ସିଭିଲ୍ ସର୍ଭିସ୍ ପରୀକ୍ଷା ସିଷ୍ଟମରେ ହେବ ବଡ଼ ପରିବର୍ତ୍ତନ

ନୂଆ ଦିଲ୍ଲୀ ୨୧ ମଇ (ଓଡ଼ିଆ ପୁଅ) ମୋଦୀ ସରକାର ସିଭିଲ୍ ସର୍ଭିସ୍ ପରୀକ୍ଷାର ପୁରୁଣା ସିଷ୍ଟମରେ ବଡ଼ ପରିବର୍ତ୍ତନ ଆଣିବାପାଇଁ ପ୍ରସ୍ତୁତି କରୁଛନ୍ତି। ତା’ ଅନୁଯାୟୀ ପରୀକ୍ଷାରେ ସଫଳ ପରୀକ୍ଷାର୍ଥୀମାନଙ୍କ ପାଇଁ ଚାକିରି ଏବଂ କାଡର ଚୟନ କରିବାରେ ପୁସ୍ତକ ଜ୍ଞାନ ସହିତ ବ୍ୟାବହାରିକ ଜ୍ଞାନର ମଧ୍ୟ ପରୀକ୍ଷା କରାଯିବ। ତୃଣମୂଳ ସ୍ତରର ଜ୍ଞାନରୁ ମିଳିଥିବା ନମ୍ବରରେ ହିଁ ସ୍ଥିର ହେବ କି ସେ କେଉଁ ସେବାରେ ଯିବାକୁ ଯୋଗ୍ୟ। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଉପଦେଶ ପରେ ନୂଆ ସିଷ୍ଟମ ଏହି ବର୍ଷରୁ ଲାଗୁ କରିବାର କରାଯାଉଅଛି। ନୂଆ ସିଷ୍ଟମ ଅନୁଯାୟୀ ସମ୍ଭବ ହୋଇପାରେ କି ପରୀକ୍ଷାରେ ଟପରକୁ ଆଇଏଏସ କାଡର ନ ମିଳିପାରେ ଏବଂ କମ ରାଙ୍କ ପାଇଥିବା ପରୀକ୍ଷାର୍ଥୀ ମଧ୍ୟ ଟ୍ରେନିଙ୍ଗରେ ଭଲ ପ୍ରଦର୍ଶନ କଲେ ଆଇଏଏସ ବନିପାରିବେ।

ପିଏମଓର ନିର୍ଦ୍ଦେଶ ଉପରେ ଡିପାର୍ଟମେଣ୍ଟ ଅଫ ପର୍ସନେଲ ଆଣ୍ଡ ଟ୍ରେନିଙ୍ଗ (ଡିଓପିଟି) ଏହି ସିଷ୍ଟମକୁ ଲାଗୁ କରିବା ପାଇଁ ଅନେକ କ୍ଷେତ୍ରରୁ ରାୟ ମାଗିଛି। ପ୍ରସ୍ତାବର ଅନୁସାରେ ସଫଳ କ୍ୟାଣ୍ଡିଡେଟ୍ସକୁ ଫାଉଣ୍ଡେସନ କୋର୍ସ ସମ୍ପୂର୍ଣ୍ଣ କରିବା ପରେ ଏବଂ ଏଥିରେ ମିଳିଥିବା ଅଙ୍କର ଆଧାରରେ ହିଁ ରାଜ୍ୟ ଏବଂ ସର୍ଭିସ ପ୍ରଦାନ କରାଯିବ। ବର୍ତ୍ତମାନ ସିଭିଲ୍ ସର୍ଭିସ୍ ପରୀକ୍ଷାର ଫଳାଫଳର ଆଧାରରେ କାଡର ଏବଂ ସର୍ଭିସ୍ ସ୍ଥିର ହୋଇଥାଏ। ଟପରଙ୍କୁ ସାମାନ୍ୟତଃ ଆଇଏଏସ ଏବଂ ବଡ଼ ରାଜ୍ୟ କାଡର ରୂପରେ ମିଳିଥାଏ। ଆଇପିଏସ, ଆଇଏଫଏସ ବ୍ୟତୀତ କେନ୍ଦ୍ରୀୟ ସେବାଗୁଡ଼ିକରେ ଗ୍ରେଡ ଏ ଚାକିରି ପାଇଁ ଅଧିକାରୀମାନଙ୍କୁ ଏହି ପରୀକ୍ଷାରେ ଚୟନ କରାଯାଇଥାଏ। ଏହାର ଅର୍ଥ ଯଦି ନୂଆ ସିଷ୍ଟମ ଲାଗୁ ହେଲା ତେବେ ଏବେ ଟ୍ରେନିଙ୍ଗ ପରେ ହିଁ ସ୍ଥିର ହୋଇପାରିବ କି କାହାକୁ କେଉଁ ସେବା ଏବଂ ରାଜ୍ୟ କାଡର ମିଳିବ। ଏଥିରେ ମିଳିଥିବା ନମ୍ବର ସିଭିଲ୍ ସର୍ଭିସ୍ ପରୀକ୍ଷାର ଅନ୍ତିମ ପରିଣାମ ସହିତ ଯୋଡ଼ାଯିବ, ଯାହାପରେ ରୈଙ୍କ ମିଳିବ। ମୋଦୀ ସରକାରଙ୍କର ଇଚ୍ଛା କି ଦେଶର ନୂଆ ଆଇଏଏସ ଅଧିକାରୀ ଟ୍ରେନିଙ୍ଗରେ ପୁସ୍ତକଜ୍ଞାନରୁ ଅଧିକ ବ୍ୟବହାରିକ ଦୁନିଆକୁ ବୁଝିବା। ଆଇଡିଆ ଅଫ ଇଣ୍ଡିଆକୁ ହକୀକତର ଦୁନିଆରେ ବୁଝନ୍ତୁ ଏବଂ ଜାଣନ୍ତୁ। ପଲିଟିକାଲ ସିଷ୍ଟମ ଏବଂ ତା’ ଗଭର୍ନାନ୍ସ ଉପରେ ପ୍ରଭାବକୁ ଜାଣନ୍ତୁ।

ବର୍ତ୍ତମାନର ଟ୍ରେନିଂ ସିଷ୍ଟମରେ ପରିବର୍ତ୍ତନକୁ ନେଇକରି ଅଗ୍ରବାଲ କମିଟିର ରିପୋର୍ଟର ଅଧିକାଂଶ ସୁପାରିଶକୁ ସରକାର ମାନି ନେଇଛନ୍ତି। ସୂଚନାଯୋଗ୍ୟଯେ, ମୋଦୀ ସରକାର ଆସିବାପରେ ଏହି ସେବାର ଟ୍ରେନିଂରେ ଅନେକ ମୁଖ୍ୟ ପରିବର୍ତ୍ତନ କରିଛନ୍ତି। ୨୦୧୫ ରେ ନୂଆ ଆଇଏଏସ ଅଧିକାରୀମାନଙ୍କୁ ଟ୍ରେନିଂ ସମୟରେ କେନ୍ଦ୍ରରେ ତିନି ମାସର ଆସିଷ୍ଟାଣ୍ଟ ସେକ୍ରେଟାରୀ ରୂପରେ ଟ୍ରେନିଂ ପାଇବା ଜରୁରୀ କରି ଦେଇଥିଲେ। ଏହି ସମୟରେ ତାଙ୍କୁ କେନ୍ଦ୍ର ଯୋଜନା ଏବଂ ଅହାର କ୍ରିୟାନ୍ଵୟନ ଉପରେ ସୂଚନା ଦିଆଯାଇଥାଏ। ଅଗ୍ରୱାଲ କମିଟି ଟ୍ରେନିଂରେ ପରିବର୍ତ୍ତନ ପୂର୍ବରୁ ୧୮୦ ଆଇଏଏସ ଅଧିକାରୀମାନଙ୍କର ବିଚାର ପଚାରି ବୁଝିଥିଲେ। ଏମାନଙ୍କ ମଧ୍ୟରେ ପୁରୁଷ ମହିଳା ଆଇଏଏସ ଅଧିକାରୀ ଥିଲେ।

 

ବର୍ତ୍ତମାନ କିପରି ଦିଆଯାଉଛି ଟ୍ରେନିଂ

ଜିଲାରେ : ୫୪ ସପ୍ତାହ
ମନ୍ତ୍ରଣାଳୟରେ : ୧୩ ସପ୍ତାହ
ଇନ୍ଷ୍ଟିଚ୍ୟୁଟ୍ ରେ : ୧୫ ସପ୍ତାହ
ଫାଉଣ୍ଡେସନ କୋର୍ସ : ୨୧ ସପ୍ତାହ
ସର୍ବମୋଟ : ୧୦୩ ସପ୍ତାହ

ଅଗ୍ରୱାଲ କମିଟିର ସୁପାରିଶ ଚଳିତ ବର୍ଷରୁ ଲାଗୁ ହେବ!
– ଟ୍ରେନିଂ ସମୟକୁ ଅଧିକତମ ଏକ ବର୍ଷ କରିଦିଆଯାଇପାରେ।
– ଗ୍ରାମରେ ଅଧିକାରୀମାନଙ୍କୁ ଅଧିକ ସମୟ ବିତାଇବାକୁ ପଡ଼ିବ
– ପିଏସୟୁକୁ ନେଇକରି ଅଲଗା-ଅଲଗା ପରିବେଶରେ ପ୍ରାକ୍ଟିକାଲ ସୂଚନା ଦିଆଯିବା ଆବଶ୍ୟକ
– ବିଦେଶକୁ ମଧ୍ୟ ଟ୍ରେନିଂ ଉପରେ ପଠାଯାଉଥିବାର ବିକଳ୍ପ ଉପରେ ବିଚାର ହେଉ
– ଫାଉଣ୍ଡେସନ କୋର୍ସର ସିଲାବସ ବଦଳୁ, ବର୍ତ୍ତମାନର ପ୍ରାସଙ୍ଗିକ ବିଷୟଗୁଡ଼ିକ ଉପରେ ଅଧିକ ଫୋକସ ହେଉ
– ଟ୍ରେନିଂ ସମୟରେ ଅତି କମରେ ଦୁଇଟି ପରୀକ୍ଷା ହେଉ, ବର୍ତ୍ତମାନର ସିଷ୍ଟମ ନେଇକରି ୩୦୦ ଅଙ୍କର ଟେଷ୍ଟ ହେଉ।

Leave a Reply

Your email address will not be published. Required fields are marked *