କୋରାପୁଟ ସହରରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷାରେ ଫଳକ ଲେଖିବା ପ୍ରାଧାନ୍ୟ ଦିଆଯାଉନାହିଁ

କୋରାପୁଟ ; ତା୧୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ମେ ୧୫ ତାରିଖ ସୁଦ୍ଧା ଫଳକ ଓଡିଆ ଭାଷାରେ ଲେଖିବା ପରେ ତଳକୁ ଅନ୍ୟଭାଷାରେ ଲେଖିପାରିବେ ପାରିବେ ବୋଲି ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଥିବା ନଜରକୁ ଆସିଛି।କୋରାପୁଟ ସଦର ମହକୁମାର ଡାକ୍ତରଖାନାର ବିଭିନ୍ନ ବହିଃବିଭାଗ ଓ ଅନ୍ୟ ସ୍ଥାନମାନଙ୍କରେ ଇଂରାଜୀ ଭାଷାରେ ଲେଖାଯାଇଥିବା ଲକ୍ଷ୍ୟ କରାଯାଇଥିଲା।ଏପରିକି ପ୍ରଥମେ ଇଂରାଜୀଭାଷାରେ ଲେଖିବା ସହ ତଳକୁ ଓଡିଆଭାଷରେ ଲେଖା ହୋଇଥିବା ନଜର କରାଯାଇଥିଲା।କୋରାପୁଟ ସଦଭାବନା ସଭାଗୃହରେ ମଧ୍ୟ ଇଂରାଜୀ ଭାଷାରେ ଫଳକ ଲେଖାଯାଇଥିବା ଦେଖିବାକୁ ମିଳିଥିଲା।ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସେମାନଙ୍କ ଇଂରାଜୀ ଫଳକରେ…

"କୋରାପୁଟ ସହରରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷାରେ ଫଳକ ଲେଖିବା ପ୍ରାଧାନ୍ୟ ଦିଆଯାଉନାହିଁ"