ଯାଜପୁର: ବରୀ: ବିଦ୍ୟାଳୟରୁ ବହୁ ଶିକ୍ଷକ ଶୀଘ୍ର ପଳାଉଛନ୍ତି

ବରୀ ୪-୧ (ଓଡ଼ିଆ ପୁଅ/ସୁରେଶ କୁମାର କର) ବରୀ ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଳମ୍ବରେ ଆସି ପୁଣି ୪ ଟା ପୂର୍ବରୁ ପଳାଇବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏ ନେଇ ବିଇଓ ଙ୍କୁ ଜଣାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ସେ ନ ନେଇ ସେମାନଙ୍କ ଠାରୁ ଚାନ୍ଦା ଆଦାୟ କରି ଚୁପ୍ ଚାପ୍ ବସି ଯାଉଛନ୍ତି। ଗତ କାଲି ଚୁଡ଼ା କଳ ଛକରେ ଦୁଇ ଜଣ ଶିକ୍ଷୟତ୍ରୀ ୩.୧୫ ମି. ରେ ନିଜ ବିଦ୍ୟାଳୟ ଛାଡି ଘରକୁ ପଳାଉଥିବା କଥା ସିଧା ବିଇଓ ବରୀ ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ମଧ୍ୟ ସେ କିଛି ପଦକ୍ଷେପ ନେଇ ନଥିବା ଶିକ୍ଷା ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି କାଲି ନୁହେଁ ବରଂ ପ୍ରତିଦିନ ସେମାନେ ଯାଉଥିବା କଥା ମଧ୍ୟ କିଛି ଲୋକ ମତ ଦେଇଛନ୍ତି।

Suresh

ସୁରେଶ କର

Leave a Reply

Your email address will not be published. Required fields are marked *