କୃଷକ ତାଲିମ ଶିବିର ଓ ବିହନ ବିତରଣ

କୋରାପୁଟ ୦୩-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଅନ୍ତର୍ଗତ ସୋରିଷପଦର ଠାରେ ଜିଲ୍ଲା ରେଡକ୍ରସ ଶାଖା ଆନୁକୁଲ୍ୟରେ ଓ କୃଷି ବିଭାଗ ସହାୟତାରେ କୃଷକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି।କୋରାପୁଟର ଜରୁରୀକାଳୀନ ଭାରପ୍ରାପ୍ତ ଅଧିକାରୀ ଦେବବ୍ରତ କରାତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖେଜୁରୀକୋଟା ଓ ଦଙ୍ଗାରୀଗୁଡା ଗ୍ରାମର ୧୧୬ ଜଣ ହିତାଧିକାରୀମାନଙ୍କୁ ବିଭିନ୍ନ ପ୍ରକାରର ବିହନ ବିତରଣ କରିଥିଲେ।ସେମିଲିଗୁଡା ଏଏଓ ଶୁଭ୍ରଶ୍ରୀ ବନ୍ଦିତା ଯୋଗଦେଇ ଉପସ୍ଥିତ କୃଷକମାନଙ୍କୁ ଚାଷ ସଂପର୍କରେ ତାଲିମ ପ୍ରଦାନ କରିଥିଲେ।

"କୃଷକ ତାଲିମ ଶିବିର ଓ ବିହନ ବିତରଣ"

ଇ-ସୁବିଧା ତାଲିମ ଶିବିର ଉଦଘାଟିତ

କୋରାପୁଟ ; ତା୦୩-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଯାତ୍ରୀକୂଟୀର ସଭାଗୃହଠାରେ ଇ-ସୁବିଧା ତାଲିମ ଶିବିର ଉଦଘାଟିତ ହୋଇଯାଇଛି।ଜାତୀୟ ମାନବିକ ଅଧିକାର କମିଟି ଦ୍ୱାରା ଆୟୋଜିତ ତାଲିମ ଶିବିରରେ ଜିଲ୍ଲା ସଦର ମହକୁମାର ଅଧିକ୍ଷକ ଡାକ୍ତର କାଳୀ ପ୍ରସାଦ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ସରକାରଙ୍କ ୪୦ ପ୍ରକାର ଯୋଜନାର ସୁବିଧାକୁ ଗ୍ରାମବାସୀଙ୍କୁ ସଚେତନ କରାଇ ଯେପରି ଯୋଜନାରେ ରହିଥିବା ଅଧିକାରଗୁଡିକ ଗ୍ରାମବାସୀ ପାଇପାରିବେ ସେଥିପ୍ରତି ଦୃଷ୍ଟିଦେବାକୁ ଉପସ୍ଥିତ ଥିବା ଜନ ସୂଚନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।ଇ-ସୁବିଧା ମାଧ୍ୟମରେ ଲୋକମାନଙ୍କୁ କିପରି ସଚେତନତା କରିବେ ତାହା ଉପରେ ରାଜ୍ୟ ସଭାନେତ୍ରୀ ରଂଜନା ବର୍ମା ପ୍ରାଞ୍ଜଳ ଭାବେ ଉପସ୍ଥାପନା କରିଥିଲେ।ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ ଟାକ୍ରୀ ଧନ୍ୟବାଦ ଅର୍ପଣ…

"ଇ-ସୁବିଧା ତାଲିମ ଶିବିର ଉଦଘାଟିତ"