୧୩ ଅପ୍ରେଲ, ଶୁକ୍ରବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମେଷ (Aries): ଆପଣଙ୍କ ଆଜିର ଦିନ ସାମାଜିକ ପ୍ରବୃତ୍ତି ଏବଂ ମିତ୍ରମାନଙ୍କ ସହିତ କାର୍ଯ୍ୟ ବ୍ୟସ୍ତତାରେ ବିତିବ। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ସନ୍ତାନମାନଙ୍କଠାରୁ ଶୁଭ ସମାଚାର ମିଳିବ। ପର୍ଯ୍ୟଟନର ସଂଭାବନା ଅଛି। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି।

ବୃଷ (Taurus): ଆଜି ଆପଣ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିପାରନ୍ତି। ଚାକିରି ପେଶାବାଲାଙ୍କ ପାଇଁ ଆଜିର ଦିନ ଶୁଭଅଟେ। ତାଙ୍କୁ ଆୟ ବୃଦ୍ଧି କିମ୍ବା ପ୍ରମୋଶନର ଶୁଭ ସମାଚାର ମିଳିବ। ସରକାରୀ ଲାଭ ମିଳିବ। ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ରହିବ। ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଯୋଗୁଁ ଆପଣଙ୍କ ଉତ୍ସାହ ବଢ଼ିବ। ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ। ଦାମ୍ପତ୍ୟଜୀବନରେ ମଧୁରତା ରହିବ।

ମିଥୁନ (Gemini): ଆଜି ଆପଣଙ୍କୁ କିଛି ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶରୀରରେ ଫୁର୍ତ୍ତିର ଅଭାବ ରହିବ, ଏହି କାରଣରୁ ନିର୍ଦ୍ଧାରିତ କାମ ସମ୍ପୂର୍ଣ୍ଣ ହେବ ନାହିଁ। ମାନସିକ ଚିନ୍ତାରେ ବ୍ୟଗ୍ରତା ଅନୁଭବ କରିବେ। ଆପଣଙ୍କ ଚାକିରି-ବ୍ୟବସାୟରରେ ମଧ୍ୟ ସହକର୍ମିମାନଙ୍କର ମନ୍ଦ ପ୍ରତିଭାବ ଆପଣଙ୍କୁ ହତୋତ୍ସାହିତ କରିପାରେ। ଉଚ୍ଚ ପଦାଧିକାରିମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ସଚେତ ରୁହନ୍ତୁ।

କର୍କଟ (Cancer): କ୍ରୋଧ ନିୟନ୍ତ୍ରଣ ରଖିବା ବହୁତ ଆବଶ୍ୟକ । ଖାଦ୍ୟ-ପେୟର ଧ୍ୟାନ ନରଖିଲେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ଆଶଂକା ଅଛି। କୁଟୁମ୍ବଙ୍କ ସହିତ ବାଦ-ବିବାଦ ହୋଇପାରେ। ଖର୍ଚ୍ଚ ବୃଦ୍ଧି ହେବାରୁ ଆର୍ଥିକ କଷ୍ଟ ଅନୁଭବ କରିବେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ।

ସିଂହ (Leo): ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନରେ ସ୍ୱଳ୍ପ କଥାରେ ମନମାଳିନ୍ୟ ହୋଇପାରେ। ପତି-ପତ୍ନୀ ଦୁଇଜଣଙ୍କର ସ୍ଵାସ୍ଥ୍ୟ ଖରାପ ହେବାର ଆଶଂକା ଅଛି। ବ୍ୟାପାରୀ ଲୋକ ଭାଗିଦାରୀଙ୍କ ସହିତ ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ। ସାର୍ବଜନିକ ଜୀବନରେ ଅପଯଶ ନମିଳୁ, ଏହାର ଧ୍ୟାନ ରଖିବେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଖୁସି ହେବେ ନାହିଁ।

କନ୍ୟା (Virgo): ଆଜି ଆପଣଙ୍କୁ ପ୍ରତ୍ୟେକ ମାମଲାରେ ଅନୁକୂଳତା ଅନୁଭବ ହେବ। ଘରେ ସୁଖ-ଶାନ୍ତି ରହିବ, ଯାହାଫଳରେ ମନ ପ୍ରସନ୍ନ ରହିବ। ସୁଖପ୍ରଦ ଘଟଣା ଘଟିବ। ସ୍ଵାସ୍ଥ୍ୟ ଭଲ ରହିବ। ରୋଗାକ୍ରନ୍ତ ବ୍ୟକ୍ତିମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ। ଆର୍ଥିକ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କର ସହଯୋଗ ମିଳିବ। ଭଗବାନଙ୍କର କୃପାଦୃଷ୍ଟି ଆପଣ ଉପରେ ରହିବ।

ତୁଳା (Libra): ଆପଣ କଳ୍ପନା ଏବଂ ସୃଜନଶକ୍ତିର ପ୍ରଗତିରେ ସନ୍ତୋଷ ଅନୁଭବ କରିବେ। ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ପଡ଼ନ୍ତୁନାହିଁ। ସ୍ଵାସ୍ଥ୍ୟ ମାମଲାରେ ପାଚନତନ୍ତ୍ର ସମ୍ବନ୍ଧିତ ସମସ୍ୟା ହୋଇପାରେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତକରି ଖୁସି ମିଳିବ। ଛାତ୍ରମାନଙ୍କୁ ଶିକ୍ଷାର ଅନୁକୂଳ ପରିଣାମ ମିଳିବାରେ ଅସୁବିଧା ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ।

ବିଚ୍ଛା (Scorpio): ମାନସିକ ଏବଂ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ବରିଷ୍ଠ ନାଗରୀକମାନଙ୍କ ସହିତ ମନମାଳିନ୍ୟ ହେବାର ଘଟଣା ଆପଣଙ୍କ ମନକୁ ବ୍ୟଥିତ କରିପାରେ। ମାତାଙ୍କର ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ଆର୍ଥିକ କ୍ଷତି ଏବଂ ସାର୍ବଜନିକ ଜୀବନରେ ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ଜମି, ବାହନ ଆଦିର ସଉଦା କରିବା କିମ୍ବା ଏହାର କାଗଜପତ୍ର ବନାଇବାରୁ ବଞ୍ଚନ୍ତୁ। ମହିଳା ବର୍ଗ ତଥା ପାଣିରେ କ୍ଷତି ହେବାର ଆଶଂକା ଅଛି।

ଧନୁ (Sagittarius): ଆଜି ଆପଣଙ୍କ ମନ ଶାନ୍ତ ଏବଂ ପ୍ରସନ୍ନ ରହିବ। ଭାଇ-ଭଉଣୀମାନଙ୍କ ସହିତ ଅଧିକ ମିଳାମିଶା ରହିବ। ନୂଆ କାମର ଆରମ୍ଭ ଆଜି କରିପାରନ୍ତି। ପରିଜନମାନଙ୍କ ତଥା ମିତ୍ରମାନଙ୍କ ଆଗମନ ହେବାଯୋଗୁଁ ଆନନ୍ଦ ଅନୁଭବ ହେବ। ଲଘୁ ଯାତ୍ରାର ସଂଭାବନା ଅଛି। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ମିଳିବ। ବ୍ୟବହାରରେ ନିୟନ୍ତ୍ରଣ ରଖିବେ।

ମକର (Capricorn): ଆଜି ଆପଣଙ୍କ ଶାନ୍ତ ବାଣୀ ଆପଣଙ୍କୁ ବହୁତ ଅସୁବିଧାରୁ ବଞ୍ଚାଇବ। କୁଟୁମ୍ବମାନଙ୍କ ସହିତ ଭୁଲ ବୁଝାବଣା ଯୋଗୁଁ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ। ଶେୟାର-ସଟ୍ଟାରେ ପୁଞ୍ଜି ନିବେଶ କରିବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ହେବ। ଶାନ୍ତ ମନରେ କାର୍ଯ୍ୟ କରନ୍ତୁ। ଉତ୍ତମ ବୈବାହିକ ଜୀବନର ସୁଖ ପ୍ରାପ୍ତି କରିବେ।

କୁମ୍ଭ (Aquarius): ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥତା ଏବଂ ସତେଜପୂର୍ଣ୍ଣ ଦିନ ହେବ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ଦିନ ଲାଭଦାୟୀ ରହିବ। ପରିଜନମାନଙ୍କର ତଥା ମିତ୍ରମାନଙ୍କ ସହିତ ମିଷ୍ଠାନ୍ନ ଏବଂ ସୁରୁଚିପୂର୍ଣ୍ଣ ଭୋଜନ ମିଳିବ। ସାଙ୍ଗମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଆଜି ଆପଣ ଚିନ୍ତନ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତିର ପ୍ରଭାବକୁ ଜାଣି ପାରିବେ। ନକାରାତ୍ମକ, ବିଚାରକୁ ଦୂର ରଖିବାରେ ଲାଭ ହେବ।

ମୀନ (Pisces): ଆଜି ଆପଣଙ୍କ ମନରେ ଏକାଗ୍ରତାର ଅନୁଭବ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ। ସ୍ଵଜନମାନଙ୍କଠାରୁ ଦୂରକୁ ଯିବାକୁ ହେବ। କୋର୍ଟ- କଚେରୀର କାର୍ଯ୍ୟରେ ତଥା କାହାର ଜାମିନ୍ ହେବାର ସମ୍ବନ୍ଧରେ ସାବଧାନ ରହିବେ। ବ୍ୟାପାରିମାନଙ୍କୁ ବ୍ୟାପାରରେ ଭଲ ଅବସର ମିଳିବ ଏବଂ ଆୟବୃଦ୍ଧି ହେବ। ଚାକିରି ପେଶାବାଲାଙ୍କ ପାଇଁ ପ୍ରଗତିର ମାର୍ଗ ଖୋଲିବ।

Leave a Reply

Your email address will not be published. Required fields are marked *