ଓଡ଼ିଶା

୧୨ ଅପ୍ରେଲ ଗୁରୁବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମେଷ (Aries): ସାମାଜିକ ପ୍ରସଙ୍ଗରେ ବନ୍ଧୁମାନଙ୍କ ସହିତ ଆପଣଙ୍କ ସମୟ ଆନନ୍ଦ ପୂର୍ବକ ବିତିବ। ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ ଏବଂ ତାଙ୍କ ଦ୍ଵାରା ଲାଭ ମଧ୍ୟ ହେବ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ଆପଣଙ୍କ ବ୍ୟବସାୟ ପାଇଁ ନୂଆ ସ୍ରୋତ ଦେଖାଯିବ। ଅଚାନକ ଧନ ଲାଭ ହେବାର ସଂଭାବନା ଅଛି।

ବୃଷ (Taurus): ନୂଆ କାର୍ଯ୍ୟର ଆୟୋଜନ କରିବାର ଇଚ୍ଛା ରଖିବା ଲୋକମାନଙ୍କର ପାଇଁ ଅନୁକୂଳ ସମୟ ଅଟେ। ଚାକିରି ତଥା ବ୍ୟବସାୟରେ ଲାଭଦାୟକ ପରିଣାମ ମିଳିବ, ପ୍ରମୋଶନ ମିଳିବ। ବ୍ୟାପାରରେ ନୂଆ ଦୀଗ ଖୋଲିବ। ସରକାରଙ୍କ ଦ୍ଵାରା ଲାଭର ସମାଚାର ମିଳିବ। ଧୈର୍ଯ୍ୟ ରଖିଲେ କାର୍ଯ୍ୟ ପୂରା ହେବ। ଗୃହସ୍ଥ ଜୀବନରେ ମଧୁରତା ରହିବ।

ମିଥୁନ (Gemini): ପ୍ରତିକୂଳ ସଂଯୋଗ ବନିବା ଯୋଗୁଁ ଆପଣଙ୍କ କାର୍ଯ୍ୟରେ ସ୍ୱଳ୍ପ ବିଳମ୍ବ ହୋଇପାରେ। ଶରୀରରେ ଫୁର୍ତି ଏବଂ ମନରେ ଉତ୍ସାହର ଅଭାବ ରହିବ। ପେଟର ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଚାକିରିରେ ଅଧିକାରୀମାନଙ୍କର ନକାରାତ୍ମକ ବ୍ୟବହାରରେ ଅସୁବିଧାରେ ପଡ଼ିପାରନ୍ତି, ଶେଷରେ ସବୁ ଠିକ୍ ହେବ। ଆମୋଦ-ପ୍ରମୋଦ ପ୍ରବୃତ୍ତିଗୁଡ଼ିକରେ ଅର୍ଥ ଖର୍ଚ୍ଚ ହେବ। ଦାମ୍ପତ୍ୟଜୀବନରେ ଜୀବନସାଥୀ ସହିତ ନିକଟତର ସମୟ କାଟି ପାରିବେ।

କର୍କଟ (Cancer): ମନର ନକାରାତ୍ମକ ବ୍ୟବହାର ଆପଣଙ୍କୁ ହତାଶ କରିବ। ବାହରର ଖାଦ୍ୟ-ପାନୀୟ କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। କ୍ରୋଧକୁ ନିୟନ୍ତ୍ରଣରେ ରଖିବେ, ଅନ୍ୟଥା ବାଦ-ବିବାଦ ହୋଇପାରେ। ମାନହାନି ନ ହେଉ ଏହାର ଧ୍ୟାନ ରଖିବେ। ନୂଆ ସମ୍ବନ୍ଧ ଅସୁବିଧାଦାୟକ ପ୍ରମାଣିତ ହେବ। ଶେଷରେ ଈଶ୍ଵର ଭକ୍ତିରେ ଆଶ୍ୱସ୍ତି ଅନୁଭବ କରିବେ।

ସିଂହ (Leo): ପତି-ପତ୍ନୀଙ୍କ ମଧ୍ୟରେ ମାମୂଲୀ କାରଣରୁ ମନମାଳିନ୍ୟ ଆସିପାରେ। କିନ୍ତୁ ପରେ ସବୁ ଠିକ୍ ହୋଇଯିବ। ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ବିଷୟରେ ଚିନ୍ତା ରହିବ। ସାଂସାରିକ ବିଷୟଗୁଡ଼ିକ ବିଷୟରେ ଉଦାସ ରହିବେ। ଭାଗିଦାରୀ ସହିତ ମତଭେଦ ହୋଇପାରେ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ସହିତ ସାକ୍ଷାତକରି ବିଶେଷ ଆନନ୍ଦଦାୟକ ମିଳିବ ନାହିଁ।

କନ୍ୟା (Virgo): ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବାରୁ ପ୍ରସନ୍ନତା ଅନୁଭବ ହେବ। ଆର୍ଥିକ ଲାଭ ଏବଂ କାମରେ ସଫଳତା ମିଳିବ। ରୋଗାକ୍ରାନ୍ତ ଆଶ୍ୱସ୍ତି ଅନୁଭବ କରିବେ। ଚାକିରିରେ ଲାଭ ହେବ, ପ୍ରମୋଶନ ହେବାର ପୂର୍ଣ୍ଣ ସଂଭବାନା ଅଛି। କର୍ମଚାରିମାନଙ୍କୁ ତଥା ସହକର୍ମିମାନଙ୍କର ସହଯୋଗ ମିଳିବ। ମଉଜ-ସଉକ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହେବ।

ତୁଳା (Libra): ଆଜି ଆପଣ କଳ୍ପନା ଏବଂ ସୃଜନଶକ୍ତିର ଉତ୍ତମ ଉପଯୋଗ କରି ପାରିବେ। ସନ୍ତାନମାନଙ୍କ ପ୍ରଗତି ହେବ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତକରି ମନ ରୋମାଞ୍ଚକ ରହିବ। ମନରେ ସତେଜ ଏବଂ ଫୁର୍ତ୍ତି ଅନୁଭବ କରିବେ। ଅତ୍ୟଧିକ ବିଚାରରେ ମନ ବିଚଳିତ ହେବ। ଆଜି କାହା ସହିତ ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ହୋଇପାରେ।

ବିଚ୍ଛା (Scorpio): ଆଜିର ଦିନ ଆପଣ ଶାରୀରିକ ଏବଂ ମାନସିକ ରୂପରେ ଭୟ ଅନୁଭବ କରିପାରନ୍ତି। କୌଣସି ନ କୌଣସି କଥାରେ ଚିନ୍ତା ଆପଣଙ୍କୁ ହଇରାଣ କରିପାରେ, କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ ସବୁ ଠିକ୍ ହେବ। ପରିବାରର ସଦସ୍ୟମାନଙ୍କ ତଥା ପରିଜନମାନଙ୍କର ସହିତ ମନମାଳିନ୍ୟ ହେବାର ଆଶଂକା ଅଛି। ମାତାଙ୍କ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଜମି, ବାହନ, ଆଦିର କ୍ରୟ ବେଳେ କାଗଜପତ୍ର ବନାଇବାବେଳେ ସାବଧାନ ରହିବେ।

ଧନୁ (Sagittarius): ଗୁଢ଼ ରହସ୍ୟମୟ ବିଦ୍ୟା ଏବଂ ଅଧ୍ୟାତ୍ମ ଆଡ଼କୁ ଆପଣଙ୍କ ବିଶେଷ ଆକର୍ଷଣ ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଶୁଭ ସମୟ ଅଟେ। ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ଆଗମନରେ ଘରେ ପ୍ରସନ୍ନତା ରହିବ। ହାତକୁ ନେଇଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହେବ। ଲଘୁ ଯାତ୍ରା ଯୋଗ ଅଛି। ଧନ ଲାଭର ଯୋଗ ଅଛି। ଛୋଟ ଭାଇ ଭଉଣୀମାନଙ୍କ ସହିତ ମିଳାମିଶା ରହିବ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବାର ସଂଭାବନା ଅଛି।

ମକର (Capricorn): ଆଜି ଆପଣ ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ। ପରିଜନମାନଙ୍କ ସହିତ ମନମାଳିନ୍ୟ ନହେଉ, ଏହାର ଧ୍ୟାନ ରଖିବେ। ଶେୟାର-ସଟ୍ଟାରେ ପୁଞ୍ଜି ନିବେଶ କରିପାରନ୍ତି। ଆର୍ଥିକ ଲାଭ ହେବ। ସ୍ଵାସ୍ଥ୍ୟ ସଂବନ୍ଧୀତ କିଛି ଅଭିଯୋଗ ରହିବ। ଆଖିରେ କୌଣସି ଅସୁବିଧା ହେବାର ଆଶଂକା ଅଛି। ନକାରାତ୍ମକ ବୃତ୍ତି ଦୂର କଲେ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ଅଧିକ ଧ୍ୟାନ ରଖିବାକୁ ପଡ଼ିବ।

କୁମ୍ଭ (Aquarius): ଶାରୀରିକ ତଥା ମାନସିକ ରୂପରେ ଆପଣଙ୍କ ଦିନ ପ୍ରଫୁଲ୍ଲିତ ରହିବ। ପରିଜନ ତଥା ମିତ୍ର ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ଉତ୍ସବର ବାତାବରଣ ରହିବ। ସୁରୁଚିପୂର୍ଣ୍ଣ ଏବଂ ମିଷ୍ଟାନ୍ନ ଭୋଜନର ଆନନ୍ଦ ନେବେ। ବୁଲିବା ତଥା ପର୍ଯ୍ୟଟନର କାର୍ଯ୍ୟକ୍ରମ ଆୟୋଜିତ ହେବ। ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଦିନ ଅଟେ। ଆଧ୍ୟାତ୍ମ ଏବଂ ଚିନ୍ତନରେ ଗଭୀର ରୁଚି ରଖିବେ।

ମୀନ (Pisces): ଆର୍ଥିକ ଆୟୋଜନ ଏବଂ ପୁଞ୍ଜି ନିବେଶ କରିବା ସମୟରେ ଧ୍ୟାନ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକର ପଛରେ ଖର୍ଚ୍ଚ ହୋଇପାରେ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମତଭେଦ ହୋଇପାରେ କିନ୍ତୁ ସବୁ ଠିକ୍ ହୋଇଯିବ। ଲୋଭ ବୃତ୍ତି ଆପଣଙ୍କୁ କ୍ଷତିରେ ନ ପକାଉ, ଏହାର ଧ୍ୟାନ ରଖିବେ। କୋର୍ଟ-କଚେରୀ ମାମଲାରେ ନ ପଡ଼ିବା ଭଲ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top