ ଭାବରେ କଟିବ। କାର୍ଯ୍ୟଭାର ବଢ଼ିବାରୁ ସ୍ଵାସ୍ଥ୍ୟରେ କିଛି ଢିଲାପଣ ଆସିବ, କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟରେ ସୁଧାର ହେବ।

କର୍କଟ : ଆଜି ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ସ୍ଵାସ୍ଥ୍ୟ ବିଗିଡ଼ି ପାରେ। କ୍ରୋଧର ମାତ୍ରା ଅଧିକ ରହିବ। ଯେଉଁ କାର୍ଯ୍ୟରେ ପ୍ରୟାସ କରିବେ ସେଥିରେ ଯେତେ ଚେଷ୍ଟା କଲେ ମଧ୍ୟ ଓଲଟା ଫଳ ମିଳିବ।

ସିଂହ : କ୍ରୋଧର ମାତ୍ରା ଅଧିକ ରହିବାରୁ କାହା ସହିତ ମନମାଳିନ୍ୟ ହେବ। କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବ। ପରିବାରରେ ମଧ୍ୟ ଆନନ୍ଦର ବାତାବରଣ ହେବ।

କନ୍ୟା : ଆଜି ନୂତନ କାର୍ଯ୍ୟ ଏବଂ ଯାତ୍ରା ନ କରିବା ପାଇଁ ଉପଦେଶ। ରାଗ-ଦ୍ଵେଷ ପରି ଭାବନାକୁ ଛାଡ଼ିକରି ସମତାପୂର୍ବକ ବ୍ୟବହାର କରିବା ଆଜି ଭଲହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ କରିବାପାଇଁ ଯୋଗ ଅଛି।

ତୁଳା : ଆଜିର ଦିନର ପ୍ରାରମ୍ଭ ଆନନ୍ଦପ୍ରଦ ରହିବ। ବିଚାରରେ ଉଗ୍ରତା ଏବଂ ଅଧିକାର ଭାବନା ମନରେ ରହିବ। ଆର୍ଥିକ ଲାଭର ଏବଂ ଯାତ୍ରାର ସମ୍ଭାବନା ଅଛି।

ବିଚ୍ଛା : ବୌଦ୍ଧିକ କାର୍ଯ୍ୟଗୁଡ଼ିକ କରିବା ପାଇଁ ତଥା ଜନ ସଂପର୍କ ବନାଇ ରଖିବା ପାଇଁ ଏବଂ ଲୋକମାନଙ୍କ ସହିତ ମିଳାମିଶା କରିବା ପାଇଁ ଆଜି ଦିନ ଭଲ ଅଟେ। ଛୋଟ ପ୍ରବାସର ସମ୍ଭାବନା ଅଛି।

ଧନୁ : ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ସମ୍ଭାଳିକରି ଚାଲିବାକୁ ଉପଦେଶ। ଅଧିକ ଶ୍ରମ କରିବା ପରେ କାର୍ଯ୍ୟରେ ସଫଳତା ମିଳିବ ନିରାଶ ହୁଅନ୍ତୁ ନାହିଁ।

ମକର : ଆଜି ଆପଣ କିଛି ଅଧିକ ସମ୍ବେଦନଶୀଳ ରହିବେ। ଆପଣଙ୍କ ଭାବନାକୁ ମଧ୍ୟ ଆଘାତ ପହଁଚି ପାରେ। ବାହନ ଚଳାଇବା ସମୟରେ ଧ୍ୟାନ ରଖିବେ। ଆପତ୍ତିକର ବିଚାର, ବ୍ୟବହାର ଏବଂ ଆୟୋଜନରୁ ଦୂରରେ ରୁହନ୍ତୁ।

କୁମ୍ଭ : ଆବଶ୍ୟକ କାର୍ଯ୍ୟଗୁଡ଼ିକରେ ନିର୍ଣ୍ଣୟ ନ ନେବା ପାଇଁ ଆପଣଙ୍କୁ ଉପଦେଶ। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଆଜି ଦିନର ପ୍ରାରମ୍ଭିକ ସମୟ ବହୁତ ଅନୁକୂଳ ଅଟେ।

ମୀନ : ବାଣୀ ଉପରେ ନିୟନ୍ତ୍ରଣ ରଖି ଆପଣ ବିବାଦକୁ ଘୁଞ୍ଚାଇ ପାରିବେ। ଆପଣଙ୍କ ମଧ୍ୟରେ ଆଜି କିଛି ସୁଧାର ହେବ। ଆପଣ ନୂଆ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହେବେ। ତଥା କାର୍ଯ୍ୟଙ୍କର ପ୍ରାରମ୍ଭ ମଧ୍ୟ କରି ପାରିବେ। କିନ୍ତୁ ଦ୍ୱନ୍ଦ୍ୱରେ ନିର୍ଣ୍ଣୟ ନିଅନ୍ତୁ ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top