ବିନା ହେଲମେଟରେ ଗାଡ଼ି ଚଳାଇଲେ ୩ଶହ ଜରିମାନା

ତାଳଚେର, ୧୯/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ‘ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ’ ସମ୍ବନ୍ଧୀୟ ଏକ ବୈଠକ ଶୁକ୍ରବାର ଅପରାହ୍ନରେ ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାଳଚେର ଉପଖଣ୍ଡ ଆରକ୍ଷୀ ବିଭାଗ ଜରିମାନା ବାବଦରେ ଗତ ଅକ୍ଟୋବର ମାସରୁ ଡିସେମ୍ବର ମାସ-୨୦୧୭ ମଧ୍ୟରେ ୧ଲକ୍ଷ ୮ଶହ ଟଙ୍କା ଏବଂ ଆଂଚଳିକ ପରିବହନ ବିଭାଗ, ତାଳଚେର ଅକ୍ଟୋବରରୁ ଡିସେମ୍ବର-୨୦୧୭ ମଧ୍ୟରେ ୫୦ହଜାର ୮ଶହ ଟଙ୍କା ଜରିମାନା ଆକାରରେ ଆଦାୟ କରିଛି ବୋଲି ସୂଚନା ଦିଆଯାଇଥିଲା। ଗତ କିଛି ମାସ ପୂର୍ବରୁ ହୋଇଥିବା ବୈଠକରେ ହେଲମେଟ ପିନ୍ଧି ନଥିଲେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଦିଆଯିବ ନାହିଁ ଏବଂ ୧ଶହରୁ ୩ଶହ ପର୍ଯ୍ୟନ୍ତ…

"ବିନା ହେଲମେଟରେ ଗାଡ଼ି ଚଳାଇଲେ ୩ଶହ ଜରିମାନା"