ସ୍ୱଚ୍ଛତା ପକ୍ଷ ଅବସରରେ ଶୋଭାଯାତ୍ରା ଏବଂ ସଫେଇ କାର୍ଯ୍ୟକ୍ରମ

ତାଳଚେର, ୨୪/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚଳିତ ମଇ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଏନ୍.ଟି.ପି.ସି କଣିହାଁ ପକ୍ଷରୁ ସ୍ୱଚ୍ଛତା ସମ୍ପର୍କରେ ଶୋଭାଯାତ୍ରା ଏବଂ ସ୍ଥାନୀୟ ସାପ୍ତାହିକ ବଜାରରେ ସଫାସୁତୁରା କରାଯାଇଥିଲା। ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଉକ୍ତ ସ୍ୱଚ୍ଛତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ଶୋଭାଯାତ୍ରା ଏନ୍.ଟି.ପି.ସି ଟାଉନସିପରୁ ବାହାରି ପିଟିଏସ ମାର୍କେଟ୍ ହୋଇ ସାପ୍ତାହିକ ବଜାରରେ ସମାପ୍ତ ହୋଇଥିଲା। ଏଥିରେ କର୍ମଚାରୀ, ସି.ଆଇ.ଏସ୍.ଏଫ୍ ପଦାଧିକାରୀ ଏବଂ ତନଭି ସଙ୍ଗମର କର୍ମକର୍ତା ସାମିଲ ହୋଇଥିଲେ। ଏହାପରେ ସମସ୍ତ ଅଂଶଗ୍ରହଣକାରୀ ସାପ୍ତାହିକ ବଜାରକୁ ପରିଷ୍କାର, ପରିଚ୍ଛନ୍ନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍.ଟି.ପି.ସି କଣିହାଁ…

"ସ୍ୱଚ୍ଛତା ପକ୍ଷ ଅବସରରେ ଶୋଭାଯାତ୍ରା ଏବଂ ସଫେଇ କାର୍ଯ୍ୟକ୍ରମ"