ଡୁମୁରିପୁଟରେ ୱେବ୍ରୀଜର ଶୁଭାରମ୍ଭ

କୋରାପୁଟ ; ତା୦୧-୦୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ନିୟନ୍ତ୍ରୀତ ବଜାର କମିଟି କୋରାପୁଟ ଦ୍ୱାରା ଡୁମୁରିପୁଟ ଠାରେ ଏକ ୱେବ୍ରୀଜର ଶୁଭାରମ୍ଭ କରାଯାଇଛି। ଆରଏମସି ସମ୍ପାଦକ ସୁକାନ୍ତ କୁମାର ପାଢିଙ୍କ ତତ୍ୱାବଧାନରେ ଆଜି ପରିଚାଳନା କମିଟି ସଦସ୍ୟ ଜଗଦିଶ ଖୋସ୍ଲା, ତ୍ରିପତି ପାଣିଗ୍ରାହି, ସୁବୋଧ କୁମାର ଚେଟ୍ଟୀ, ଉମା ପାଢୀ, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଜୟପୁରରୁ ଓଡିଶା-ଆନ୍ଧ୍ର୍ର ସୀମା ସୁଙ୍କି ମଧ୍ୟରେ କେଉଁଠି ୱେବ୍ରୀଜ ନଥିବା ହେତୁ ବ୍ୟବସୀୟ ଅସୁବିଧାର ସମୁଖୀନ ହେଉଥିଲେ, ବର୍ତମାନ ଏହା କାର୍ଯ୍ୟକାରୀ ହେବା ଦ୍ୱାରା କୋରାପୁଟ, ଡୁମୁରିପୁଟ, ସେମିଲିଗୁଡା, ଦାମନଯୋଡି, ସୁନାବେଡାର ବ୍ୟବସାୟୀ ଉପକୃତ ହେବେ ବୋଲି ସମ୍ପାଦକ ଶ୍ରୀ ପାଢୀ କହିଛନ୍ତି। ଆରଏମସି ଆକାଉଂଟାଂଟ…

"ଡୁମୁରିପୁଟରେ ୱେବ୍ରୀଜର ଶୁଭାରମ୍ଭ"