ମୌଳିକ ସୁବିଧା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

କୋରାପୁଟ; ତା୦୭-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ଲକ୍ଷ୍ମିପୁର ବ୍ଲକ ତୁନପାର ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି । ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟରେ ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବାବେଳେ ତେଲ,ସାବୁନ୍ ଦେବା ବ୍ୟବସ୍ଥା ଥିବା ସତ୍ୱେ ସେମାନଙ୍କୁ ତାହା ଦିଆ ଯାଉ ନ ଥିବା ଅଭିଯୋଗ କରିଛନ୍ତି । ଶୌଚାଳୟ ନଥିବାରୁ ଛାତ୍ରୀମାନେ ବାହାରକୁ ଶୌଚ ପାଇଁ ଯିବାକୁ ପଡୁଥିବାବେଳେ ୩୩୦ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ନଳକୂପ ରହିଥିବା ସେମାନେ ଦର୍ଶାଇଛନ୍ତି । ତେଣୁ ଏହି ସବୁ ମୌଳିକ ସମସ୍ୟାର ସମାଧାନ ତୂରନ୍ତ କରା ଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।…

"ମୌଳିକ ସୁବିଧା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା"

ଦ୍ୱିତୀୟ ଦିନରେ ବିଧାୟକଙ୍କ ଧାରଣା

କୋରାପୁଟ ; ତା୦୫-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବା ନିମନ୍ତେ ଆବଶ୍ୟକୀୟ ଡାକ୍ତର ଏବଂ ପାରା ମେଡିକାମ କର୍ମଚାରୀ ନିଯୁକ୍ତି ନକରି ତରବରିଆ ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋରାପୁଟରୁ ଜୟପୁରକୁ ସ୍ଥାନାନ୍ତର କରିବା ପ୍ରତିବାଦରେ ଚାଲିଥିବା କୋରାପୁଟ ବିଧାୟକଙ୍କ ଧାରଣା ଦ୍ୱିତୀୟ ଦିନରେ ପହଂଚିଛି। ବିଧାୟକ କୃଷ୍ନଚନ୍ଦ୍ର ସଗରିଆ ଜିଲା ସ୍ୱାସ୍ଥ୍ୟ ବିଭାଗର ଏପରି ନିଷ୍ପତିକୁ କଟୁ ସମାଲୋଚନା କରିବା ସହ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ହଜାର ଜହାର ଲୋକଙ୍କ ଆବଶ୍ୟକକୁ ଅଣଦେଖା କରି ରାଜନୈତିକ ଚାପରେ ଏପରି ଭୁଲ ପଦକ୍ଷେପ ନେଇଥିବା ବିଧାୟକ ମନ୍ତବ୍ୟ ଦେଇଛନ୍ତି। ଜିଲା ପ୍ରଶାସନ ଓ ରାଜ୍ୟ…

"ଦ୍ୱିତୀୟ ଦିନରେ ବିଧାୟକଙ୍କ ଧାରଣା"

ନରମିଲେ ୪ର୍ଥ ଶ୍ରେଣୀ କର୍ମଚାରୀ ; ଧାରଣାରୁ ଓହରିଗଲେ

କୋରାପୁଟ ; ତା୦୪-୦୮-୧୮ଓଡିଆ ପୁଅ /ରଂଜନ କୁମାର ଦାସ) ଗତକାଲି କୋରାପୁଟ ମେଡିକାଲର ୪ର୍ତ ଶ୍ରେଣୀ କର୍ମଚାରୀକୁଂ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ କରି ଓଡିଶା ମେଡିକାଲ କର୍ମଚାରୀ ସଂଘ ଗତ କାଲି କାର୍ଯ୍ୟବନ୍ଦ ଆନ୍ଦୋଳ କରିବେ ବୋଲି ଡାକରା ଦେଇଥିଲେ।ଜିଲ୍ଲାପାଳ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଆନ୍ଦୋଳନ ଆରମ୍ଭ କରିଥିଲେ।ସିଡିଏମଓ ଡାକ୍ତର ଲଲିତ ମୋହନ ରଥ, ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା ଓ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧିକଂ ସହ କର୍ମକର୍ତା ଆଲୋଚନା କରି…

"ନରମିଲେ ୪ର୍ଥ ଶ୍ରେଣୀ କର୍ମଚାରୀ ; ଧାରଣାରୁ ଓହରିଗଲେ"

ରାଜସ୍ୱ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

କୋରାପୁଟ; ତା୦୨-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ରାଜ୍ୟ ସରକାର ପ୍ରତିଶୃତି ଦେଇ ଦାବି ପୂରଣ କରିବାରେ ଅବହେଳା କରିବା ପ୍ରତିବାଦରେ ମେ ପହିଲାରୁ ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ରାଜସ୍ୱ ଅମଲା ସଂଘ ଶାଖାର ସମସ୍ତ ସଦସ୍ୟ ସମୁହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଜିଲା ଶାଖା ସଭାପତି କାହ୍ନୁ ଚରଣ ନାହାକ, ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ଭତ୍ରା, ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ଅମାନତ୍ୟ, କେ .ଚନ୍ଦ୍ରଶେଖର, ଯୁଗ୍ମ ସମ୍ପାଦକ ସତ୍ୟ ନାରାୟଣ ଦଳେଇ, କୋଷାଧ୍ୟକ୍ଷ ସମରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଜିଲାର ପ୍ରାୟ ୩୭୩ ଅମଲା ଜିଲାପାଳ ଅଫିସ ସମୁଖରେ ଧାରଣା ଦେଇ ବସିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ…

"ରାଜସ୍ୱ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି"

ପାଣି ଓ ବିଦ୍ୟୁତ ନିମନ୍ତେ ଜଲାପୁଟବାସୀଙ୍କ ୧୨ ଘ. ବନ୍ଦ ପାଳନ

କୋରାପୁଟ ; ତା୧୪-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ପାଣି ଓ ବିଦ୍ୟୁତ ସମସ୍ୟା ସମାଧାନ ଦାବିରେ ଆଜି ଜଲାପୁଟବାସୀ ୧୨ ଘ. ବନ୍ଦ ପାଳନ କରିଥିଲେ ।ସମସ୍ତ ଦୋକାନବଜାର ବନ୍ଦ ରହିଥିଲା ।ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଅଂଚଳରେ ୧୫ ଦିନ ହେବ ପାଣି ଓ ବିଦ୍ୟୁତ ସମସ୍ୟା ଲାଗି ରହିଥିବା ବେଳେ ମାଛକୁଣ୍ଡ ପ୍ରକଳ୍ପ ଅଧିକାରୀ ଓ ଜଲାପୁଟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଦାବି କରିଥିଲେ ସୁଦ୍ଧା କୈାଣସି ସମାଧାନ ନ ହେବାରୁ ଆଜି ପ୍ରତିବାଦ ସ୍ୱରୂପ ବନ୍ଦ ପାଳନ କରାଯାଇଥିଲା ବୋଲି ଜଣାପଡିଛି ।

"ପାଣି ଓ ବିଦ୍ୟୁତ ନିମନ୍ତେ ଜଲାପୁଟବାସୀଙ୍କ ୧୨ ଘ. ବନ୍ଦ ପାଳନ"