ଆଗାମୀ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ୨୦୧୮ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି ସଂଯୁକ୍ତ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସବିବାଳୟରେ ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷାରୁ ଜଣାଯାଇଛି। ଗ୍ରାମ୍ୟ ବିଦ୍ୟୁତିକରଣ କାର୍ଯ୍ୟକ୍ରମ ରାଜ୍ୟରେ ସନ୍ତୋଷଜନକ ଭାବରେ ଆଗେଇ ଚାଲିଛି। ବର୍ତ୍ତମାନ ରାଜ୍ୟର ୪୭,୬୭୭ ଗାଁ ମଧ୍ୟରୁ ୪୭,୬୫୫ ଗାଁକୁ ବିଜୁଳି ସଂଯୋଗ କରାଯାଇଛି ଏବଂ ମାତ୍ର ୨୨ଟି ଗାଁରେ ବିଜୁଳି ସଂଯୋଗ ବାକି ରହିଛି। ଏହା ଚଳିତ ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ…

"ଆଗାମୀ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି – ମୁଖ୍ୟମନ୍ତ୍ରୀ"