ଅନନ୍ତ ବିହାର ଯୁବକ ସଂଘ ତରଫରୁ ପଣା ବଂଟନ

ତାଳଚେର,୧୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଗତ ବର୍ଷଭଳି ଚଳିତ ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ତାଳଚେର ବ୍ଲକ ଅନନ୍ତ ବିହାର କଲୋନୀସ୍ଥିତ କାଳୀମନ୍ଦର ଛକଠାରେ ‘ରୟାଲ ଗୋଲ୍ଡେନ ବଏଜ’ ଯୁବକ ସଂଘ ତରଫରୁ ଶନିବାର ଅପରାହ୍ନରେ ପଣା ବଂଟନ କରାଯାଇଛି । ଯୁବକ ସଂଘ ସଭାପତି ରତନ ସିଠଙ୍କ ନେତୃତ୍ୱରେ ସଦସ୍ୟ ଚିତରଞ୍ଜନ ଦାସ,ଅଭିମନୁ୍ୟ ପରିଡ଼ା,ପ୍ରତୁ୍ୟଷ ପ୍ରଧାନ,ରମଣ ସିଠ, ବାପୁନ ପ୍ରଧାନ,ନାରାୟଣ ପଟ୍ଟନାୟକ,ରିତନ ସିଠ,ଚିନୁ,ମୁନା,ସିନୁ,ଟିକୁ,କାହ୍ନୁ,ଟିନୁ ପ୍ରମୁଖ କଲୋନୀସ୍ଥିତ ମା କାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ପଣା ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ଉକ୍ତ ରାସ୍ତା ଦେଇ ଯାଆସ କରୁଥିବା ପଥଚାରୀଙ୍କୁ ପଣା ବଂଟନ କରା ଯାଇଥିଲା । ଯୁବକ…

"ଅନନ୍ତ ବିହାର ଯୁବକ ସଂଘ ତରଫରୁ ପଣା ବଂଟନ"