ହାଉସିଂ ବୋର୍ଡ଼-ଗୁରୁଦ୍ୱାର ରାସ୍ତା ମରାମତି ଦାବିରେ ଆମରଣ ଅନଶନ ୨ ଦିନରେ

ତାଳଚେର, ୧୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡା ଗୁରୁଦ୍ୱାରଠାରୁ ଏଫ୍.ସି.ଆଇ ହାଇସିଂ ବୋର୍ଡ଼ କଲୋନୀ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ମରାମତି ଦାବିରେ ତେଂଟୁଲେଇ ପଂଚାୟତବାସୀଙ୍କ ପକ୍ଷରୁ ସୋମବାର ସକାଳୁ ହାଉସିଂବୋର୍ଡ ଛକଠାରେ ଆମରଣ ଅନଶନ ଆରମ୍ଭ ହୋଇଥିବା ଅନଶନ ୨ ଦିନରେ ଜାରି ରହିଛି। ପ୍ରକାଶ ଥାଉକି, ଗୁରୁଦ୍ୱାର ଠାରୁ ହାଉସିଂବୋର୍ଡ ପର୍ଯ୍ୟନ୍ତ ରାସ୍ତାର ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ଜିଲ୍ଲା ପ୍ରଶାସନ, ଏମ୍.ସି.ଏଲ୍ କର୍ତ୍ତୃପକ୍ଷ, ଏଫ୍.ସି.ଆଇ କର୍ତ୍ତୃପକ୍ଷଙ୍କୁ ବହୁବାର ମୌଳିକ ଓ ଲିଖିତ ଆକାରରେ ଦାବି ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେଂଟୁଲେଇ ଏବଂ ଗୋବରା ପଂଚାୟତବାସୀ ଏହି ରାସ୍ତା ଉପରେ ନିର୍ଭର…

"ହାଉସିଂ ବୋର୍ଡ଼-ଗୁରୁଦ୍ୱାର ରାସ୍ତା ମରାମତି ଦାବିରେ ଆମରଣ ଅନଶନ ୨ ଦିନରେ"