ନୂଆଗାଁ ସରସ୍ୱତୀ ଶିଶୁମନ୍ଦିରର ୫ମ ବାର୍ଷିକ ଉତ୍ସବ

ତାଳଚେର,୧୦/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ନୂଆଗାଁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୫ମ ବାର୍ଷିକ ଉତ୍ସବ ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥିଭାବେ ପ୍ରବଚକ ହେମନ୍ତ ଧର,ସମ୍ମାନିତ ଅତିଥିଭାବେ ବନ ବିହାରୀ ପଟ୍ଟନାୟକ ଯୋଗ ଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାଳକୃଷ୍ଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ମିନତୀ ମଞ୍ଜରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

"ନୂଆଗାଁ ସରସ୍ୱତୀ ଶିଶୁମନ୍ଦିରର ୫ମ ବାର୍ଷିକ ଉତ୍ସବ"