ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଅନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା

ତାଳଚେର, ୧୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି କଣିହାଁ ଆନୁକୂଲ୍ୟରେ ପ୍ରଥମ ଅନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ରିକ୍ରିଏସନ ସେଂଟରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ଏନ୍.ଟି.ପି.ସି ଲିଃ ପରିଚାଳିତ ପ୍ରକଳ୍ପ ବଙ୍ଗାଇଗାଓଁ, ଦର୍ଲିପାଲି, ତାଳଚେର ଥର୍ମାଲ ଏବଂ ଏନ୍.ଟି.ପି.ସି କଣିହାଁ ଆଦି ୪ଟି ଦଳ ଭାଗ ନେଇଥିଲେ। ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଏବଂ ତନଭି ସଙ୍ଗମର ଅଧ୍ୟକ୍ଷା ଦିପ୍ତୀ କୁବେର ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ଗତ ୭ତାରିଖରେ ଉକ୍ତ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ମହାପ୍ରବନ୍ଧକମାନେ ଏହି କାର୍ଯ୍ୟକମରେ ଯୋଗ ଦେଇଥିଲେ। ବ୍ୟକ୍ତିବିଶେଷଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଜୀବନର…

"ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଅନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା"