ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ନିରାକର ସାହୁଙ୍କ ପରଲୋକ

ତାଳଚେର, ୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ୧୮ନଂ ଜୋନ୍ ର ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ତଥା ସାଉଥ ବଲଣ୍ଡା ବଣିକ ସଂଘର ସଭାପତି ନିରାକର ସାହୁ(୭୨ ବର୍ଷ)ଙ୍କର ଗତ ରବିବାର ରାତ୍ରୀ ୨.୪୫ମି.ରେ ପରଲୋକ ଘଟିଛି। ସେ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଜଣେ ଜନପ୍ରିୟ ନେତା, ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ଭାବରେ ଚାରିଆଡ଼େ ଖ୍ୟାତି ଲାଭ କରିଥିଲେ। ତାଙ୍କର ବିୟୋଗ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ଏହି ପରିପ୍ରେକ୍ଷୀରେ ସାଉଥବଲଣ୍ଡା ବଣିକ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ତାଳଚେରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ଗଡ଼ନାୟକ…

"ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ନିରାକର ସାହୁଙ୍କ ପରଲୋକ"