ଓଡ଼ିଶା

ଆର୍ଥିକ ନୀତି ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଅଗ୍ରଣୀ ଅର୍ଥନୀତିଜ୍ଞ ଏବଂ ବିଭିନ୍ନ ପ୍ରସଙ୍ଗ ବିଶେଷଜ୍ଞମାନଙ୍କ ସହ ଆସନ୍ତା କାଲି ଆଲୋଚନା କରିବେ। ନୀତି ଆୟୋଗଙ୍କ ପକ୍ଷରୁ ଏହି ବିଚାର-ଆଲୋଚନା ତଥା ମାନସ ମନ୍ଥନ ଆୟୋଜନ କରାଯାଇଛି। ‘ଆର୍ଥିକ ନୀତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା’ ଶୀର୍ଷକ ଏହି ଆଲୋଚନାକୁ ବଛା ବଛା ବିଶେଷଜ୍ଞ ଗୋଷ୍ଠୀ ଓ ଅର୍ଥଶାସ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା କାଲିର ମାନସ ମନ୍ଥନରେ ୬ଟି ବିଶେଷ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ। ସେଗୁଡିକ ହେଲା ବୃହତ୍ ଆର୍ଥିକ ଭାରସାମ୍ୟ, କୃଷି ଓ ଗ୍ରାମ୍ୟ ବିକାଶ, ସହରାଂଚଳ ଉନ୍ନୟନ, ଭିତିଭୂମି ଓ ସଂଯୋଗୀକରଣ, କର୍ମନିଯୁକ୍ତି, ବିନିର୍ମାଣ ଓ ରତ୍ପାନୀ କ୍ଷେତ୍ର ଏବଂ ସ୍ୱାସ୍ଥ୍ୟ ଓ ଶିକ୍ଷା।

ଅର୍ଥ ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ, ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧା ମୋହନ ସିଂହ, ଯୋଜନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ରାଓ ଇନ୍ଦରଜିତ ସିଂହ, ନୀତି ଆୟୋଗର ଉପାଧ୍ୟକ୍ଷ, ଆୟୋଗର ସମସ୍ତ ସଦସ୍ୟ, ସିଇଓ ତଥା ଭାରତ ସରକାରଙ୍କ ବରିଷ୍ଠ ଯୋଜନା ପ୍ରଣୟନକାରୀମାନେ ଏହି ଆଲୋଚନା କାଳରେ ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନା କାଳରେ ଦେଶର ବିଭିନ୍ନ ଭାଗରୁ ନିମନ୍ତ୍ରିତ ହୋଇ ଯାଇଥିବା ବିଶେଷଜ୍ଞମାନଙ୍କ ସହ ଦେଶର ଆର୍ଥିକ ବ୍ୟବସ୍ଥା, ଭବିଷ୍ୟତ କାର୍ଯ୍ୟପନ୍ଥା, ଅଭିବୃଦ୍ଧି ଏବଂ ନିୟୁ ଇଣ୍ଡିଆ ସ୍ୱପ୍ନକୁ ସାକାର କରିବା ଦିଗରେ କି କି ପଦକ୍ଷେପ ନିଆଯିବା ଆବଶ୍ୟକ ସେଥିନେଇ ବିସ୍ତୃତ ଭାବେ ମତ ବିନିମୟ କରିବେ।

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ)ର ଅଧ୍ୟକ୍ଷ ଡ. ବିବେକ ଦେବରାୟ କହିଛନ୍ତି, ଅଗ୍ରୀମ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ୬.୫% ପ୍ରତିଶତରେ ରହିବା ପ୍ରମାଣିତ କରୁଛି ଯେ ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଫଳପ୍ରଦ ହୋଇଛି। ସେ କହିଛନ୍ତି ଯେ ଅଭିବୃଦ୍ଧି ହାର ସାରା ବର୍ଷରେ ୬.୫% ରହିବାର ଅର୍ଥ ହେଉଛି ପ୍ରଥମ ଦୁଇଟି ତ୍ରୈମାସିକ ତୁଳନାରେ ତୃତୀୟ ଏବଂ ଚତୁର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ଉନ୍ନତ ରହିବ। ତୃତୀୟ ତ୍ରୈମାସିକରେ ଜିଡିପି ହାର ୬.୫% ରୁ ନିଶ୍ଚିତ ଭାବେ ଅଧିକ ରହିବ ଏବଂ ଚତୁର୍ଥ ତ୍ରୈମାସିକରେ ଏହା ୭%ରେ ପହଁଚିବ। ଏହି ଅଭିବୃଦ୍ଧି ପରିମାଣ ପରୋକ୍ଷ ଟିକସ ଉପରେ ନିର୍ଭର କରିଥାଏ। ତାହା ପିଏମଆଇ (କ୍ରୟ ପ୍ରବନ୍ଧକ ସୂଚକାଙ୍କ) ହେଉ, ୮ଟି ପ୍ରମୁଖ ଉଦ୍ୟୋଗ କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି କିମ୍ବା କାର ବିକ୍ରି ତଥ୍ୟ ହେଉ କେତେକ କ୍ଷେତ୍ରରେ ଅଭିବୃଦ୍ଧିର ସଂକେତ ପରିଲକ୍ଷିତ ହୋଇଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ୨୦୧୮-୧୯ରେ ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ସହ ଉଚ୍ଚସ୍ତରକୁ ନେଇଯିବ।

ସଦ୍ୟ ପ୍ରକାଶ ପାଇଥିବା ପୂର୍ବାନୁମାନ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ମୁଖ୍ୟ କହିଛି ଯେ ପୂର୍ବରୁ ଜଣାଯାଇଥିବା ତଥ୍ୟକୁ ଅଗ୍ରୀମ ଅଭିବୃଦ୍ଧି ପୂର୍ବାନୁମାନ କେବଳ ସ୍ପଷ୍ଟ କରିଥାଏ। ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିତୀୟ ସୁଦୃଢ଼ତା ସହିତ ବୁଝାମଣା ନକରି ଅର୍ଥବ୍ୟବସ୍ଥାର ଅଭିବୃୃଦ୍ଧି ହାରକୁ ଊଦ୍ଧ୍ୱର୍ମୁଖୀ କରିବ। ଏହା ସହିତ ଘରୋଇ ନିବେଶ ଏବଂ ରପ୍ତାନି ମଧ୍ୟ ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top