କାଠ ବୋଝେଇ ପିକଅପ୍ ଜବତ

ଯାଜପୁର, ୮.୪(ଓଡିଆପୁଅ/ମାନସ ରାଉତ):ବୈରୀ-ଡାଳିଯୋଡା ବନଖଣ୍ଡ ମୋବାଇଲ ଟିମ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ବେଳେ ଏକ େ·ରା କାଠ ବୋଝେଇ କରି ଯାଉଥିବା ପିକଅପ୍ ଭ୍ୟାନକୁ ଜବତ କରିଛନ୍ତି। ଜାରକାରୁ ଜେନାପୁର ଅଭିମୁଖେ ଯାଉଥିବା ପିକଅପ ଭ୍ୟାନ ଓଆର ୦୪ ଏଫ ୦୨୮୭ ନମ୍ବର ବିଶିଷ୍ଟ ଗାଡିଟି ମୂଲ୍ୟବାନ ସାଇଜ କାଠ ଓ ପଟ୍ଟା ନେଇ ଯାଉଥିବାର ଖବର ପାଇ କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ରେଞ୍ଜର ଲଲାଟେନ୍ଦୁ ମହାନ୍ତି, ଡେପୁଟି ରେଞ୍ଜର ମାଧବ ନାୟକ, ଫରେଷ୍ଟର ପିତବାସ ମହାପାତ୍ର ଓ ଫକିର ମହାନ୍ତି ବିଭିନ୍ନ ରାସ୍ତାକୁ ସିଲ କରିଥିଲେ। ଫଳରେ ନାକପୋଲ ନିକଟରେ ଏହି ପିକଅପଟି ଅଟକାଇଥିଲେ। ଚାଳକ…

"କାଠ ବୋଝେଇ ପିକଅପ୍ ଜବତ"

ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

ଯାଜପୁର,୧୬.୩(ଓଡିଆପୁଅ/ମାନସ ରାଉତ): ବୁଧବାର ବିଳମ୍ବିତ ରାତିରେ ବଡଚଣା ଥାନା ଠାରୁ ମାତ୍ର ୨ଶହ ମିଟର ଦୂର ଡାକ୍ତରଖାନା ଛକରେ ରହୁଥିବା ସଂଜୀବ କୁମାର ପାଲଙ୍କ ଘର କବାଟ ଭାଙ୍ଗି କେହି ଦୁବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ କରିଥିବା ବଡଚଣା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବୁଧବାର ଶ୍ରୀ ପାଲ କଟକସ୍ଥିତ ନିଜ ସମ୍ପର୍କୀଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଏବଂ ରାତି ପ୍ରାୟ୧୧ଟାରେ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚି ଦେଖିବା ବେଳକୁ ଘର ପଛପଟ କବାଟକୁ କେହି ଭାଙ୍ଗି ଘରଭିତରେ ପ୍ରବେଶ କରି ଘରେ ଥିବା ୩ଟି ଗଡରେଜ ଆଲମାରୀ ଭାଙ୍ଗି ସେଥିରେ ଥିବା ପାଖାପାଖି ୨୦ ଭରି…

"ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ"

ଅଗ୍ନିକାଣ୍ଡରେ ୩ ବଖରା ଜଳିଗଲା

ଯାଜପୁର, (ଓଡିଆ ପୁଅ/ମାନସ ରାଉତ)-ବଡଚଣା ବ୍ଲକ ଦର୍ପଣ ତହସିଲ ଅଧିନସ୍ଥ ବୈରୀ ପଞ୍ଚାୟତ ବଗଉ ମୁଣ୍ଡାସାହିରେ ଶନିବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଆଦିବାସୀ ପରିବାରଙ୍କ ୩ ବଖରା ଘର ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ବଗଉ ମୁଣ୍ଡାସାହିରେ ବିଦ୍ୟୁତ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଜଗନ ସିଂଙ୍କ ଗୋଟିଏ ଚାଳ ଘର ପୋଡିଯିବା ସହ ୫ ବସ୍ତା ଧାନ, ୨ ବସ୍ତା ଚାଉଳ ସହ ସମସ୍ତ ଆସବାବପତ୍ରପୋଡି ଯାଇଛି। ସେହିପରି ଜଗନ ସିଂଙ୍କ ଦୁଇ ବଖରା ଘର ପୋଡିଯିବା ସହିତ ୧୦ ବସ୍ତା ଧାନ, ୨୦ ବସ୍ତା ଚାଉଳ ସହ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି। ଖବରପାଇ…

"ଅଗ୍ନିକାଣ୍ଡରେ ୩ ବଖରା ଜଳିଗଲା"

ପୁରାଣ ପ୍ରସିଦ୍ଧ ବେଦୀହୁଡା ମେଳଣ ଉଦଯାପିତ

ଯାଜପୁର,(ଓଡିଆ ପୁଅ/ମାନସ ରାଉତ):-ବଡଚଣାର ପୁରାଣ ପ୍ରସିଦ୍ଧ ବେଦୀହୁଡା ମେଳଣ ଗୁରୁବାର ଉଦଯାପିତ ହୋଇଯାଇଛି । ବୁଧବାର ରାତିରୁ ବେଦୀହୁଡା ପୀଠରେ ଅନୁଷ୍ଠିତ ହୋଇଥିବା ଏହି ମେଳଣରେ ଆଖପାଖ ଅଞ୍ଚଳର ୩୦ରୁ ଉର୍ଦ୍ଧ ବିମାନ ଯୋଗଦେଇ ବିଭିନ୍ନ ପ୍ରକାର ବାଦ୍ୟ ଓ ଆତଶବାଜି ମାଧ୍ୟମରେ ଶୋଭାଯାତ୍ରା କରି ମେଳଣ ପଡିଆରେ ସକାଳେ ପହଞ୍ଚିବା ପରେ କମିଟି ପକ୍ଷରୁ ପ୍ରଥମେ ଥାନପତି ରାହାସ ବିହାରୀଙ୍କୁ ଦୋଳମଣ୍ଡପରେ ବସାଇବା ପରେ ଅନ୍ୟ ବିମାନ ଗୁଡିକୁ ପାଛୋଟି ନେଇ ଦୋଳମଣ୍ଡପରେ ବସାଇବା ସହିତ ଯଥାରୀତି ପୂଜାଚ୍ଚର୍ନା କରାଯାଇଥିଲା । ଏହି ମେଳଣ ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଜନସମାଗମ ହୋଇଥିଲା । ବିଭିନ୍ନ ବିମାନ ସହିତ ଆସିଥିବା ଘୋଡା ଓ ଷଣ୍ଢ…

"ପୁରାଣ ପ୍ରସିଦ୍ଧ ବେଦୀହୁଡା ମେଳଣ ଉଦଯାପିତ"