ଏମ୍.ସି.ଏଲ କର୍ମଚାରୀଙ୍କ ଆତ୍ମହତ୍ୟା

ତାଳଚେର, ୧୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଏମ୍.ସି.ଏଲ୍ ଭରତପୁର କୋଇଲାଖଣିର ସାଇଲୋ ନିକଟରେ ଜନୈକ ଖଣି କର୍ମଚାରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ କର୍ମଚାରୀଙ୍କ ନାମ ଦିଲ୍ଲୀପ କୁମାର ବିଶୋଇ(୫୪) ଏବଂ ସେ ଢେଙ୍କାନାଳ ଜିଲ୍ଲା ଭୂଷଣ ଥାନା ଅନ୍ତର୍ଗତ ବାଦୀବାହାଳ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ତେବେ ସେ ଅନନ୍ତବିହାର କଲୋନୀସ୍ଥିତ କ୍ୱାର୍ଟରରେ ବାସ କରୁଥିଲେ। ସେ ଏମ୍.ସି.ଏଲ୍ ଅନନ୍ତ କୋଇଲା ଖଣିରେ ସେ ଫିଟର ଭାବରେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବେ ସେ ଡେପୁଟେସନରେ ଭରତପୁର ଖଣି ବଦଳି ହୋଇ ଆସିଥିଲେ। ମଙ୍ଗଳବାର ସକାଳେ ସେ ନିଜର ଉପସ୍ଥାନ ପକାଇ ନିଜ କର୍ମସ୍ଥଳୀକୁ ଯାଇଥିଲେ।…

"ଏମ୍.ସି.ଏଲ କର୍ମଚାରୀଙ୍କ ଆତ୍ମହତ୍ୟା"