ବର୍ଷାରେ ଧୋଇଗଲା ରେଳ ଲାଇନ ; ଜଗଦଲପୁର-କେରଣ୍ଡୁଲ ରେଳ ଚଳାଚଳ ବନ୍ଦ

କୋରାପୁଟ ; ତା୨୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରବଳ ବର୍ଷା ଯୋଗୁଁ କତାବାଲସା-କେରଣ୍ଡୁଲ ରେଳ ଲାଇନର ଛତିଶଗଡ ରାଜ୍ୟ ଅନ୍ତର୍ଗତ ବଚେଲି-ଭାନସି ଷ୍ଟେସନ ମଧ୍ୟରେ ରେଳ ଲାଇନ ଧୋଇ ଯାଇଥିବା ଜଣା ପଡିଛି। ଫଳରେ ଜଗଦଲପୁର-କେରଣ୍ଡୁଲ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେରଣ୍ଡୁଲରୁ ବିଶାଖାପାଟଣା ଯିବାକୁ ଥିବା ପାସେଂଜର ଟ୍ରେନକୁ ବାତିଲ କରା ଯାଇଥିବାବେଳେ ବିଶାଖାପାଟଣାରୁ କେରଣ୍ଡୁଲ ଯିବାକୁ ଥିବା ପାସେଂଜର କୋରାପୁଟରୁ ଫେରିବ ବୋଲି ରେଳବାଇ ସୂତ୍ରରୁ ଜଣା ପଡିଛି।

"ବର୍ଷାରେ ଧୋଇଗଲା ରେଳ ଲାଇନ ; ଜଗଦଲପୁର-କେରଣ୍ଡୁଲ ରେଳ ଚଳାଚଳ ବନ୍ଦ"

୨୪ ଘଂଟାରେ ଜିଲାରେ ୧୭୪୦ ମିମି ବର୍ଷା

କୋରାପୁଟ ; ତା ୨୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତ ୨୪ ଘଂଟାରେ କୋରାପୁଟ ଜିଲାରେ ହାରାହାରି ୧୭୩୯.୪ ମିମି ବର୍ଷା ହୋଇଥିବାବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ସୂଚନା ଅନୁଯାୟୀ, ୨୪ ଘଂଟା ମଧ୍ୟରେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୨୨୦ ମିମି ବର୍ଷା ହୋଇଥିବାବେଲେ ବନ୍ଧୁଗାଁରେ ସବୁଠାରୁ କମ୍ ମାତ୍ର ୨୭ ମିମି ବର୍ଷା ହୋଇଛି। ସେହିପରି କୋରାପୁଟରେ ୧୮୮ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୧୭୯, ପଟ୍ଟାଙ୍ଗିରେ୯୪, ନନ୍ଦପୁରରେ ୧୪୩.୪, ଦଶମନ୍ତପୁରରେ ୧୪୮, ନାରାୟଣପାଟଣାରେ ୩୪.୪, ଲକ୍ଷ୍ମୀପୁରରେ ୬୦, ସେମିଲିଗୁଡାରେ ୧୮୭, ଜୟପୁରରେ ୧୩୮, କୋଟପାଡରେ ୧୨୬, କୁନ୍ଦୁରାରେ ୧୦୫ ଏବଂ ବୋରିଗୁମାରେ ୯୩.୬ ମିମି ବର୍ଷା ହୋଇଥିବା ଜଣା ପଡିଛି।…

"୨୪ ଘଂଟାରେ ଜିଲାରେ ୧୭୪୦ ମିମି ବର୍ଷା"