କେନ୍ଦୁଝର: ରକେଟ ବୋମା ଉଦ୍ଧାର: ଅଞ୍ଚଳବାସୀ ଆତଙ୍କିତ

କେନ୍ଦୁଝର ୨୧.୭.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସଦର ଥାନାର ଶୁଆକାଟି ମାଇନ୍ସ ଅଞ୍ଚଳରେ ବୋମା ର ଆତଙ୍କ। ଆଜି ଶନିବାର ଶୁଆକାଟି ସ୍ଥିତ ଶିବ ମନ୍ଦିର ନିକଟରେ ବୋହି ଯାଇଥିବା ନାଳ ନିକଟରେ ଏକ କାଠ ବାକ୍ସରେ ଜେଟ୍ ଆକୃତିର କୌଣସି ଜିନିଷ ଥିବା ଦେଖି ଲୋକେ ବୋମା ସନ୍ଦେହରେ ଆତଙ୍କିତ ହୋଇପଡିଛନ୍ତି। ସ୍ଥାନୀୟଲୋକଙ୍କ ପକ୍ଷରୁ ସଦର ଥାନାକୁ ଖବର ଦିଆଯିବା ପରେ ବୋମା ନିଷ୍କ୍ରିୟ ଦଳ ସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମାଟିକୁ ଉଦ୍ଧର କରି ଏହାର ଯାଞ୍ଚ ଆରମ୍ଭ କରିଛି। କିନ୍ତୁ ବୋମାଟି କେଉଁଠାରୁ କିଭଳିଭାବେ ସେଠାକୁ ଆସିଲା ସେ ସଂପର୍କରେ କାହା ପାଖରେ କୌଣସି ସୂଚନା ନଥିବା…

"କେନ୍ଦୁଝର: ରକେଟ ବୋମା ଉଦ୍ଧାର: ଅଞ୍ଚଳବାସୀ ଆତଙ୍କିତ"

କେନ୍ଦୁଝର ପ୍ରଜାମେଳିର ଅଗ୍ନିଶିକ୍ଷା ବିପ୍ଳବୀ ଧରଣୀଧର ଭୂୟାଁ

– ଶ୍ରୀ ସନାତନ ମହାକୁଡ଼ ତତ୍କାଳୀନ ବ୍ରିଟିଶ ଶାସନାଧୀନ ବିଭିନ୍ନ ଗଡ଼ଜାତମାନଙ୍କରେ ସୁବିଧାବାଦୀ ଦୁର୍ନୀତିଗସ୍ତ ରାଜ କର୍ମଚାରୀମାନଙ୍କ ତୋଷାମଦି ଓ ଇଙ୍ଗିତରେ ଗଡ଼ଜାତ ରାଜା ତଥା ରାଜକର୍ମଚାରୀମାନଙ୍କ ଦ୍ୱାରା ପ୍ରଜାପୀଡ଼ନ, ବେଠି, ବେଗାରୀ ଓ କର ଆଦାୟର ଜୁଲମ୍ ସହିତ ଫାଶୀ ଦଣ୍ଡକୁ ନେଇ ସାଧାରଣ ଲୋକେ ଘୋର ନିର୍ଯାତନାର ଶୀକାର ହେଉଥିଲେ। ସେହି ଅବସ୍ଥା ମଧ୍ୟ କେନ୍ଦୁଝର ଗଡ଼ଜାତର ପ୍ରଜାମାନେ ଭୋଗ କରୁଥିଲେ। ରାଜା ପ୍ରଜାପାଳକ ହେବା ପରିବର୍ତ୍ତେ ପ୍ରଜାପୀଡ଼ନରେ ଲିପ୍ତ ହୋଇ ପ୍ରଜାମାନଙ୍କ ଉପରେ କଠୋର ଦଣ୍ଡବିଧାନ, ବିଭିନ୍ନ ପ୍ରକାର କର ଧାର୍ଯ୍ୟ କରି ତାହା ଆଦାୟ ନିମନ୍ତେ ପ୍ରଜାମାନଙ୍କୁ ନିର୍ମମ ନିର୍ଯାତନା ଦେବା ସହ ସେମାନଙ୍କ ପରିବାରର ଗରିମା କ୍ଷୁର୍ଣ୍ଣ ହେବାଭଳି…

"କେନ୍ଦୁଝର ପ୍ରଜାମେଳିର ଅଗ୍ନିଶିକ୍ଷା ବିପ୍ଳବୀ ଧରଣୀଧର ଭୂୟାଁ"