ଯାଜପୁର: ଗବେଷକ ଭାଗ୍ୟଧର ସେଠୀଙ୍କ ରୁଷ ଯାତ୍ରା

ଯାଜପୁର,୧୪/୯(ଓଡ଼ିଆ ପୁଅ /ମାନସ ରାଉତ) ଜବାହାରଲାଲ ନେହୁରୁ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଗବେଷଣା କରୁଥିବା ଯାଜପୁର ଜିଲ୍ଲାର ରମ୍ପେଇ ଗ୍ରାମର ଦୌତାରୀ ସେଠୀ ଏବଂ ଲକ୍ଷ୍ମୀ ସେଠୀଙ୍କର କନିଷ୍ଠ ପୁତ୍ର ଭାଗ୍ୟଧର ସେଠୀ ରୁଷ ଯାତ୍ରା କରିବା ସହିତ ସେଠାରେ ଅଧିକ ଗବେଷଣା କରିବେ ବୋଲି ମନୋନୀତ ହୋଇ ରୁଷ ଯାତ୍ରା କରିଛନ୍ତି । ଶ୍ରୀ ସେଠୀ ଭାରତୀୟ ସାମଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇ.ସି.ଏସ.ଏସ.ଆର) ଦ୍ୱାରା ମନୋନୀତ ହୋଇ ରୁଷିଆକୁ ଯାତ୍ରା କରିଛନ୍ତି । ସେ ‘ଉର୍ଜା ସୁରକ୍ଷା’ (ଏନର୍ଜି ସୁକୁରିଟି) ଉପରେ ଗବେଷଣା କରିବା ସହିତ ଏହାକୁ ଭାରତ, ରୁଷ, ଏବଂ ବେଲାରୁଷ ଦେଶଗୁଡିକରେ କିପରି ସୁବିନିଯୋଗ କରାଯିବା ତାହା ଉପେର ଅଧିକ…

"ଯାଜପୁର: ଗବେଷକ ଭାଗ୍ୟଧର ସେଠୀଙ୍କ ରୁଷ ଯାତ୍ରା"

ଆଧ୍ୟାତ୍ମିକ ସମେବେଶ ପାଇଁ ପ୍ରସ୍ତୁତି ବୈଠକ

ଯାଜପୁର, ୨୦/୮ (ଓଡିଆପୁଅ/ମାନସ ରାଉତ): ଏକ ଧର୍ମନିୟନ୍ତ୍ରିତ ପକ୍ଷପାତ ବିହୀନ ଶୋଷଣ ମୁକ୍ତ ଓ ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ପ୍ରତିଷ୍ଠା ପାଇଁ ସଂକଳ୍ପ ନେବା ଉଦେଶ୍ୟରେ ଏକ ଆଧ୍ୟାତ୍ମିକ ସମାବେଶ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାମ ରାଜ୍ୟ ପରିଷଦ ଯାଜପୁର ଶାଖା ଆନୁକୁଲ୍ୟରେ ସଂଯୋଜକ ଦେବବ୍ରତ ଦେବତାଙ୍କ ଅଧ୍ୟକ୍ଷତାରେ ସଂପାଦକ ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ଶତପଥୀ, ସହ ସଂଯୋଜକ ଦେବାଶିଷ ଜେନା, ଦେବେନ୍ଦ୍ର ପ୍ରହରାଜ, ରେଣୁବାଳା ଶତପଥୀ, ଦମୟନ୍ତି ତ୍ରିପାଠୀ, ରଶ୍ମିରଞ୍ଜନ ତ୍ରିପ୍ରାଠୀ, ଡକ୍ଟର ଭାଗ୍ୟଧର ସାହୁ, ପ୍ରୀତି ଲତା ଦାସ, ମଧୁସ୍ମିତା ଜେନା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ସର୍ବସମ୍ମତି ନିଷ୍ପତି ଅନୁସାରେ ଆସନ୍ତା ୨/୯/୨୦୧୮ରିଖ ରବିବାର ପବିତ୍ର ଜନ୍ମାଷ୍ଟମି ଦିବା ୧୦…

"ଆଧ୍ୟାତ୍ମିକ ସମେବେଶ ପାଇଁ ପ୍ରସ୍ତୁତି ବୈଠକ"

ବାଥରୁମରେ ପଡି ଡିଏସପିଙ୍କ ବିୟୋଗ

ଯାଜପୁର,୧୪/୬(ଓଡ଼ିଆ ପୁଅ/ମାନସ ରାଉତ)- ଯାଜପୁର ଜିଲା ବୈରୀ ତାନା ଅଧିନସ୍ଥ ବୈରୀ-ସୋଲର ରାଜ୍ୟ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଡିଏସପି ସୁନିଲ କୁମାର ଚୌଧୁରୀ(୫୮)ଙ୍କ ବୁୁଧବାର ଅକାଳ ବିୟୋଗ ସୂଚନା ମିଳିଛି । ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଶ୍ରୀ ଚୌଧୁରୀ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଥିବା ତାଙ୍କ ଆବାସିକ ଘର ବାଥରୁମକୁ ଯିବା ସମୟରେ ତାଙ୍କର ଗୋଡ ଖସିଯାଇଥିଲା, ଫଳରେ ସେ ସେଠାରେ ଅଚେତ ହୋଇପଡିଥିଲେ । ନିକଟରେ ଥିବା ସହକର୍ମୀମାନେ ଖବରପାଇ ତାଙ୍କୁ ଅଚେତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ନେଇଯାଇଥିଲେ । ଚିକିସôିତ ହେଉଥିବା ଅବସ୍ଥାରେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡିଏସପି ସ୍ୱର୍ଗତ ଚୌଧୁରୀଙ୍କ ଏପରି…

"ବାଥରୁମରେ ପଡି ଡିଏସପିଙ୍କ ବିୟୋଗ"

ସାମ୍ବାଦିକଙ୍କ ପତ୍ନୀ ସଂଧ୍ୟାରାଣୀ ରାଉତଙ୍କ ବିୟୋଗ

ଯାଜପୁର, ୧୦ା୪(ଓଡିଆପୁଅ) ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ରାଉତଙ୍କ ପତ୍ନୀ ସନ୍ଧ୍ୟାରାଣୀ ରାଉତଙ୍କର ସମୋବାରଦିନ ୬୦ ବର୍ଷ ବୟସରେ ନିଜ ଧର୍ମଶାଳା ବ୍ଲକ କଦଳାସ୍ଥିତ ବାସବଭନରେ ପରଲୋକ ହୋଇଯାଇଛି। ସେ କିଛିଦିନ ଧରି ଅସୁସ୍ଥ ରହି ଚକିତ୍ସାଧୀନ ଥିଲେ। ତାଙ୍କର ମୁତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ନିମନ୍ତେ ବହୁ ମାନ୍ୟଗଣ ବ୍ୟକ୍ତି ପଂହଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।। ମୃତ୍ୟୁ ଶଯ୍ୟା ନିକଟରେ ପରିବାର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବରୀ ବିଧାୟକ…

"ସାମ୍ବାଦିକଙ୍କ ପତ୍ନୀ ସଂଧ୍ୟାରାଣୀ ରାଉତଙ୍କ ବିୟୋଗ"

ଭଙ୍ଗା କୁଡିଆରେ ବିତୁଛି ମାତାଜୀଙ୍କ ଜୀବନ:ପ୍ରଶାସନର ଦୃଷ୍ଟି ପଡିବ କେବେ?

ଯାଜପୁର, ୨.୪(ଓଡିଆ ପୁଅ/ମାନସ ରାଉତ): ଗରିବ, ଅସହାୟ, ବାସହୀନ ପରିବାରଙ୍କୁ ସମାଜରେ ବଞ୍ଚି ରହିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ସେମାନଙ୍କ ଆର୍ଥୀକ ଓ ସାମାଜିକ ବିକାଶକୁ ସୁଦୃଢ କରିବାକୁ ପ୍ରୟାସ ଜାରିରଖିଛନ୍ତି। ଏ ସବୁ ଯୋଜନା ଅନେକ କ୍ଷେତ୍ରରେ ଅବାସ୍ତବରେ ପରିଣତ ହୋଇ ସେମାନଙ୍କୁ ସହାୟତାରେ ବାଧକ ସାଜିଥିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତରେ। ସୂଚନା ମୁତାବକ ଏହି ପଞ୍ଚାୟତ ଅଧିନସ୍ଥ ସାତଲଣ୍ଡା ଗ୍ରାମର ସ୍ୱର୍ଗତ ନିଶାକର କବିଙ୍କ ବିଧବା ପତ୍ନୀ ମାତାଜୀ ବିପିଏଲ ତାଲିକା ଭୁକ୍ତ। ନିଶାକର ଗତକିଛି ବର୍ଷ ତଳେ କର୍କଟ ରୋଗରେ ପୀଡିତ ହୋଇ…

"ଭଙ୍ଗା କୁଡିଆରେ ବିତୁଛି ମାତାଜୀଙ୍କ ଜୀବନ:ପ୍ରଶାସନର ଦୃଷ୍ଟି ପଡିବ କେବେ?"

ଅବସର ବୟସ ଅତିକ୍ରାନ୍ତ ହେଲାଣି ମିଳୁନି କର୍ମଚାରୀଙ୍କୁ ଦରମା, ଦୟନୀୟରେ ପରିବାର

ଯାଜପୁର,(ଓଡିଆପୁଅ/ମାନସ ରାଉତ): -ଅବସର ବୟସ ପାଖେଇ ଆସୁଥିଲେ ସୁଦ୍ଧା କେତେକ ସରକାରୀ କର୍ମଚାରୀଙ୍କୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ମିଳିପାରିଲା ନାହିଁ । ଫଳରେ ଅର୍ଥ ଅଭାବରୁ ଦୟନୀୟ ଅବସ୍ଥାରେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତିି । ଏହିଭଳି ଏକ ଘଟଣା ଘଟିଛି ଯାଜପୁର ଜିଲା ବଡଚଣା ବ୍ଳକରେ ଥିବା ବଡଚଣା ମହିଳା ମହାବିଦ୍ୟାଳୟରେ । ବଡଚଣା ଅଞ୍ଚଳର କେତେକ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନଙ୍କ ପ୍ରଚେଷ୍ଟାରେ ୧୯୯୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବଡଚଣା ମହିଳା ମହାବିଦ୍ୟାଳୟ । ଆଖପାଖ ଅଞ୍ଚଳର ହାଇସ୍କୁଲ ପରୀକ୍ଷାରେ ପାଶ କରୁଥିବା ଛାତ୍ରୀ କଷ୍ଟକରି ଦୂରଦୁରାନ୍ତକୁ ନଯିବା ପାଇଁ ଏହି ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ପ୍ରତିଷ୍ଠା ହୋଇଥିବା…

"ଅବସର ବୟସ ଅତିକ୍ରାନ୍ତ ହେଲାଣି ମିଳୁନି କର୍ମଚାରୀଙ୍କୁ ଦରମା, ଦୟନୀୟରେ ପରିବାର"

ପୋଲିସ ରଖିଲାନି ନାବାଳିକା ଅପହରଣ ଅଭିଯୋଗ ଦୀର୍ଘ ଦୁଇ ମାସ ହେବ ଝିଅର ଫେରିବା ବାଟକୁ ଅନେଇ ବସିଛନ୍ତି ପରିବାର ବର୍ଗ

ଯାଜପୁର, ୧୯/୦୩, (ଓଡିଆ ପୁଅ/ମାନସ ରାଉତ.)- ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଜାଗର ଯାତ୍ରା ଚାଲିଥିବା ସମୟରେ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଏରୋପଦ ଗ୍ରାମର ବବିତା ନାମୀ ନାବାଳିକା ସେଠାରୁ ନିଖୋଜ ହୋଇଥିଲା। ପ୍ରକାଶ ଥାଉ କି ବବିତା ତାର ନିଜ ବନ୍ଧୁଘର ବଡଚଣା ଥାନା ଅନ୍ତର୍ଗତ ଦର୍ପଣ ପଂଚାୟତର କେଶରପଡା ଗ୍ରାମକୁ ଆସିଥିଲା। ଜାଗର ଦିନ ଯାତ୍ରା ଦେଖିବାକୁ ତାଙ୍କ ନିଜ ମଉସା ଜଗବନ୍ଧୁଙ୍କ ପରିବାର ସହ ମହାବିନାୟକ ପୀଠକୁ ଯାଇଥିଲା। ସେଠାରେ ପ୍ରବଳ ଭିଡ ସମୟରେ ଏ ଦୋକାନରୁ ସେ ଦୋକାନ ବୁଲି ଜିନିଷ କିଣାକିଣ କରୁଥିବା ସମୟରେ ତାଙ୍କ ନିଜ ଗ୍ରାମ ଏରପଦାର ପୂର୍ଣ୍ଣଚନ୍ଦ୍ର ଦେହୁରୀ…

"ପୋଲିସ ରଖିଲାନି ନାବାଳିକା ଅପହରଣ ଅଭିଯୋଗ ଦୀର୍ଘ ଦୁଇ ମାସ ହେବ ଝିଅର ଫେରିବା ବାଟକୁ ଅନେଇ ବସିଛନ୍ତି ପରିବାର ବର୍ଗ"

ମା’ ଉପରେ ଅତ୍ୟାଚାର କରୁଥିବା ଶାସକଦଳକୁ ବଙ୍ଗୋପସାଗରରେ ପକାଇବା : ଗୌତମ

ଆର୍ନ୍ତଜାତିକ ମହିଳା ଦିବସରେ ବଡଚଣା ବିଜେପି ଓ ବିଜେଡିର ଶକ୍ତି ପଦର୍ଶନ ଯୋଗଦେଲେନି ରାଜ୍ୟ ମହିଳା ବିଜେଡି ସଂପାଦିକା ଇତିଶ୍ରୀ ସାମଲ ଓ ମନୋରମା ଆଚାର୍ଯ୍ୟ ଯାଜପୁର,(ଓଡିଆପୁଅ/ମାନସ ରାଉତ):-ସାରା ବିଶ୍ୱରେ ଆର୍ନ୍ତଜାତିକ ମହିଳା ଦିବସ ମହାଆଡମ୍ବର ସହକାରେ ଗୁରୁବାର ପାଳନ କରାଯାଇଛି । ମହିଳା ମାନଙ୍କୁ ଅଧିକାର ଓ ସେମାନଙ୍କର ଉସôର୍ଗୀକୃତ ଜୀବନୀକୁ ମନେପକାଇବା ଉଦେଶ୍ୟରେ ୧୯୮୬ ମସିହାରୁ ଏହି ଦିବସଟି ପାଳନ କରାଯାଉଅଛି । ଆଜି ବଡଚଣା ନିର୍ବାଚନମଣ୍ଡଳୀର ଦୁଇ ପ୍ରତିଦ୍ୱନ୍ଦି ରାଜନୈତିକ ଦଳ ଭିନ୍ନ ଭିନ୍ନ ସ୍ଥାନରେ ମହିଳା ମାନଙ୍କୁ ଏକତ୍ରୀତ କରି ନିଜନିଜର ଶକ୍ତି ପଦର୍ଶନ ଦେଖାଇଛନ୍ତି । ବଡଚଣା ବିଜେପି ପକ୍ଷରୁ ରାଜ୍ୟ ବିଜେପି ମୁଖପାତ୍ର ତଥା ବଡଚଣା ବିଜେପି…

"ମା’ ଉପରେ ଅତ୍ୟାଚାର କରୁଥିବା ଶାସକଦଳକୁ ବଙ୍ଗୋପସାଗରରେ ପକାଇବା : ଗୌତମ"

ଟାଟାଏସି ଓଲଟି ଜଣେ ମୃତ, ୩ ଗୁରୁତର

ଯାଜପୁର,(ଓଡିଆପୁଅ/ମାନସ ରାଉତ):-୧୬ ନମ୍ବର ଜାତୀୟ ରାଜପଥର ଡଲଫିନ ପେଟ୍ରୋଲ ପମ୍ପ ନିକଟରେ ଏକ ଟାଟାଏସି ରାସ୍ତା ତଳକୁ ଖସି ଓଲଟି ପଡିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇ କଟକ ବଡଡାକ୍ତରଖାନା ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଏକ ଟାଟାଏସି କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ବଡଚଣା ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଡଲଫିନ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିବାରୁ ଗାଡି ଭିତରେ ଥିବା ଲୋକମାନେ ଗାଡି ତଳେ ରହିଯାଇଥିଲେ । ଖବରପାଇ ବଡଚଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ…

"ଟାଟାଏସି ଓଲଟି ଜଣେ ମୃତ, ୩ ଗୁରୁତର"

ବଡଚଣା ବରିଷ୍ଠ ନାଗରିକ ବନ୍ଧୁମିଳନ

ଯାଜପୁର,(ଓଡିଆପୁଅ/ମାନସ ରାଉତ):-ବଡଚଣା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ସଭ୍ୟମାନଙ୍କର ଏକ ବନ୍ଧୁମିଳନ ବୈଠକ ପ୍ରାଧ୍ୟାପକ ପ୍ରମୋଦ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ମଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ପଞ୍ଜିକରଣ କାର୍ଯ୍ୟ ଶେଷ ହୋଇଥିବାରୁ ସମସ୍ତ ସଭ୍ୟ ବିଭାଗୀୟ କର୍ମକର୍ତ୍ତା ତଥା ଯାଜପୁର ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମ ସମ୍ବଦ୍ଧରେ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେବାକୁ ସ୍ତିର କରାଗଲା । ପରବର୍ତ୍ତୀ ସାଧାରଣ ବୈଠକ ଚଳିତ ମାସ ୧୧ତାରିଖ ରବିବାର ବଡଚଣା ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମରେ ସକାଳ ୧୦ଟାରେ ଅନୁଷ୍ଠିତ ହେବବୋଲି ବୈଠକରେ ଘୋଷଣା କରାଯାଇଥିଲା । ଏହି ବୈଠକରେ ସମସ୍ତ ସଭ୍ୟ/ସଭ୍ୟା ଯୋଗଦାନ…

"ବଡଚଣା ବରିଷ୍ଠ ନାଗରିକ ବନ୍ଧୁମିଳନ"