ତାଳଚେର ପୁସ୍ତକ ମହୋତ୍ସବ ଉଦଯାପିତ

ତାଳଚେର,୧୮/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ସ୍ଥାନୀୟ ସାଉଥ ବଲଣ୍ଡାସ୍ଥିତ ଶିବ ମନ୍ଦିର ପଡ଼ିଆଠାରେ ଚଳିତ ମାସ ୧୧ତାରିଖରୁ ଆରମ୍ଭ ହୋଇଥିବା ତାଳଚେର ପୁସ୍ତକ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ମହେଶ ସାହୁ,ସମ୍ମାନିତ ଅତିଥିଭାବେ ଏମ୍.ସି.ଏଲ ଲିଙ୍ଗରାଜ କ୍ଷେତ୍ରର ପର୍ସନାଲ ମ୍ୟାନେଜର ଗୈାରି ପ୍ରସାଦ ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ । ତାଳଚେର ପୁସ୍ତକ ମହୋତ୍ସବ କମିଟିର ସଭାପତି ବଳରାମ ପତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଧୀରମୋହନ ରାୟ ଅତିଥି ପରିଚୟ ଏବଂ ସ୍ୱାଗତ ବିବରଣୀ ପାଠ…

"ତାଳଚେର ପୁସ୍ତକ ମହୋତ୍ସବ ଉଦଯାପିତ"