କଳାହାଣ୍ଡି ସାହିତ୍ୟକଥାର ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି -୨୭-୭ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିରୁ ପ୍ରକାଶିତ ପାଉଥିବା ଓଡିଶାର ଏକମାତ୍ର ସାହିତ୍ୟ ସମ୍ବାଦ ଭିତିକ ମାସିକ ପତ୍ରିକା ସାହିତ୍ୟକଥା ର ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି। ଛଅବର୍ଷ ତଳେ ଅଙ୍କୁରୋଦଗମ ହୋଇଥିବା ଏହି ଚାରାଟି ଧିରେଧିରେ ମହାଦ୍ରୁମରେ ପରିଣତ ହେବାକୁ ଯାଉଛି। କେବଳ ଓଡିଶା କାହିଁକି ସାରା ଦେଶରେ ଏପରିକି ବିଦେଶରେ ମଧ୍ୟ ଓଡିଆ ପାଠକୀୟତା ସୃଷ୍ଟିକରିବାରେ ସାହିତ୍ୟକଥାର ଭୂମିକା ଅନନ୍ୟ ବୋଲି ଭବାନୀପାଟଣାସ୍ଥିତ ବିବେକାନନ୍ଦ ଭବନରେ ଆୟୋଜିତ ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସାଂପ୍ରତିକ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ଯୁଗରେ ଆମର ସମସ୍ତ ସାଧନ ଉପଲବ୍ଧ ଥାଇ ସୁଦ୍ଧା ସମୟର ଅଭାବ ପରିଲକ୍ଷିତ ହେଉଥିବା ସହିତ…

"କଳାହାଣ୍ଡି ସାହିତ୍ୟକଥାର ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ"