୦୨ ଅପ୍ରିଲ, ସୋମବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଭଗବାନଙ୍କର ଆଶୀର୍ବାଦରେ ସୁଖମୟ ଦାମ୍ପତ୍ୟ ଜୀବନ ସହିତ ବାହରକୁ ବୁଲିବାକୁ ଏବଂ ମନମୁତାବକ ଭୋଜନ ମିଳିବାର ଯୋଗ ଅଛି। ଆମଦାନୀ ରପ୍ତାନୀ ସହିତ ଜଡ଼ିତ ବ୍ୟାପାରିମାନଙ୍କ କାରବାରରେ ଲାଭ ଏବଂ ସଫଳତା ମିଳିବ। ଆପଣଙ୍କ ହଜି ଯାଇଥିବା ବସ୍ତୁ ଫେରି ପାଇବାର ସଂଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସାଥିରେ ପ୍ରେମର ସୁଖଦ ଅନୁଭବ ପ୍ରାପ୍ତି କରି ପାରିବେ। ଯାତ୍ରାରେ ଆର୍ଥିକ ଲାଭ ଏବଂ ବାହନ ସୁଖ ସଂଭାବନା ଅଛି। ବାଦ-ବିବାଦରୁ ଦୂରରେ ରହିବା ହିତକର ଅଟେ।

ବୃଷ (Taurus): ଆପଣଙ୍କ ଦିନ ଶୁଭଫଳଦାୟକ ପ୍ରମାଣିତ ହେବ। ନିର୍ଦ୍ଧାରିତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହେବ। ଅଧୂରା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ। ଆର୍ଥିକ ଲାଭ ହେବ। ଆଇଘର ପକ୍ଷରୁ ଆନନ୍ଦପୂର୍ଣ୍ଣ ସମାଚାର ପ୍ରାପ୍ତ ହେବ। ଚାକିରି ପେଶାଲୋକଙ୍କୁ ଚାକିରିରେ ଲାଭ ହେବ। ସହକର୍ମିମାନଙ୍କ ସହଯୋଗ ମିଳିବ।

ମିଥୁନ (Gemini): ଆଜି ସନ୍ତାନମାନଙ୍କ ଏବଂ ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ହେବ। ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ଗଭୀରଭାବେ ଅନୁଧ୍ୟାନ କଲେ ଆପଣଙ୍କ ପାଇଁ ହିତକର ହେବ। ଆତ୍ମ ସମ୍ମାନକୁ ଆଘାତ ଆସିପାରେ ତଥା ମହିଳା ମିତ୍ରମାନଙ୍କ ଦ୍ଵାରା ଖର୍ଚ୍ଚ କିମ୍ବା କ୍ଷତି ହେବାର ସଂଭାବନା ଅଛି। ପେଟ ସମ୍ବଂଧୀତ ରୋଗରେ ଅସୁବିଧା ହେବ। ନୂଆ କାର୍ଯ୍ୟର ଆରମ୍ଭ ଏବଂ ଯାତ୍ରା ନ କରିବା ପାଇଁ ଉପଦେଶ।

କର୍କଟ (Cancer): ଶାରୀରିକ-ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ଛାତୀରେ ଯନ୍ତ୍ରଣା କିମ୍ବା କୌଣସି ବିକାରରେ ପରିବାରରେ ଅଶାନ୍ତି ହୋଇପାରେ। ମହିଳା ମିତ୍ରମାନଙ୍କ ସହିତ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସମ୍ଭାଳିକରି ରୁହନ୍ତୁ, ସାର୍ବଜନିକ ରୂପରେ ମାନହାନି ହେବାରେ ଦୁଃଖୀ ହୋଇପାରନ୍ତି। ସମୟରେ ଭୋଜନ ମିଳିବାରରେ ଅସୁବିଧା ଆସିବ। ଧନ ଖର୍ଚ୍ଚ ତଥା ଅପଯଶ ମିଳିବାର ଯୋଗ ଅଛି।

ସିଂହ (Leo): କାର୍ଯ୍ୟରେ ସଫଳତା ଏବଂ ଶତ୍ରୁମାନଙ୍କ ଉପରେ ବିଜୟର ନିଶା ଆପଣଙ୍କ ମୁଣ୍ଡ ଉପରେ ସବୁବେଳେ ରହିବ, ପ୍ରସନ୍ନତା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଳିକରି ଘରେ କିଛି ଆୟୋଜନ କରିପାରନ୍ତି। ମିତ୍ରମାନଙ୍କ, ସ୍ନେହୀ ଜନମାନଙ୍କ ସହିତ ଯାତ୍ରା କରିବାର ଯୋଗ ଅଛି। ସ୍ଵାସ୍ଥ୍ୟ ଅନୁକୂଳ ରହିବ। ଆର୍ଥିକ ଲାଭ, ପ୍ରିୟଜନମାନଙ୍କୁ ସାକ୍ଷାତକରି ଖୁସି ହେବେ। ଶାନ୍ତ ଚିତ୍ତରେ ନୂଆ କାର୍ଯ୍ୟଗୁଡ଼ିକ ଆରମ୍ଭ କରି ପାରିବେ। ଅଚାନକ ଭାଗ୍ୟ ବୃଦ୍ଧିର ଅବସର ଦେଖାଯାଉଛି।

କନ୍ୟା (Virgo): ପରିବାରରେ ଆଜି ଆନନ୍ଦର ବାତାବରଣ ରହିବ। ବାଣୀର ମଧୁରତା ଏବଂ ନ୍ୟାୟପ୍ରିୟ ବ୍ୟବହାରରେ ଆପଣ ଲୋକପ୍ରିୟତା ପ୍ରାପ୍ତି କରିବେ। ଆର୍ଥିକ ଲାଭ ହେବାର ସଂଭାବନା ଅଛି। ମିଷ୍ଟାନ୍ନ ଭୋଜନ ପ୍ରାପ୍ତ ହେବ। ବିଦ୍ୟାର୍ଥିମାନଙ୍କପାଇଁ ବିଦ୍ୟାଧ୍ୟୟନ ପାଇଁ ଅନୁକୂଳ ସମୟ ଅଟେ। ମଉଜ ଏବଂ ସଉକ ସାଧନ ପଛରେ ଖର୍ଚ୍ଚ ହେବ। ଅନୈତିକ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରହିବାକୁ ଉପଦେଶ।

ତୁଲା (Libra): ନିଜର କଳାକୁ ନିଖାରିବା ପାଇଁ ଅବସର ମିଳିପାରେ। ଆପଣଙ୍କ ରଚନାତ୍ମକ ଏବଂ କଳାତ୍ମକ ଶକ୍ତି ଅଧିକ ପ୍ରଦର୍ଶିତ ହେବ। ଶାରୀରିକ, ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ। ମନୋରଞ୍ଜନର ପ୍ରବୃତ୍ତିଗୁଡ଼ିକରେ ସାଙ୍ଗ ତଥା ପରିଜନମାନଙ୍କ ସହିତ ଭାଗ ନେବେ। ଆର୍ଥିକ ଲାଭ ହେବ। ସୁନ୍ଦର ଭୋଜନ ବସ୍ତ୍ର ଏବଂ ବାହନ ସୁଖର ପ୍ରାପ୍ତି ହେବ। ପ୍ରିୟ ବ୍ୟକ୍ତିଙ୍କ ସାକ୍ଷାତକରି ହେବ ତଥା କାର୍ଯ୍ୟରେ ସଫଳତାର ଯୋଗ ଅଟେ। ଦାମ୍ପତ୍ୟଜୀବନରେ ବିଶେଷ ମଧୁରତା ରହିବ।

ବିଚ୍ଛା (Scorpio): ଆମୋଦ-ପ୍ରମୋଦ, ମନୋରଞ୍ଜନ ପଛରେ ଧନ ବ୍ୟୟ ହେବ। ମାନସିକ ଚିନ୍ତା ଏବଂ ଶାରୀରିକ କଷ୍ଟର କାରଣରୁ ଆପଣ ଚିନ୍ତାଶୀଳ ହୋଇପାରନ୍ତି। ଦୁର୍ଘଟଣା କିମ୍ବା ଶଲ୍ୟ ଚିକିତ୍ସାରେ ସମ୍ଭାଳି କରି ରହିବେ। କଥାବାର୍ତ୍ତାରେ କାହା ସହିତ ଭୁଲ ବୁଝାବଣା ନ ହେଉ ଏହାର ବିଶେଷ ଧ୍ୟାନ ରଖିବେ। ସ୍ଵଭାବରେ କିଛି ଉଗ୍ରତା ରହିବ, ବାଦ-ବିବାଦରୁ ଦୂରରେ ରୁହନ୍ତୁ। ମାନହାନି ଏବଂ ଧନହାନିର ଆଶଙ୍କା ରହିବ। କୋର୍ଟ କଚେରୀ କାର୍ଯ୍ୟଗୁଡ଼ିକରେ ସମ୍ଭାଳି କରି ରହିବେ। ଅସଂଯମିତ ବ୍ୟବହାର ଅସୁବିଧାରେ ପକାଇ ପାରେ।

ଧନୁ (Sagittarius): ଆର୍ଥିକ, ସାମାଜିକ ଏବଂ ପାରିବାରିକ ଦୃଷ୍ଟିରେ ଆପଣଙ୍କପାଇଁ ଆଜିର ଦିନ ଲାଭଦାୟୀ ଅଟେ। ଗୃହସ୍ଥଜୀବନରେ ସଂପୂର୍ଣ୍ଣ ଆନନ୍ଦ ଆପଣ ପ୍ରାପ୍ତି କରି ପାରିବେ। ପ୍ରେମର ସୁଖ ଅନୁଭୂତି ହେବ। ମିତ୍ରମାନଙ୍କ ସହିତ କୌଣସି ରମଣୀୟ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି। ଜୀବନସାଥୀ ଖୋଜୁଥିବା ଲୋକଙ୍କ ପାଇଁ ବିବାହର ଯୋଗ ଅଛି। ଜୀବନସାଥୀ ଏବଂ ସନ୍ତାନମାନଙ୍କ ତରଫରୁ ଆପଣଙ୍କୁ କିଛି ଲାଭ ମିଳିବ। ଆୟରେ ବୃଦ୍ଧି ତଥା ବ୍ୟାପାରରେ ଲାଭ ମିଳିବାର ଦିନ ଅଟେ। ମହିଳା ମିତ୍ରମାନଙ୍କଠାରୁ ଲାଭ ହୋଇପାରେ।

ମକର (Capricorn): ଚାକିରି ବ୍ୟବସାୟ କ୍ଷେତ୍ରରେ ଲାଭ ହେବାର ସଂକେତ ଦେଖାଯାଉଛି। ଅସୁଲି, ଯାତ୍ରା, ଆୟ ଆଦି ପାଇଁ ଶୁଭ ଦିନ ଅଟେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ କିମ୍ବା ଚାକିରିରେ ଉଚ୍ଚ ପଦାଧିକାରୀମାନଙ୍କ ଦ୍ଵାରା ଆପଣଙ୍କ କାମର ପ୍ରଶଂସା ହେବ। ପଦୋନ୍ନତି ଯୋଗର ସଂଭାବନା ବଢ଼ିବ। ପିତାଙ୍କଠାରୁ ଲାଭ ହେବ। ସନ୍ତାନମାନଙ୍କ ପଢ଼ା ସମ୍ବନ୍ଧରେ ସନ୍ତୋଷର ଭାବନା ଅନୁଭବ କରିବେ। ସମ୍ମାନ ବୃଦ୍ଧି ହେବ।

କୁମ୍ଭ (Aquarius): ଆଜି ଆଳସ୍ୟ ଅନୁଭବ କରିବେ। କାମରେ ଉତ୍ସାହ କମ ରହିବ। ଅଫିସ ତଥା କାମ-କାର୍ଯ୍ୟ ଜାଗାରେ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ। ମଉଜ-ସଉକ ଏବଂ ବୁଲିବା ପଛରେ ଖର୍ଚ୍ଚ ହେବ। ଲମ୍ବା ଯାତ୍ରା ହେବ। ବିଦେଶରୁ କିଛି ସମାଚାର ମିଳିବ। ସନ୍ତାନମାନଙ୍କର ପ୍ରଶ୍ନ ଆପଣଙ୍କୁ ଅଡ଼ୁଆରେ ପକାଇପାରେ। ଶତ୍ରୁମାନଙ୍କର ସମକ୍ଷ ଅଧିକ ବାଦ-ବିବାଦରେ ନରହିବାକୁ ଉପଦେଶ।

ମୀନ (Pisces): ସ୍ଵାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦେବେ। ଅଚାନକ ଧନ ଖର୍ଚ୍ଚ ହେବ। ଅନ୍ୟ କାମକାର୍ଯ୍ୟରେ ମଧ୍ୟ ଆପଣଙ୍କୁ କିଛି ପ୍ରତିକୂଳତା ଅନୁଭବ କରିବାକୁ ପଡ଼ିବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାର ସଂଭାବନା ଅଛି। ସମ୍ଭାଳି କରି କଥାବାର୍ତ୍ତା କରିବେ। ଆକସ୍ମିକ ଧନ ଲାଭରେ ଆନନ୍ଦ ମିଳିବ।

Leave a Reply

Your email address will not be published. Required fields are marked *