ଗୁରୁକୂଳ ପବ୍ଲିକ ସ୍କୁଲର ଗାଡି ଓଲଟିଲା, ୨ ଛାତ୍ରଙ୍କ ସମେତ ୩ ଆହତ ଅଳ୍ପକେ ମୁତ୍ୟୁ ମୁଖରୁ ବଞ୍ଚିଲେ

ଯାଜପୁର, ୧୬/୭ (ଓଡିଆ ପୁଅ/ମାନସ ରାଉତ) : ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର କଦଳା ହାଇଲେବଲ କେନାଲ ନକଟସ୍ଥ ବିଲ ମଧ୍ୟରେ ଗୁରୁକୂଳ ପବ୍ଲିକ ସ୍କୁଲର ଏକ ଟାଟା ମେଜିକ ଗାଡି ନମ୍ବର ଓଡି୦୪କେ-୧୯୩୪ ଓଲଟି ପଡିଥିଲା। ଏଥିରେ ପ୍ରାୟ ୧୪ଜଣ ଛାତ୍ରଛାତ୍ରୀ ବାଲିଚନ୍ଦ୍ରପୁରୁ ଅଂଚଳରୁ ଆଣି ଗୁରୁକୂଳ ସ୍କୁଲକୁ ଆସୁଥିବା ବେଳେ ଗାଡିର ଚାଳକ ମୋବାଇଲ ଫୋନରେ କଥା ହେବାରୁ ଗାଡି ଉପରୁ ଭାରସ୍ୟମ ହରାଇଥିଲା। ଫଳରେ ଗାଡିଟି ବିଲମଧ୍ୟକୁ ଖସି ପଡିଥିଲା। ତେବେ ପାଖରେ ଏକ ୩୦ଫୁଟରୁ ବିରାଟ ଖୋଳାଯାଇଥିବା ପୋଖରୀ ରହିଥିବା ବେଳେ ସେଥିରୁ ପଡିଯିବାରୁ ରକ୍ଷା ପାଇଯାଇଥିଲା। ନିଶ୍ଚିତ ଭାବରେ ଅଳ୍ପକେ ସମସ୍ତ ଛାତ୍ରଛାତ୍ରୀ ମୁତ୍ୟୁ ମୁଖରୁ ରକ୍ଷା ପାଇଯାଇଥିଲେ।…

"ଗୁରୁକୂଳ ପବ୍ଲିକ ସ୍କୁଲର ଗାଡି ଓଲଟିଲା, ୨ ଛାତ୍ରଙ୍କ ସମେତ ୩ ଆହତ ଅଳ୍ପକେ ମୁତ୍ୟୁ ମୁଖରୁ ବଞ୍ଚିଲେ"