ହାଟତୋଟାଠାରେ ସିଏସସି ଏକାଡେମୀ ଉଦଘାଟିତ

ତାଳଚେର, ୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ହାଟତୋଟାସ୍ଥିତ ମ୍ୟୁନିସିପାଲିଟି ମାର୍କେଟଠାରେ ଏକ ସିଏସସି ଏକାଡେମୀ ଉଦଘାଟିତ ହୋଇ ଯାଇଛି। ସିଏସସି ଏକାଡେମୀର ପରିଚାଳକ ମୈାସୁମୀ ନନ୍ଦ, ଜନସେବା କେନ୍ଦ୍ରର ସିଇଓ ଦିନେଶ ତ୍ୟାଗୀ, ରାଜ୍ୟ ମୁଖ୍ୟ ପରିଚାଳକ ସ୍ୱର୍ଣ୍ଣପ୍ରଭା ସିଂ, ସିନିୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମରେଶ ନାୟକ ପ୍ରମୁଖ ଯୋଗ ଦେଇ ଭିଡ଼ିଓ କନଫେରସିଂ ଦ୍ୱାରା ଭାରତ ସରକାରଙ୍କର ଅନୁମୋଦିତ ଏହି ଏକାଡେମୀକୁ ଉଦଘାଟନ କରିଥିଲେ। ଏହି ସିଏସସି ଏକାଡେମୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ କମ୍ପ୍ୟୁଟର ଶିକ୍ଷା ଏବଂଭିନ୍ନକ୍ଷମମାନଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଏବଂ ଷ୍ଟାଇପେଣ୍ଡ ମିଳିପାରିବ ବୋଲି ସୂଚନା ଦିଆଯାଇଥିଲା।

"ହାଟତୋଟାଠାରେ ସିଏସସି ଏକାଡେମୀ ଉଦଘାଟିତ"