ତାଳଚେର ଥର୍ମାଲ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ

ତାଳଚେର, ୧୭/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର(ଟି.ଟି.ପି.ଏସ୍) ତରଫରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଆୟୋଜିତ ଶୋକ ସଭାରେ ଟି.ଟି.ପି.ଏସ୍.ର ମହାପ୍ରବନ୍ଧକ ମିଥିଲେଶ କୁମାର ସିଂହ ଯୋଗ ଦେଇ ବାଜପେୟୀଙ୍କ ବିୟୋଗ ସମଗ୍ର ଦେଶ ତଥା ବିଶ୍ୱ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ମତପ୍ରକାଶ କରିଥିଲେ। ସେ ଭାରତକୁ ନେଇ ଦେଖିଥିବା ସ୍ୱପ୍ନକୁ ପୂରଣ କରାଯାଇ ପାରିଲେ ତାହାହିଁ ତାଙ୍କ ପାଇଁ ଏକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରକଳ୍ପର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

"ତାଳଚେର ଥର୍ମାଲ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ"