ରାଶିଫଳ ୧୪ ମାର୍ଚ୍ଚ: ଏଇ ରାଶିର ଭାଗ୍ୟରେ ସୁନା ବର୍ଷା ହେବ: ଆଉ ଆପଣଙ୍କର?

ମେଷ (Aries): ଆପଣଙ୍କ ପାଖରେ କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରୀ ଲାଭ ମିଳିବ। ପେଷାରେ ମହତ୍ତ୍ଵପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଉଚ୍ଚ ପଦାଧିକାରୀମାନଙ୍କର ସହିତ ବିଚାର-ବିମର୍ଶ ହେବ। ପେଷା କାମରେ ଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ମାମଲାରେ ଗଭୀର ରୁଚି ନେଇକରି ସଦସ୍ୟମାନଙ୍କ ସାଥିରେ ବିଚାର-ବିମର୍ଶ କରିବେ। ମାତାଙ୍କ ସାଥିରେ ଅଧିକ ନିକଟତା ଅନୁଭବ କରିବେ।

ବୃଷ (Taurus): ବିଦେଶ ଗମନ ପାଇଁ ସୁବର୍ଣ୍ଣ ମୁହୂର୍ତ୍ତ ଆସିବ। ବିଦେଶରେ ରହୁଥିବା ସ୍ନେହୀ କିମ୍ବା ମିତ୍ରଙ୍କର ସମାଚାର ମିଳିବ। ବ୍ୟାପାରିମାନଙ୍କୁ ଧନ ଲାଭ ହେବ। ନୂଆ ଆୟୋଜନ ହାତକୁ ନେଇ ପାରିବେ। ଲମ୍ବା ଯାତ୍ରା ହେବ। ଆଧ୍ୟାତ୍ମରେ ରୁଚି ବଢ଼ିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।

ମିଥୁନ (Gemini): ଅନିୟନ୍ତ୍ରିତ କ୍ରୋଧ ଉପରେ ଲଗାମ ରଖିବାପାଇଁ ଉପଦେଶ। ବଦନାମ ହେବାରୁ ଦୂରରେ ରୁହନ୍ତୁ। ଅତ୍ୟଧିକ ଖର୍ଚ୍ଚରେ ଆର୍ଥିକ ସମସ୍ୟା ଆସିପାରେ। ପାରିବାରିକ ସଦସ୍ୟ ଏବଂ ପେଷାରେ ସହକର୍ମିମାନଙ୍କ ସହିତ ମନମାଳିନ୍ୟ କିମ୍ବା ବିବାଦ ହୋଇପାରେ। ଈଶ୍ଵରଙ୍କର ଆରାଧନା, ଜପ ଏବଂ ଆଧ୍ୟାତ୍ମିକତା ଆପଣଙ୍କୁ ଶାନ୍ତିର ଅନୁଭବ କରାଇବ।

କର୍କଟ (Cancer): ଆଜିର ଦିନ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ମଉଜ ସଉକର ସାଧନ, ଉତ୍ତମ ଆଭୂଷଣ ଏବଂ ବାହନ କ୍ରୟ କରିବେ। ମଉଜମସ୍ତୀ ଏବଂ ମନୋରଞ୍ଜନର ପ୍ରବୃତ୍ତିଗୁଡ଼ିକରେ ସମୟ ବ୍ୟତୀତ ହେବ। ତା ସହିତ ହିଁ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସାଥିରେ ରୋମାଞ୍ଚକ ସାକ୍ଷାତକରି ସୁଖ ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ଉତ୍କୃଷ୍ଟ ପ୍ରେମର ଅନୁଭୂତି ହେବ।

ସିଂହ (Leo): ଆଜି ଆପଣଙ୍କ ମନରେ କୌଣସି କଥାକୁ ନେଇକରି ଉଦାସିନତା ଅନୁଭବ କରିପାରନ୍ତି। ଘରେ ଶାନ୍ତିର ବାତାବରଣ ହେବ। ଦୈନିକ କାର୍ଯ୍ୟଗୁଡ଼ିକରେ ସ୍ୱଳ୍ପ ଅବରୋଧ ଆସିବ। ଅଧିକ ପରିଶ୍ରମ କରିବା ପରେ ଅଧିକାରୀମାନଙ୍କ ସହିତ ବାଦ- ବିବାଦରେ ନ ପଡ଼ିବାକୁ ଚେଷ୍ଟା କରିବେ।

କନ୍ୟା (Virgo): ଆପଣଙ୍କ ଦିନ ଆଜି ଚିନ୍ତାରେ ବିତିବ। ବିଶେଷ ରୂପରେ ସନ୍ତାନ ଏବଂ ସ୍ଵାସ୍ଥ୍ୟର ବିଷୟରେ ଆପଣ ଅଧିକ ଚିନ୍ତିତ ହେବେ। ପେଟ ସମ୍ବନ୍ଧୀତ ରୋଗଗୁଡ଼ିକର ଅଭିଯୋଗ ରହିବ। ବିଦ୍ୟାର୍ଥିମାନଙ୍କପାଇଁ ପଢ଼ାରେ କଠିନତା ଆସିବ। ଆକସ୍ମିକ ଧନ ଖର୍ଚ ହୋଇପାରେ। ଶେୟାର ଜୁଆ ଖେଳରୁ ଦୂରରେ ରହିବା ପାଇଁ ଉପଦେଶ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତକରି ହେବ।

ତୁଳା (Libra): ଆଜି ଆପଣ ଅତ୍ୟଧିକ ଭାବୁକ ହୋଇପାରନ୍ତି ଏବଂ ଏହି କାରଣରୁ ଅସୁସ୍ଥତା ଅନୁଭବ ହୋଇପାରେ। ମାତାଙ୍କର ସାଥିରେ କୌଣସି କଥାକୁ ନେଇକରି ମନମାଳିନ୍ୟ ହୋଇପାରେ। ଯାତ୍ରା ପାଇଁ ବର୍ତ୍ତମାନ ସମୟ ଅନୁକୂଳ ନୁହେଁ । କୌଟୁମ୍ବିକ ଏବଂ ଜମିବାଡ଼ି ସମ୍ବନ୍ଧିତ ଚର୍ଚ୍ଚାରେ ସାବଧାନୀ ରଖିବାର ଆବଶ୍ୟକତା ଅଛି। ପାଣିରେ ସମ୍ଭାଳିକି ଚାଲିବାକୁ ପଡ଼ିବ।

ବିଚ୍ଛା (Scorpio): କାର୍ଯ୍ୟରେ ସଫଳତା, ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧି ପାଇଁ ଭଲ ଦିନ ଅଟେ। ନୂଆ କାର୍ଯ୍ୟର ଆରମ୍ଭ ମଧ୍ୟ କରିପାରନ୍ତି। ଭାଇ-ବନ୍ଧୁମାନଙ୍କର ବ୍ୟବହାର ଆଜି ଅଧିକ ସହଯୋଗପୂର୍ଣ୍ଣ ଏବଂ ପ୍ରେମପୂର୍ଣ୍ଣ ରହିବ। ପ୍ରତିସ୍ପର୍ଦ୍ଧାମାନଙ୍କୁ ପରାସ୍ତ କରି ପାରିବେ। ପ୍ରିୟବ୍ୟକ୍ତି ସହିତ ମିଳିବା ପାଇଁ ମନ ଆନନ୍ଦ ଅନୁଭବ କରିବେ। ଲଘୁ ଯାତ୍ରା ହେବ। ସ୍ଵାସ୍ଥ୍ୟ ଭଲ ରହିବ।

ଧନୁ (Sagittarius): ଦ୍ୱନ୍ଦ୍ୱ ମନୋସ୍ଥିତି ଏବଂ ପାରିବାରିକ ବାତାବରଣ କାରଣରୁ ଆପଣଙ୍କୁ ଅସୁବିଧା ହୋଇପାରେ। ନିରର୍ଥକ ଧନ ଖର୍ଚ ହୋଇପାରେ। ବିଲ୍ କାର୍ଯ୍ୟ ପୂର୍ଣ୍ଣ ହେବ। ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବା ବର୍ତ୍ତମାନ ହିତକର ନୁହେଁ। ପାରିବାରିକ ସଦମାନଙ୍କ ସହିତ ଭୁଲ ବୁଝାବଣା ଟାଳିବାକୁ ପ୍ରଯାସ କରିବାକୁ ପଡ଼ିବ।

ମକର (Capricorn): ଈଶ୍ଵରଙ୍କର ନାମ ସ୍ମରଣରେ ଆପଣଙ୍କ ପାଖରେ ଦିନର ଶୁଭାରମ୍ଭ ହେବ। ଧାର୍ମିକ କାର୍ଯ୍ୟରେ ଏବଂ ପୂଜା ପାଠରେ ଲିପ୍ତ ରହିବେ। ଗୃହସ୍ଥ ଜୀବନରେ ଆନନ୍ଦମୟ ବାତାବରଣ ରହିବ। ଆପଣଙ୍କ ସବୁ କାର୍ଯ୍ୟ ସରଳତାରେ ସମ୍ପୂର୍ଣ୍ଣ ହେବ। ମିତ୍ରମାନଙ୍କ, ନିଜ ସମ୍ବନ୍ଧିମାନଙ୍କ ତରଫରୁ ଭେଟି ମିଳିବ, ଶାରୀରିକ, ମାନସିକ ରୂପରେ ପ୍ରଫୁଲ୍ଲିତ ରହିବେ। ଚାକିରି ବ୍ୟବସାୟରେ ମଧ୍ୟ ଅନୁକୂଳ ପରିସ୍ଥିତି ରହିବ। ଦାମ୍ପତ୍ୟ ଜୀବନରେ ପରମାନନ୍ଦ ଅନୁଭବ କରିବେ। ଦୁର୍ଘଟଣାରୁ ସାବଧାନ ରୁହନ୍ତୁ।

କୁମ୍ଭ (Aquarius): ଆଜି ଆପଣ କୌଣସି ପ୍ରକାରର ବିତ୍ତୀୟ ନେଣ-ଦେଣରେ ପଡ଼ନ୍ତୁ ନାହିଁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ପରିଜନମାନଙ୍କ ସାଥିରେ କୌଣସି ପ୍ରକାରର ସଂଘର୍ଷରୁ ଦୂରରେ ରୁହନ୍ତୁ। କାହା ସହିତ ଭୁଲ ବୁଝାବଣା ହେବାରେ ଝଗଡ଼ା ହୋଇପାରେ। ଏମିତି ନହେଉ ଭଲ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି। ଦୁର୍ଘଟଣାରୁ ଦୂରରେ ରୁହନ୍ତୁ।

ମୀନ (Pisces): ଆଜି ଆପଣଙ୍କପାଇଁ ଲାଭଦାୟକ ଦିନ। ଚାକିରି ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ବୃଦ୍ଧ ବର୍ଗ ଏବଂ ମିତ୍ରମାନଙ୍କ ତରଫରୁ ଆପଣଙ୍କୁ କିଛି ଲାଭ ହେବ। ନୂଆ ମିତ୍ର ବନିବେ, ଯାହାର ମିତ୍ରତା ଭବିଷ୍ୟତ ପାଇଁ ଲାଭଦାୟକ ପ୍ରମାଣିତ ହେବ। ମାଙ୍ଗଳିକ ଅବସରରେ ଯିବାକୁ ହେବ। ମିତ୍ରମାନଙ୍କ ସାଥିରେ ପ୍ରବାସ ପର୍ଯ୍ୟଟନର ଆୟୋଜନ କରିବେ। ସନ୍ତାନମାନଙ୍କ ଏବଂ ପତ୍ନୀଙ୍କର ତରଫରୁ ଶୁଭ ସମାଚାର ମିଳିବ। ଆକସ୍ମିକ ଧନଲାଭ ହେବ।

Leave a Reply

Your email address will not be published. Required fields are marked *