ତାଳଚେରରେ ପ୍ରଥମ ଅଂଶୁଘାତ ମୃତ୍ୟୁ !

ତାଳଚେର, ୫/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ ଚଳିତ ଗ୍ରୀଷ୍ମ ଋତୁର ପ୍ରଥମ ଅଂଶୁଘାତ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଏଠାରେ ଶନିବାର ଦିନ ତାପମାତ୍ରା ସରକାରୀ ସ୍ତରରେ ୪୨ଡିଗ୍ରୀ ରହିଥିବା ବେଳେ ତାଳଚେର ବ୍ଲକ ଧରମପୁର ପଂଚାୟତ ଅନ୍ତର୍ଗତ ଜନ୍ଦାବାହାଳ ଗ୍ରାମର ଜନୈକ ବ୍ୟକ୍ତିଙ୍କର ଶନିବାର ପ୍ରାୟ ଦିନ ୨ଟାରେ ଚାଲିଚାଲି ବିଲକୁ ଯାଉଥିବା ବେଳେ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି। ମୃତକ ଜଣକ ହେଲେ ତୋଫାନ ଦେହୁରୀ (୪୫)। ସେ ଜନ୍ଦାବାହାଳ ଗ୍ରାମ ନିକଟସ୍ଥ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ପରେ କାରଣ ସ୍ପଷ୍ଟ ହେବ।

"ତାଳଚେରରେ ପ୍ରଥମ ଅଂଶୁଘାତ ମୃତ୍ୟୁ !"