ପାସପୋର୍ଟ ସେବା କେନ୍ଦ୍ର ଉଘାଟିତ

କୋରାପୁଟ ୩୧/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମୁଖ୍ୟ ଡାକ କାର୍ଯ୍ୟାୟରେ ଚାଲିଥିବା ପାସପୋର୍ଟ ସେବାକେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ କୋରାପୁଟ ସାସଂଦ ଝିନ୍ନ ହିକକା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କୋରାପୁଟ ପାସପୋର୍ଟ ସେବାକେନ୍ଦ୍ର ଦ୍ୱାରା କୋରାପୁଟ ଜିଲା ସମେତ ରାୟଗଡା, ନବରଙ୍ଗପୁର ଏବଂ ମାଲକାନଗିରି ଜିଲାବାସୀ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ଅନୁପମ ଶାହା, ଏସପି ଚରଣ ସିଂହ ମୀନା,  ଭୁବନଶ୍ୱେର ପାସପୋର୍ଟ କାର୍ଯ୍ୟାଳୟର ବରିଷ୍ଠ ଅଧିକ୍ଷକ ମନୋଜ ମିଶ୍ରା, ପାସପୋର୍ଟ ଅଧିକାରୀ ଡଃ.ଦିଗବିଜୟ ଗିରି, ଚିଫ ପୋଷ୍ଟ ମାଷ୍ଟର ଜେନେରାଲ…

"ପାସପୋର୍ଟ ସେବା କେନ୍ଦ୍ର ଉଘାଟିତ"