ଅନାସ୍ଥା ପ୍ରସ୍ତାବରେ କକ୍ଷତ୍ୟାଗ… ବିଜେପି କ’ଣ ବିଜେଡିକୁ ସିବିଆଇ ଡରାଇଲା?

ଭୁବନେଶ୍ୱର(ଦେବଦତ୍ତ ରଥ): ତେଲୁଗ ଦେଶମ ପାର୍ଟି ପକ୍ଷରୁ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଗଲା।କଂଗ୍ରେସ ସମେତ ଟିଏମସି, ଏସପି, ଆରଜେଡି,ଆପ,ସିପିଏମ ଆଦି ବିରୋଧୀ ଦଳ ଗୁଡିକ ଏହାକୁ ସମର୍ଥନ କଲେ।ତେବେ ବିଜେଡି,ଟିଆରସି,ଏଆଇଡିଏମକେ ପରି ଦଳ ଗୁଡ଼ିକର ଭୂମିକା କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ବିଜେଡି ଉଭୟ କଂଗ୍ରେସ ଏବଂ ବିଜେପି ଠାରୁ ସମଦୂରତା ରଖୁଥିବା କହୁଥିବାରୁ ବିଜେଡିର ଭୂମିକା ଯେ କ’ଣ ରହିବ ସେଥିପ୍ରତି ସମସ୍ତଙ୍କ ନଜର ରହିଥିଲା।ଅନୁମାନ କରାଯାଉଥିଲା ବିଜେଡି ଆଲୋଚନାରେ ଭାଗ ନେବ,କିନ୍ତୁ ଭୋଟ ଦାନରୁ ବିରତ ରହିବ।କିନ୍ତୁ ବିଜେଡି ଭୋଟ ଦାନରୁ ତ’ ବିରତ ରହିଲା ଆଲୋଚନାରେ ମଧ୍ୟ ଭାଗ ନେଲା ନାହିଁ।ବିଜେଡିକୁ ମିଳିଥିବା ୧୫…

"ଅନାସ୍ଥା ପ୍ରସ୍ତାବରେ କକ୍ଷତ୍ୟାଗ… ବିଜେପି କ’ଣ ବିଜେଡିକୁ ସିବିଆଇ ଡରାଇଲା?"

କେନ୍ଦୁଝର: ରକେଟ ବୋମା ଉଦ୍ଧାର: ଅଞ୍ଚଳବାସୀ ଆତଙ୍କିତ

କେନ୍ଦୁଝର ୨୧.୭.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସଦର ଥାନାର ଶୁଆକାଟି ମାଇନ୍ସ ଅଞ୍ଚଳରେ ବୋମା ର ଆତଙ୍କ। ଆଜି ଶନିବାର ଶୁଆକାଟି ସ୍ଥିତ ଶିବ ମନ୍ଦିର ନିକଟରେ ବୋହି ଯାଇଥିବା ନାଳ ନିକଟରେ ଏକ କାଠ ବାକ୍ସରେ ଜେଟ୍ ଆକୃତିର କୌଣସି ଜିନିଷ ଥିବା ଦେଖି ଲୋକେ ବୋମା ସନ୍ଦେହରେ ଆତଙ୍କିତ ହୋଇପଡିଛନ୍ତି। ସ୍ଥାନୀୟଲୋକଙ୍କ ପକ୍ଷରୁ ସଦର ଥାନାକୁ ଖବର ଦିଆଯିବା ପରେ ବୋମା ନିଷ୍କ୍ରିୟ ଦଳ ସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମାଟିକୁ ଉଦ୍ଧର କରି ଏହାର ଯାଞ୍ଚ ଆରମ୍ଭ କରିଛି। କିନ୍ତୁ ବୋମାଟି କେଉଁଠାରୁ କିଭଳିଭାବେ ସେଠାକୁ ଆସିଲା ସେ ସଂପର୍କରେ କାହା ପାଖରେ କୌଣସି ସୂଚନା ନଥିବା…

"କେନ୍ଦୁଝର: ରକେଟ ବୋମା ଉଦ୍ଧାର: ଅଞ୍ଚଳବାସୀ ଆତଙ୍କିତ"

୨୧ ଜୁଲାଇ ଶନିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣ ସାମାଜିକ ତଥା ସାର୍ବଜନିକ କ୍ଷେତ୍ରରେ ଲୋକମାନଙ୍କର ପ୍ରଶଂସା ପ୍ରାପ୍ତ କରି ପାରିବେ। ଲକ୍ଷ୍ମୀଙ୍କର କୃପା ରହିବ। କୁଟୁମ୍ବ ଏବଂ ଦାମ୍ପତ୍ୟଜୀବନରେ ସୁଖ ଏବଂ ସନ୍ତୋଷ ଅନୁଭବ କରିବେ। ବାହନ ସୁଖ ମିଳିବ। ପ୍ରିୟ ବ୍ୟକ୍ତିଙ୍କର ପ୍ରେମ ପ୍ରାପ୍ତ କରି ପାରିବେ। ବିଚାରରେ ଉଗ୍ରତା ଏବଂ ଆଧିପତ୍ୟର ଭାବନା ବଢ଼ିବ। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବାର ସୁଯୋଗ ଆସିବ। ସମାଧାନକାରୀ ବ୍ୟବହାର ଆପଣାଇବାର ଆବଶ୍ୟକତା ଅଛି। ବ୍ୟାପାରିମାନଙ୍କ ସମୟ ଲାଭଦାୟକ ଅଟେ। ବୃଷ : ଶାରୀରିକ ମାନସିକ ସୁସ୍ଥତା ସହିତ ଆପଣ ନିଜର କାର୍ଯ୍ୟ ନିର୍ଦ୍ଧାରିତ ରୂପରେ ଆୟୋଜନ ପୂର୍ବକ ସମ୍ପୂର୍ଣ୍ଣ କରି ପାରିବେ। ରୋଗୀବ୍ୟକ୍ତି ଆଜି ସ୍ଵାସ୍ଥ୍ୟରେ ସୁଧାର ଅନୁଭବ…

"୨୧ ଜୁଲାଇ ଶନିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

ମହାନଦୀ ସୁରକ୍ଷା ଅଭିଯାନ – ବିଜେଡ଼ିର ମହାନଦୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର ପ୍ରସ୍ତୁତି

ଭୁବନେଶ୍ୱର, ୨/୫/୨୦୧୮(ଓଡ଼ିଆ ପୁଅ): ମହାନଦୀର ମହାସଂକଟ ଏ ପର୍ଯ୍ୟନ୍ତ ଟଳିନାହିଁ। ତେଣୁ ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତିର ମହାସଂଗ୍ରାମ ଅବ୍ୟାହତ ରହିଛି। ଏହାର ପ୍ରଥମ ପର୍ଯ୍ୟାୟ ଆନ୍ଦୋଳନ ପରେ ଗତମାସ ୨୨ ତାରିଖ ଦିନ ବିଜୁ ଜନତା ଦଳ ତରଫରୁ ମହାନଦୀ ସଂକଟ ସଂପର୍କିତ କର୍ମଶାଳାରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ମହାନଦୀ ସଂକଟ ପାଇଁ ଓଡ଼ିଶାବାସୀ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ କରିବେ ଏବଂ ବିଜୁ ଜନତା ଦଳ ଏହାର ନେତୃତ୍ୱ ନେବ। ରାଜ୍ୟ ସରକାର ଆଇନ୍‌ଗତ ଲଢ଼େଇ ଲଢ଼ୁଥିବା ବେଳେ ଓଡ଼ିଶାର ଜନସାଧାରଣ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଲଢ଼େଇ ଲଢ଼ୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର…

"ମହାନଦୀ ସୁରକ୍ଷା ଅଭିଯାନ – ବିଜେଡ଼ିର ମହାନଦୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର ପ୍ରସ୍ତୁତି"

 ୬ ଜିଲ୍ଲାରେ ହୋଇପାରେ ବଜ୍ରପାତ ସହ ଝଡ଼ବର୍ଷା

ଭୁବନେଶ୍ୱର ୨ ମଇ (ଓଡ଼ିଆ ପୁଅ) ବୁଧବାର ରାତି ଆଠଟା ସାଢ଼େଆଠଟା ସୁଦ୍ଧା ଓଡ଼ିଶାର ୬ଟି ଜିଲ୍ଲାରେ ବଜ୍ରପାତ ସହ ଘୂର୍ଣ୍ଣିଝଡ଼ ହୋବାର ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଘଣ୍ଟାକୁ ପ୍ରାୟ ୬୦ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନାଥିବାରୁ ଲୋକମାନେ ସୁରକ୍ଷିତ ସ୍ଥାନରେ ରହିବାକୁ ସତର୍କ କରାଇ ଦିଆଯାଉଛି।

" ୬ ଜିଲ୍ଲାରେ ହୋଇପାରେ ବଜ୍ରପାତ ସହ ଝଡ଼ବର୍ଷା"

କେନ୍ଦୁଝର ପ୍ରଜାମେଳିର ଅଗ୍ନିଶିକ୍ଷା ବିପ୍ଳବୀ ଧରଣୀଧର ଭୂୟାଁ

– ଶ୍ରୀ ସନାତନ ମହାକୁଡ଼ ତତ୍କାଳୀନ ବ୍ରିଟିଶ ଶାସନାଧୀନ ବିଭିନ୍ନ ଗଡ଼ଜାତମାନଙ୍କରେ ସୁବିଧାବାଦୀ ଦୁର୍ନୀତିଗସ୍ତ ରାଜ କର୍ମଚାରୀମାନଙ୍କ ତୋଷାମଦି ଓ ଇଙ୍ଗିତରେ ଗଡ଼ଜାତ ରାଜା ତଥା ରାଜକର୍ମଚାରୀମାନଙ୍କ ଦ୍ୱାରା ପ୍ରଜାପୀଡ଼ନ, ବେଠି, ବେଗାରୀ ଓ କର ଆଦାୟର ଜୁଲମ୍ ସହିତ ଫାଶୀ ଦଣ୍ଡକୁ ନେଇ ସାଧାରଣ ଲୋକେ ଘୋର ନିର୍ଯାତନାର ଶୀକାର ହେଉଥିଲେ। ସେହି ଅବସ୍ଥା ମଧ୍ୟ କେନ୍ଦୁଝର ଗଡ଼ଜାତର ପ୍ରଜାମାନେ ଭୋଗ କରୁଥିଲେ। ରାଜା ପ୍ରଜାପାଳକ ହେବା ପରିବର୍ତ୍ତେ ପ୍ରଜାପୀଡ଼ନରେ ଲିପ୍ତ ହୋଇ ପ୍ରଜାମାନଙ୍କ ଉପରେ କଠୋର ଦଣ୍ଡବିଧାନ, ବିଭିନ୍ନ ପ୍ରକାର କର ଧାର୍ଯ୍ୟ କରି ତାହା ଆଦାୟ ନିମନ୍ତେ ପ୍ରଜାମାନଙ୍କୁ ନିର୍ମମ ନିର୍ଯାତନା ଦେବା ସହ ସେମାନଙ୍କ ପରିବାରର ଗରିମା କ୍ଷୁର୍ଣ୍ଣ ହେବାଭଳି…

"କେନ୍ଦୁଝର ପ୍ରଜାମେଳିର ଅଗ୍ନିଶିକ୍ଷା ବିପ୍ଳବୀ ଧରଣୀଧର ଭୂୟାଁ"

ବଳାତ୍କାରୀଙ୍କୁ ୭ବର୍ଷ କାରାଦଣ୍ଡ

ରାୟଗଡା, ୩୦।୪(ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଜିଲା ଅତିରିକ୍ତ ସେସନ୍ସ ଜଜ ଡ. ଇନ୍ଦୁଶର୍ମା ଏକ ବଳାକ୍ରାର ମାମଲାର ବିଚାରକରି ଅଭିଯୁକ୍ତ ସସା ଉଲାକାଙ୍କୁ ଦୋଷୀ ସାବ୍ୟସ୍ଥ କରିଛନ୍ତି। ଅଭିଯୁକ୍ତଙ୍କୁ ୭ବର୍ଷ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ରାୟ ପ୍ରଦାନ କରିଛନ୍ତି। ଜରିମନା ଟଙ୍କା ଜମାନକରିପାରିଲେ ଅଭିଯୁକ୍ତଙ୍କୁ ଆଉ ୬ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲଙ୍କ ଠାରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାଇ ରାୟଗଡା ଥାନା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଉଲକାତୁଣ୍ଡା ଗାଁର ଜୌନିକ ମହିଳା ୨୦୧୭ ମସିହା ଜାନୁୟାରୀ ୪ତାରିଖ ରାତିପ୍ରାୟ ୧୧ଟା ବେଳେ ପରିଶ୍ରା କରିବାକୁ ଘରୁ ବାହାରକୁ ଆସିଥିଲେ। ମହିଳା ଜଣଙ୍କୁ…

"ବଳାତ୍କାରୀଙ୍କୁ ୭ବର୍ଷ କାରାଦଣ୍ଡ"

ଆମ ଗାଁ’ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୦ ଲକ୍ଷ ଟଙ୍କାର ୩୭ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାର ଗୋଡା ଗ୍ରାମ ପଞ୍ଚାୟତ, କଟକ ଜିଲ୍ଲାର ତରଡିଙ୍ଗ, ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଓ କଳାହାଣ୍ଡି ଜିଲ୍ଲାର ବେହେରା ପଞ୍ଚାୟତ ପାଇଁ ୧ କୋଟି ୪୯ ଲକ୍ଷ ଟଙ୍କାର ୩୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଗୋଡା ଗ୍ରାମ…

"ଆମ ଗାଁ’ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୦ ଲକ୍ଷ ଟଙ୍କାର ୩୭ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ"

ଟ୍ରକ ଚଢ଼ିଗଲା : ୧ ମୃତ ୧ ଗୁରୁତର

ସମ୍ବଲପୁର ୨୪-୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ଆଜି ସକାଳେ ୧୧ ଟା ୩୦ ମିନିଟ୍ ସମୟରେ ରାଉରକେଲାର ଗାନ୍ଧୀ ରୋଡ, ପ୍ଲାଣ୍ଟସାଇଟ ଥାନାର ଦିବ୍ୟା ଦୁବେ ଏବଂ ତାଙ୍କ ଭଉଣୀଙ୍କ ସହିତ ତାଙ୍କର ୫ ବର୍ଷିଆ ଝିଆରୀଙ୍କ ସହିତ ଓଡି ୧୫ ଏଚ ୬୨୪୧ ସ୍କୁଟିରେ ଧନୁପାଲ୍ଲିରୁ ମାନେଶ୍ଵରଆଡ଼କୁ ବଢ଼ୁଥିବା ବେଳେ ଗୋପାଲଜୀ ମନ୍ଦିର ନିକଟରେ ଧନୁପାଲିଛକ ପଟରୁ କ୍ଷୀପ୍ର ବେଗରେ ଆସୁଥିବା ଏକ ଟ୍ରକ ଓଡି ୩୩ କ୍ୟୁ ୫୦୮୦ ଦିବ୍ୟାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଦିବ୍ୟାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭଉଣୀ ଗୁଗୁତର ଅବସ୍ଥାରେ ସ୍ଥନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଟ୍ରକ୍ ଡ୍ରାଇଭରକୁ ବିଜୟ ମହାପାତ୍ରା ୨୬ କୁ…

"ଟ୍ରକ ଚଢ଼ିଗଲା : ୧ ମୃତ ୧ ଗୁରୁତର"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧ କୋଟି ୩୬ ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୯-୪ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲାର ଝରିଗାଁ ଗ୍ରାମ ପଞ୍ଚାୟତ, ସୋନପୁର ଜିଲ୍ଲାର ହିଲୁଙ୍ଗା ଗ୍ରାମ ପଞ୍ଚାୟତ, ମୟୁରଭଞ୍ଜ ଜିଲ୍ଲାର ସାନଖୁଣ୍ଟା ଓ ନୟାଗଡ ଜିଲ୍ଲାର କୋରଡା ଗ୍ରାମ ପଞ୍ଚାୟତ ପାଇଁ ୧ କୋଟି ୩୬ ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ନବରଙ୍ଗପୁର…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧ କୋଟି ୩୬ ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ"