Home ଓଡ଼ିଶା ଓଡ଼ିଶାରୁ ଗରିବ ଟ୍ୟାଗ ହଟିବା ଉଚିତ;ଏହା ଆମ ଆତ୍ମସମ୍ମାନର ପ୍ରଶ୍ନ:ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାରୁ ଗରିବ ଟ୍ୟାଗ ହଟିବା ଉଚିତ;ଏହା ଆମ ଆତ୍ମସମ୍ମାନର ପ୍ରଶ୍ନ:ଅପରାଜିତା ଷଡ଼ଙ୍ଗୀ

1705

ଭୁବନେଶ୍ୱର:ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅପରାଜିତା କହିଥିଲେ ସମସ୍ତ ପ୍ରକାର ସାଧନ ଥିବା ସତ୍ତ୍ୱେ ଆମେ ଗରିବ କାହିଁକି?ଓଡ଼ିଶାକୁ କାହିଁକି ଗରିବ କୁହାଯାଉଛି ନେଇ ଅପରିଜିତା ଏକ ଟ୍ୱିଟ ମଧ୍ୟ କରିଛନ୍ତି।ସେ ଲେଖିଛନ୍ତି,”ଆମର ସୁନ୍ଦର ରାଜ୍ୟ ଓଡ଼ିଶାକୁ ଅତି ଗରୀବ,ଅତି ପଛୁଆ ରାଜ୍ୟ କୁହାଯାଉଛି।ବାହାର ଲୋକଙ୍କ ମନରେ ଓଡ଼ିଶାର ଏହି ଛବି ରହିଛି।୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ରିପୋର୍ଟ ଅନୁଯାୟୀ,ଗ୍ରାମାଞ୍ଚଳ କ୍ଷେତ୍ରରେ ୮୬ ଲକ୍ଷ ପରିବାର ମଧ୍ୟରୁ ୬୬% ଦରିଦ୍ର ଏବଂ ବଞ୍ଚିତ ବୋଲି ଦର୍ଶାଯାଇଥିଲା।ଏହା ଆମ ଆତ୍ମ ସମ୍ମାନର ପ୍ରଶ୍ନ।ଏହି ଟ୍ୟାଗ ହଟିବା ଉଚିତ।”

ସମ୍ବର୍ଦ୍ଧନା ସଭା ଦିନ ଅପରାଜିତା କହିଥିଲେ:-

୨୫ ବର୍ଷ କାଳ ଓଡ଼ିଶାର ରାଜନୀତିକୁ ଦେଖିଥିବା ହିସାବରେ କହୁଛି ପ୍ରାକୃତିକ ସମ୍ପଦ,ମାନବିକ ସଂସାଧନ,ପର୍ଯ୍ୟାପ୍ତ ଜଙ୍ଗଲ ଜମି ଥାଇ ଆଜି ଓଡ଼ିଶା ଗରିବ କାହିଁକି?୪୮୦ କିଲୋମିଟର ଦୀର୍ଘ ସାମୁଦ୍ରିକ ସୀମା ଓଡ଼ିଶାକୁ ଏକ ଅଗ୍ରଣୀ ରପ୍ତାନି ଭିତ୍ତିକ ରାଜ୍ୟ କରିପାରିବ।ବିକାଶ ଏବଂ ପ୍ରଗତି ଏଠି ପଥଚ୍ୟୁତ ହୋଇ ଯାଇଛି।ଏତେ ସଂସାଧନ ଥାଇ ଆମେ କାହିଁକି ଗରୀବ ହୋଇ ରହିବା ବୋଲି ଅପରାଜିତା ପ୍ରଶ୍ନ କରିଥିଲେ।ଡାଟା ଅଛି ଆଗାମୀ ଦିନରେ ବହୁ କଥା ଉଠିବ ବୋଲି କହି ଅପରାଜିତା ଗୋଟେ ଉଦାହରଣ ଦେଇଥିଲେ।ସେ ମନରେଗା ଦାୟିତ୍ୱରେ ଥିବା ସମୟରେ ଓଡ଼ିଶାରୁ ଯେଉଁ ଚିଠି ଯାଇଥିଲା,ସେଥିରେ ରାଜ୍ୟର ଗ୍ରାମାଞ୍ଚଳ କ୍ଷେତ୍ରର ୮୬ ଲକ୍ଷ ପରିବାର ମଧ୍ୟରୁ ୬୬% ଲୋକ ଗରିବ ଅଛନ୍ତି ବୋଲି ଉଲ୍ଲେଖ ଥିଲା।ନିଜ ଅଭିଜ୍ଞତାରୁ ପଡ଼ୋଶୀ ରାଜ୍ୟ ମାନଙ୍କର ଉଦାହରଣ ଦେଇ କାହିଁକି ଆମେ ଗରିବ ରହିବା,ପଛୁଆ କାର୍ଡରେ ରହିବା,ଏହା ଆମ ଆତ୍ମସମ୍ମାନର ପ୍ରଶ୍ନ ବୋଲି ଅପରାଜିତା କହିଥିଲେ।/ଦେବଦତ୍ତ

ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି:ଅପରାଜିତା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.