ଓଡ଼ିଶା

୧୦ ଅପ୍ରେଲ ମଙ୍ଗଳବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜି ଆପଣ ଘରର ବିଭିନ୍ନ ବିଷୟ ପ୍ରତି ପ୍ରତି ଅଧିକ ଧ୍ୟାନ ଦେବେ। ପରିଜନମାନଙ୍କ ସହିତ ବୈଠକରେ ମହତ୍ତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ ତଥା ଘରର ସାଜସଜ୍ଜା କରିବା ପାଇଁ କିଛି ନୂଆ ନୂଆ ଦ୍ରବ୍ୟ କ୍ରୟ କରିବେ ଏବଂ ଘରର ରୂପ ବଦଳାଇବାକୁ ଆପଣଙ୍କ ମନହେବ। ଆଜି ଆପଣଙ୍କୁ ନିଜର କାର୍ଯ୍ୟରେ ସନ୍ତୋଷ ଅନୁଭବ ହେବ। ମହିଳାମାନଙ୍କ ତରଫରୁ ସମ୍ମାନ ମିଳିପାରେ।

ବୃଷ (Taurus): ବିଦେଶରେ ସ୍ଥିତ ସ୍ନେହୀଜନ ତଥା ମିତ୍ରମାନଙ୍କର ଖବର ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ। ବିଦେଶ ଯିବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କ ପାଇଁ ଭଲ ଅବସର। ଲମ୍ବା ଯାତ୍ରାର ଆୟୋଜନ ହୋଇପାରେ। ଗୋଟିଏ ଦୁଇଟି ଧାର୍ମିକ ସ୍ଥଳକୁ ଯାତ୍ରାକରି ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ। କାର୍ଯ୍ୟାଳୟ କିମ୍ବା ବ୍ୟାପାର ସ୍ଥଳ ଉପରେ କାର୍ଯ୍ୟଭାର ଅଧିକ ରହିବ। ଆର୍ଥିକ ଲାଭ ହେବାର ସଂଭାବନା ଅଛି।

ମିଥୁନ (Gemini): ଆଜିର ଦିନ ନିଜକୁ ନିୟନ୍ତ୍ରଣ ରଖିବେ ଏବଂ ସାବଧାନ ରହିବେ। କ୍ରୋଧରେ ନିଜର କ୍ଷତି ହେବାର ସମ୍ଭାବନା ଅଧିକ। ମସ୍ତିସ୍କ ଶାନ୍ତ ରଖିବେ। ଶାରୀରିକ ଏବଂ ମାନସିକରୂପରେ ଆଜି ଆପଣ ଅସୁସ୍ଥ ଅନୁଭବ କରିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବାରେ ବାଦ-ବିବାଦକୁ ଟାଳିବାରେ ସଫଳତା ମିଳିବ। ଖର୍ଚ୍ଚ ଅଧିକ ହେବାରୁ ଆର୍ଥିକ ରୂପରେ ଅସୁବିଧା ଅନୁଭବ କରିପାରନ୍ତି। ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଈଶ୍ଵରଙ୍କର ଆରାଧନା କରନ୍ତୁ।

କର୍କଟ (Cancer): ଆଜିର ଦିନ ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦପୂର୍ବକ ବିତାଇ ପାରିବେ। ମନୋରଞ୍ଜକ ପ୍ରବୃତ୍ତିଗୁଡ଼ିକରେ ଆନନ୍ଦ ପ୍ରାପ୍ତ ହେବ। ବ୍ୟାପାର କ୍ଷେତ୍ରରେ ଲାଭ ହେବାର ସଂଭାବନା ଅଧିକ ଅଟେ। ଭାଗିଦାରୀରେ ଲାଭ ହେବ। ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନର ସ୍ମୃତି ଲମ୍ବା ସମୟ ପର୍ଯ୍ୟନ୍ତ ରହିବ। ସାମାଜିକରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ।

ସିଂହ (Leo): ମାନସିକ ଚିନ୍ତାରେ ମନ ବ୍ୟଗ୍ର ହୋଇପାରେ। କୌଣସି କାରଣବଶତଃ ଦୈନିକ କାର୍ଯ୍ୟଗୁଡ଼ିକରେ ବିଘ୍ନ ଆସିପାରେ। ବ୍ୟବସାୟରେ ସହକର୍ମିମାନଙ୍କର ସହଯୋଗ ଆଜି ସମ୍ପୂର୍ଣ୍ଣ ମିଳିବ ନାହିଁ। ଅଧିକାରୀମାନଙ୍କଠାରୁ ସମ୍ଭାଳିକରି ରହିବେ। ପରିଶ୍ରମର ଉଚିତ ପରିଣାମ ନ ମିଳିବାରୁ ନିରାଶ ହୋଇପାରନ୍ତି।

କନ୍ୟା (Virgo): ଆଜି ବିଦ୍ୟାର୍ଥିମାନଙ୍କପାଇଁ ସମୟ କଠିନ ଅଟେ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ରହିବ। ଶେୟାର କିମ୍ବା ସଟ୍ଟାରେ ସମ୍ଭାଳିକରି ଚାଲିବେ। ମନରେ ଖିନ୍ନତା ଅନୁଭବ ହେବ। ଆଜି ବୌଦ୍ଧିକ ଚର୍ଚ୍ଚାରେ ନ ଆସିବା ପାଇଁ ଉପଦେଶ।

ତୁଲା (Libra): ଆଜି ଆପଣ ଶାରୀରିକରୂପରେ ଶିଥିଲତା ଏବଂ ମାନସିକରୂପରେ ବ୍ୟଗ୍ରତା ଅନୁଭବ କରିବେ। ମାତାଙ୍କ ବିଷୟରେ ଚିନ୍ତା ରହିବ। ସ୍ଥାୟୀ ସଂପତ୍ତି ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକ ସାବଧାନୀରେ ସମ୍ପୂର୍ଣ୍ଣ କରିବେ। ଯାତ୍ରାକୁ ଆଜି ଯେତେ ସମ୍ଭବ ଟାଳିବାକୁ ଚେଷ୍ଟା କରିବେ। ପାରିବାରିକ ବାତାବରଣ ଅଶାନ୍ତ ହୋଇପାରେ। ସାମାଜିକରୂପରେ ଅପମାନିତ ନହୁଅନ୍ତୁ ଏହାର ଧ୍ୟାନ ରଖିବେ।

ବିଚ୍ଛା (Scorpio): ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଶୁଭ ଅଟେ। ସମଗ୍ର ଦିନ ଆପଣ ପ୍ରସନ୍ନ ରହିବେ। ଭାଇ-ବନ୍ଧୁମାନଙ୍କ ସହିତ ଗୃହ ବିଷୟ ଉପରେ ଆବଶ୍ୟକ ଚର୍ଚ୍ଚା କରିବେ। ଆର୍ଥିକ ଲାଭ ତଥା ଭାଗ୍ୟବୃଦ୍ଧିର ଯୋଗ ଅଛି। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ମିତ୍ରମାନଙ୍କ ସହିତ ସାକ୍ଷାତକରି ମନ ପ୍ରଫୁଲ୍ଲିତ ହେବ। କାର୍ଯ୍ୟରେ ସଫଳତା ମିଳିବ।

ଧନୁ (Sagittarius): ଆଜି ଆପଣଙ୍କ ମନ ଦ୍ୱନ୍ଦ୍ୱରେ ଫସି ରହିବ। ପାରିବାରିକ ବାତାବରଣ କ୍ଲେଶପୂର୍ଣ୍ଣ ରହିବ। ନିର୍ଦ୍ଧାରିତ କାର୍ଯ୍ୟ ଗୁଡ଼ିକୁ ପୂର୍ଣ୍ଣ ନ କରିପାରି ମନରେ ହତାଶାଭାବ ରହିବ। କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ଆଜି ନ ନେବା ପାଇଁ ଉପଦେଶ। ଘର କିମ୍ବା ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ।

ମକର (Capricorn): ଆଜି ପ୍ରାତଃକାଳର ପ୍ରାରମ୍ଭ ଈଶ୍ଵର ସ୍ମରଣ ସହିତ କରିବାରେ ମନ ପ୍ରଫୁଲ୍ଲିତ ରହିବ। ଧାର୍ମିକ ରୂପରେ ପୂଜା ବିଧି ମଧ୍ୟ ଆପଣ କରି ପାରିବେ। ପାରିବାରିକ ବାତାବରଣ ମଙ୍ଗଳମୟ ରହିବ। ମିତ୍ରମାନଙ୍କ, ସ୍ନେହୀଜନମାନଙ୍କଠାରୁ ଆପଣଙ୍କୁ ଉପହାର ପ୍ରାପ୍ତ ହେବ। ବ୍ୟବସାୟ ଏବଂ ବ୍ୟାପାରର ସ୍ଥାନ ଉପରେ ଆପଣଙ୍କ ପ୍ରଭାବ ରହିବ। ଆପଣଙ୍କ କାର୍ଯ୍ୟରେ ଅଧିକାରୀଗଣ ସନ୍ତୁଷ୍ଟ ହେବେ। ଆପଣଙ୍କ କାର୍ଯ୍ୟ ଆଜି ସରଳତାରେ ପୂର୍ଣ୍ଣ ହେବ। ଆପଣ ଅନୁକୂଳ ସ୍ଥିତିର ଲାଭ ନେଲେ ଭଲ ହେବ। ମାନସିକରୂପରେ ଶାନ୍ତି ମିଳିବ।

କୁମ୍ଭ (Aquarius): ଆଜି ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ରହିବ। ପରିଜନମାନଙ୍କ ସହିତ କଳହ ହେବାର ସମ୍ଭାବନା ଅଛି। ଧନର ଆଦାନପ୍ରଦାନ କିମ୍ବା ପୁଞ୍ଜି ନିବେଶ କରିବା ସମୟରେ ଧ୍ୟାନ ରଖିବେ। କୋର୍ଟ କଚେରୀ କାର୍ଯ୍ୟରେ ସମ୍ଭାଳି କରି ଚାଲିବେ। ଖର୍ଚ୍ଚର ମାତ୍ରା ଅଧିକ ରହିବ। କାହାର ଭଲ କରି ନିଜର କ୍ଷତି ହେବାର ମଧ୍ୟ ସମ୍ଭାବନା। ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।

ମୀନ (Pisces): ଆଜି ଆକସ୍ମିକ ଧନଲାଭର ସମ୍ଭାବନା ଅଧିକ ଅଛି। ସନ୍ତାନମାନଙ୍କ ବିଷୟରେ ଶୁଭ ସମାଚାର ପ୍ରାପ୍ତ ହେବ। ପିଲାବେଳର ସାଥି କିମ୍ବା ପୁରୁଣା ମିତ୍ରମାନଙ୍କ ସହିତ ଭେଟ ହେବାରେ ଆନନ୍ଦ ମିଳିବ। ନୂଆ ମିତ୍ରମାନଙ୍କ ସଂପର୍କ ହେବ। ସାମାଜିକ ପ୍ରସଙ୍ଗ ପାଇଁ ବାହରକୁ ଯିବାର ଅବସର ପ୍ରାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ରୂପରେ ଲାଭ ହେବ। କୌଣସି ରମଣୀୟ ସ୍ଥଳକୁ ଯାତ୍ରା କିମ୍ବା ପର୍ଯ୍ୟଟନର ପ୍ରବନ୍ଧ କରିପାରନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top