ମାଛ ମାରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ

ତାଳଚେର, ୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କଣିହାଁ ବ୍ଲକର ସମଲ ଥାନା ଅନ୍ତର୍ଗତ ସମଲ ବ୍ୟାରେଜ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗତକାଲି ବିଳମ୍ବିତ ରାତିରେ ମାଛ ମାରୁଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କ ନାମ ରାଜୁ ଗାଗରେଇ। ନିଖୋଜଙ୍କ ସ୍ତ୍ରୀ ପଦ୍ମିନି ଗାଗରେଇଙ୍କ କହିବାନୁଯାୟୀ ଗତକାଲି ରାତିରେ ଖାଇସାରି ତାଙ୍କ ସ୍ୱାମୀ ରାଜୁ ଗାଗରେଇ ମାଛ ମାରିବାକୁ ନଦୀର ଜଳସ୍ରୋତକୁ ଯାଇଥିଲେ। ପ୍ରତ୍ୟେକ ଦିନ ପରି ତାଙ୍କ ସ୍ୱାମୀଙ୍କ ସହ ଅନ୍ୟ ୩ଜଣ ଏକାଠି ହୋଇ ମାଛ ମାରିବାକୁ ଯାଇଥିଲେ। ତେବେ ଜାଲ ସଜାଡିବା ସମୟରେ ସିମେଂଟ୍ ପକ୍କା ଶିଉଳିରେ ଗୋଡ ଖସିଯିବାରୁ ରାଜୁ ପ୍ରଖର ଜଳସ୍ରୋତକୁ…

"ମାଛ ମାରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ"