ଓଡ଼ିଶା

ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଆନ୍ଧୀ ତୋଫାନ, ସମଗ୍ର ଦେଶରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ, ଅନେକ ଆହତ

ନୂଆ ଦିଲ୍ଲୀ ୧୪ ମଇ (ଓଡ଼ିଆ ପୁଅ) ସମଗ୍ର ଦେଶରେ ରବିବାର ସଂଧ୍ୟାରେ ଆସିଥିବା ଝଡ଼ ତୋଫାନ ଏବଂ ଆନ୍ଧୀରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହା ସହିତ ଅନେକ ଜାଗାରେ ବଜ୍ରପାତର ଖବର ଆସିଛି। ଉତ୍ତର ପ୍ରଦେଶର ସମ୍ଭଲ ସ୍ଥିତ ରାଜପୁରାରେ ଏହିପରି ବଜ୍ରପାତରେ ପରେ ଘରେ ନିଆଁ ଲାଗିଯାଇଛି। ନିଆଁ ଏତେ ଭୟାନକ ଥିଲା କି ଅନେକ ଘର ଏହି ନିଆଁରେ ଜଳି ନଷ୍ଟ ହୋଇଯାଇଛନ୍ତି। ମୌକାରେ ଉପରେ ଉପସ୍ଥିତ ପୋଲିସ ଅଧିକାରୀମାନେ କହିଛନ୍ତି କି ନିଆଁ ଲିଭାଇବା ପାଇଁ ଦମକଳର ତିନୋଟି ଗାଡ଼ିକୁ ଲଗାଯାଇଥିଲା।

ଏହା ବ୍ୟତୀତ ପାଣିପାଗରେ ଆସିଥିବା ଅଚାନକ ପରିବର୍ତ୍ତନ ଏବଂ ତୋଫାନ କାରଣରୁ ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ବହୁତ କ୍ଷତିର ଖବର ଆସିଛି। ଏପର୍ଯ୍ୟନ୍ତ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ମିଡ଼ିଆ ରିପୋର୍ଟ୍ସ ମୁତାବକ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ୨୧, ପଷ୍ଚିମ ବଂଗରେ ୧୨ ଏବଂ ଦିଲ୍ଲୀରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ-ଏନସିଆର ଧୂଳି ଭରା ଆନ୍ଧୀ ଏବଂ ବର୍ଷାର କାରଣରୁ ପ୍ରାୟତଃ ୭୦ ଟି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଫ୍ଲାଇଟ୍ସର ଆପାତକାଳୀନ ଲ୍ୟାଣ୍ଡିଙ୍ଗ ମଧ୍ୟକରାଯାଇଥିଲା।

ପିଏମ ନରେନ୍ଦ୍ର ମୋଦୀ ଆନ୍ଧୀ-ତୋଫାନର କାରଣରୁ ହୋଇଥିବା ମୃତ୍ୟୁ ଉପରେ ଦୁଃଖ ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ଵିଟ କରି କହିଛନ୍ତି କି ଦେଶର ଅନେକ ଭାଗରେ ଆନ୍ଧୀ-ତୋଫାନର କାରଣରୁ ହୋଇଥିବା ମୃତ୍ୟୁରେ ସେ ଦୁଃଖୀ ହୋଇଛନ୍ତି।

ଉତ୍ତର ପ୍ରଦେଶର ଅନେକ ଭାଗରେ ଆନ୍ଧୀ ଏବଂ ବର୍ଷା ଫଳରେ ୨୮ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି। ପ୍ରମୁଖ ସଚିବ (ସୂଚନା) ଅବନୀଶ ଆବସ୍ଥୀ କହିଛନ୍ତି କି କାସଗଞ୍ଜରେ ଚାରିଜଣ ଲୋକଙ୍କର, ବୁଲନ୍ଦସହରରେ ଦୁଇଜଣ, କନ୍ନୌଜ, ଆଲୀଗଡ଼, ସମ୍ଭଲ, ଗାଜିଆବାଦ ଏବଂ ନୋଏଡାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ଖବର ଅଛି। ସେ କହିଛନ୍ତିକି ସମ୍ଭଲରେ ୧୩ ଜଣ ଲୋକ ଆହତ ହୋଇଛନ୍ତି ଏବଂ ଔରୈୟାରେ ୧୨ ଏବଂ ବୁଲନ୍ଦସହରରେ ତିନ ଜଣ ଲୋକ ଆହତ ହୋଇଛନ୍ତି।

ଉତ୍ତର ପ୍ରଦେଶର ସମ୍ଭଲରେ ଟ୍ରାକ୍ଟର ଉପରେ ଗଛ ପଡ଼ିଯିବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗାଜିଆବାଦର ଲାଲ କୁଆଁରେ ମଧ୍ୟ ଇକୋ କାର ଉପରେ ଏକ ଗଛ ପଡ଼ିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଚାରି ପାଞ୍ଚ ଲୋକ ଆହତ ମଧ୍ୟ ହୋଇଛନ୍ତି। ଉତ୍ତର ପ୍ରଦେଶର ରାମପୁରରେ ଆନ୍ଧୀ-ତୋଫାନର ବିପଦକୁ ଦେଖି ସୋମବାରଦିନ ସ୍କୁଲ ବନ୍ଦ କରିବାକୁ ଆଦେଶ ଦିଆଯାଇଛି। ବଜ୍ରପାତ କାରଣରୁ ବୁଲନ୍ଦସହରର ଗ୍ରାମରେ ଝୋପଡ଼ିଗୁଡ଼ିକରେ ନିଆଁ ମଧ୍ୟ ଲାଗିଯାଇଥିଲା।

ଏଏନଆଇର ରିପୋର୍ଟ ମୁତାବକ ଆନ୍ଧୀ ତୋଫାନ କାରଣରୁ ଦିଲ୍ଲୀ ଯାଉଥିବା ୯ଟି ଫ୍ଲାଇଟକୁ ଲକ୍ଷ୍ନୌର ଚୌଧରୀ ଚରଣ ସିଂହ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଜରୁରୀକାଳୀନ ଲ୍ୟାଣ୍ଡିଙ୍ଗ କରାଇବାକୁ ପଡ଼ିଲା। ଏୟାର ଟ୍ରାଫିକ କଣ୍ଟ୍ରୋଲ ଖରାପ ପାଣିପାଗ କାରଣରୁ ଏହି ଫ୍ଲାଇଟକୁ ଦିଲ୍ଲୀରେ ଲ୍ୟାଣ୍ଡ କରିବାପାଇଁ ଅନୁମତି ଦେଇନଥିଲେ, ସେଥିପାଇଁ ଏହି ପଦକ୍ଷେପ ଉଠାଇବାକୁ ପଡ଼ିଥିଲା।

ଅନେକ ଜାଗାରେ ଗଛ ଭାଙ୍ଗିଲା

ସେପଟେ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ରବିବାରଦିନ ବଜ୍ରପାତରେ ତିନି ଜଣ ଚାଷୀଙ୍କ ସହିତ ୯ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନା ମଞ୍ଚେରିଆଲ ଜିଲ୍ଲାରେ ରବିବାରଦିନ ସକାଳେ ବଜ୍ରପାତରେ ୩ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିଲା ଏବଂ ଆନ୍ଧ୍ର ପ୍ରଦେଶର ଉତ୍ତର ତଟବର୍ତୀ ଶ୍ରୀକାକୁଲମ ଜିଲ୍ଲାରେ ଛଅ ଜଣଲୋକଙ୍କର ମୃତ୍ୟୁ ହୋଇଥିଲା। ତେଲେଙ୍ଗାନାର ମଞ୍ଚେରିଆଲ ଜିଲ୍ଲାର ଘଟଣା ଆରେପଲ୍ଲୀ ଗ୍ରାମରେ ଜଣେ ଚାଷୀ ଖେତରେ କାମ କରୁଥିବା ସମୟରେ ବଜ୍ରପାତଯୋଗୁଁ ମୃତ୍ୟୁ ହୋଇଛି। ପୁଲିସ ଅନୁସାରେ, ଚାଷୀ ବର୍ଷାରେ ନିଜର ଧାନ ଫସଲକୁ ବଞ୍ଚାଇବାପାଇଁ ଖେତକୁ ଯାଇଥିଲେ।

ଦିଲ୍ଲୀ ପୁଲିସ କଣ୍ଟ୍ରୋଲ ରୁମରେ ଫୋନ ଉପରେ ଫୋନ
ଆନ୍ଧୀ ତୋଫାନ ସମୟରେ ପୂରା ଦିଲ୍ଲୀରେ ପୁଲିସ କଣ୍ଟ୍ରୋଲ ରୁମରେ ସର୍ବମୋଟ ୨୬୦ କଲ୍ସ ଆସିଥିଲା। ସୂଚନା ମୁତାବକ ଖୁବ ଜୋରରେ ପବନ ବହିବାର କାରଣରୁ ୧୮୯ଟି ଗଛ ଭାଙ୍ଗିଯାଇଥିଲା, ୪୦ ଜାଗାରେ ବିଜୁଳିଖମ୍ବ ଏବଂ ୩୧ଟି ଜାଗାରେ କାନ୍ଥ ଭାଙ୍ଗିଯାଇଥିଲା। ପାଣ୍ଡବ ନଗରରେ ଏକ ଗଛଭାଙ୍ଗିଯିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ତା’ ବ୍ୟତୀତ ଅଲଗା-ଅଲଗା ଜାଗାରେ ୧୯ଜଣ ଲୋକ ମାମୁଲି ଆହତ ହୋଇଛନ୍ତି।

୭୦ ଟି ଫ୍ଲାଇଟର ରୁଟ ବଦଳିଲା
ଧୁଳି ଭରା ଆନ୍ଧୀ ଏବଂ ବର୍ଷା କାରଣରୁ ରବିବାର ସଂଧ୍ୟାରେ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର (ଆଇଜିଆଇଏ) ରେ ୭୦ ଟି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଅଧିକାରୀମାନେ ସଞ୍ଚାଳନରେ ବାଧା ପାଇଁ ଖରାପ ଦୃଶ୍ୟତା ଏବଂ ତେଜ ପବନ ବହିବାର କାରଣ କହିଛନ୍ତି। ଧୂଳି ଭରା ଆନ୍ଧୀ ସହିତ ୭୦ କିମି ପ୍ରତି ଘଣ୍ଟାର ବେଗରେ ପବନ ରାଜଧାନୀ ଏବଂ ଆଖପାଖ ଅଞ୍ଚଳରେ ବହିବାରୁ ସଡ଼କ ଯାତାଯାତ ଏବଂ ମେଟ୍ରୋ ସେବାକୁ ପ୍ରଭାବିତ ମଧ୍ୟ ପ୍ରଭାବିତ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top