ହାର୍ଡକୋର ମାଓବାଦୀ ସମେତ ୫ ଗିରଫ

କୋରାପୁଟ; ତା୦୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ମାଛକୁଣ୍ଡରେ ଅବସ୍ଥାପିତ ସୀମା ସୁରକ୍ଷା ବଳ(ବିଏସଏଫ) ଦ୍ୱାରା ଜଣେ ହାର୍ଡକୋର ମାଓବାଦୀ ସମେତ ୪ଜଣ ମିଲିସିଆ ଗିରଫ ହୋଇଛନ୍ତି। ଗିରଫ ହାର୍ଡକୋର ମାଓବାଦୀ ହେଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ବଚେଲପଦର ପଂଚାୟତ ଆନ୍ଧ୍ରାପାଲି ଗ୍ରାମର ରାମ ପାଙ୍ଗି(୨୨)। ରାମ ପାଙ୍ଗି ଆନ୍ଧ୍ର ଓଡିଶା ବୋର୍ଡର ସ୍ପେସିଆଲ ଜୋନାଲ କମିଟି(ଏଓବିଏସଜଡେସି) ଅଧୀନ ମାଲକାନଗିରି-କୋରାପୁଟ-ବିଶାଖା ବୋର୍ଡର(ଏମକେଭିବି)ର ଗୁମା ଏରିଆ କମିଟିର ଜଣେ ପ୍ରମୁଖ ସଦସ୍ୟ ଥିବାବେଳେ ଓଡିଶା ସରକାର ରାମ ନାଁରେ ଏକଲକ୍ଷ ଟଙ୍କାର ପୁରଷ୍କାର ରଖିଥିଲେ। ମାଛକୁଣ୍ଡ ଥାନା ହନୁମାଳ ଗ୍ରାମରେ କେତେକ ମାଓବାଦୀ ପଶି ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର ଚଲାଇଥିବା ସୂଚନା ବିଏସଏଫ୍ ଗୋଇନ୍ଦା ବିଭାଗକୁ ସୂଚନା…

"ହାର୍ଡକୋର ମାଓବାଦୀ ସମେତ ୫ ଗିରଫ"