ବିଶୃଙ୍ଖଳିତ ଆଚରଣ ଯୋଗୁଁ ଏସ.ଆଇ. ପ୍ରେମ କୁମାର ଜେନା କାର୍ଯ୍ୟରୁ ନିଲମ୍ବିତ ନିଲମ୍ବିତ କଲେ ଜିଲା ଆରକ୍ଷୀ ଅଧିକ୍ଷକ

ତୁରୁମୁଙ୍ଗା ୨୦ ମଇ (ଓଡ଼ିଆ ପୁଅ/ସନ୍ତୋଷ ପତି) ଉଭୟ କେନ୍ଦୁଝର ଜିଲା ଏବଂ ମୟୁରଭଂଜ ଜିଲାର ସୀମାନ୍ତରେ ଥିବା ବହୁଚର୍ଚ୍ଚିତ ତୁରୁମୁଙ୍ଗା ଥାନାର କାର୍ଯ୍ୟରତ ଏସ ଆଇ ପ୍ରେମ କୁମାର ଜେନାଙ୍କୁ ଆଜି କେନ୍ଦୁଝର ଏସ.ପି ଜୟ ନାରାୟଣ ପଙ୍କଜ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଏସ ଆଇ ଶ୍ରୀ ଜେନା ତୁରୁମୁଙ୍ଗା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ତାଙ୍କ ଆଦେଶକୁ ବିଭିର୍ଣ୍ଣ ସମୟରେ ବେଖାତିର କରିବା ନେଇ ଅଭିଯୋଗ ହେଇ ଆସୁଥିଲା। ଏହା ସହିତ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଇ ଆସୁଥିଲା।…

"ବିଶୃଙ୍ଖଳିତ ଆଚରଣ ଯୋଗୁଁ ଏସ.ଆଇ. ପ୍ରେମ କୁମାର ଜେନା କାର୍ଯ୍ୟରୁ ନିଲମ୍ବିତ ନିଲମ୍ବିତ କଲେ ଜିଲା ଆରକ୍ଷୀ ଅଧିକ୍ଷକ"